ETV Bharat / state

ଗୁଣିଗାରେଡି ସନ୍ଦେହରେ ମାଡ, ୫ ଅଭିଯୁକ୍ତ ଗିରଫ

author img

By

Published : Oct 28, 2022, 8:48 AM IST

ଗୁଣିଗାରେଡି ସନ୍ଦେହରେ ମାଡ, ୫ ଅଭିଯୁକ୍ତ ଗିରଫ
ଗୁଣିଗାରେଡି ସନ୍ଦେହରେ ମାଡ, ୫ ଅଭିଯୁକ୍ତ ଗିରଫ

ମାଲକାନଗିରିର କାମଵାଡା ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମାଡ ଘଟଣା । 5 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମାଲକାନଗିରି: ଗୁଣିଗାରେଡି ସନ୍ଦେହରେ ବ୍ୟକ୍ତିଙ୍କୁ ମାଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । 5 ଜଣଙ୍କୁ ବାନ୍ଧିଲା ପୋଲିସ । ଗୁଣିଗାରେଡି ସନ୍ଦେହରେ ମାଡ ମରାଯାଇଥିବା ଅଭିଯୋଗ କରି ମାଧୁରୀ ପଡିଆମି ନାମକ ଯୁବତୀ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ 5 ଜଣଙ୍କୁ ଗିରଫ କରିଛି ।

ଗୁଣିଗାରେଡି ସନ୍ଦେହରେ ମାଡ, ୫ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକର କାମଵାଡା ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ବାସ କରୁଥିବା କାବାସି ପରିବାରରେ ତିନି ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁକୁ ଗୁଣିଗାରେଡି କରାଯାଇଥିବା ନେଇ ପଡିଆମୀ ପରିବାରକୁ କାବାସି ପରିବାରର ଲୋକେ ଗୁଣିଗାରେଡି କରିଥିବା ନେଇ ସନ୍ଦେହ କରି ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏନେଇ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଗାଁରେ ଗୁଣିଗାରେଡିକୁ ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ ଏମାନେ ପଡିଆମୀ ପରିବାରକୁ ଦୀର୍ଘଦିନ ଗୁଣିଗାରେଡି କରୁଥିବା ନେଇ ଅଭିଯୋଗ କରି ଗଣ୍ଡଗୋଳ କରିଆସୁଥିଲେ । ତେବେ କାବାସି ପରିବାରର ଜଣେ ବ୍ୟକ୍ତି ରୋଗରେ ପଡି ମୃତ୍ୟୁବରଣ କରିବା ପରେ ତାଙ୍କ ସନ୍ଦେହ ଆହୁରି ବଢି ଯାଇଥିଲା ଯେ ଏହି ପରିବାର ଲୋକେ ହିଁ ଆମ ପରିବାରର ଜଣେ ବ୍ୟକ୍ତିକୁ ଗୁଣିଗାରେଡି କରି ହତ୍ୟା କରିଛି । ତେଣୁ ତାଙ୍କୁ ଗ୍ରାମସଭାରେ ମାଡ ମାରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲେ । ପୋଲିସ ଏହି ଘଟଣାରେ ୫ ଜଣକୁ ଗିରଫ କରିବ କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.