ETV Bharat / state

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

author img

By

Published : Dec 22, 2022, 11:08 PM IST

accused arrested
accused arrested

ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଜଣେ ଗିରଫ। ଅଧିକ ପଢନ୍ତୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋଗରଡା ଥାନା ଅଞ୍ଚଳର ଜନୈକ ଯୁବତୀଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ କରି ୩ ଯୁବକ ଗିରଫ ହୋଇଛି । ଯୁବକ ଜଣକ ପ୍ରଥମେ ଅଶ୍ଳୀଳ ଭିଡିଓ ନେଇ ଜନୈକ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିବା ଅଭିଯୋଗ ହୋଇଥିଲା । ଏନେଇ ମୋରଡା ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ମୋରଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା l

ତେବେ ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ଗତ ଅଗଷ୍ଟ ମାସ 4ତାରିଖରେ ପ୍ରକାଶ ପାଇଥିଲା । ଅଭିଯୁକ୍ତମାନେ ଦୀର୍ଘ ଦିନ ହେବ ଫେରାର ଥିଲେ । ଏହାଛଡା ମୋରଡ଼ା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ସହଯୋଗୀ ତିନି ଅଭିଯୁକ୍ତଙ୍କ ନାମରେ ମୋରଡ଼ା ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଦେବାଶିଷ ବାରିକଙ୍କୁ ମୋରଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି।

ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.