ETV Bharat / state

ବିଷାକ୍ତ ଛତୁ ଖାଇ ୬ ଗୁରୁତର

author img

By

Published : Jul 20, 2020, 4:58 AM IST

6-member-of-a-family-is-serious-after-eating-poisonous-mushrooms
ବିଷାକ୍ତ ଛତୁ ଖାଇ ୬ ଗୁରୁତର

ବାଲେଶ୍ଵର ଜିଲ୍ଲା ରାଜବରମପୁର ଥାନା ଶୀର୍ଷା ସାହିର ଗୋଟିଏ ପରିବାରର ୬ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦଳା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ......

ମୟୁରଭଞ୍ଜ: ବାଲେଶ୍ଵର ଜିଲ୍ଲା ରାଜବରମପୁର ଥାନା ଶୀର୍ଷାସାହିର ଗୋଟିଏ ପରିବାର ର ୬ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଶୀର୍ଷା ସାହିର ଜାନୁ ହେମ୍ବ୍ରମ ନିଜ ଗାଁ ପାଖ ଜଙ୍ଗଲରୁ ଛତୁ ସଂଗ୍ରହ କରି ଖାଇଥିଲେ। ତେବେ ଛତୁ ତରକାରୀ ଖାଇବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ତି ହୋଇଥିଲା।

ବିଷାକ୍ତ ଛତୁ ଖାଇ ୬ ଗୁରୁତର

ଅସୁସ୍ଥଙ୍କ ମଧ୍ୟରେ 3 ଜଣ ଛୋଟ ପିଲା ଥିବା ଜଣାପଡିଛି। ପରିବାର ସମସ୍ତ ସଦସ୍ୟଙ୍କୁ ଚିକିତ୍ସା ପାଇଁ ମୟୁରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.