ETV Bharat / state

ମାଲକାନଗିରିରେ ବନ୍ୟା ସ୍ଥିତି ଗମ୍ଭୀର: ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Aug 22, 2019, 2:15 PM IST

ଡିଜାଇନ ଫଟୋ

ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି, ଫଳରେ ଯାତାୟତ ଏକ ପ୍ରକାର ଠପ୍‌ କହିଲେ ଚଳିବ । ଜିଲ୍ଲାରେ ବନ୍ୟା ଆଶଙ୍କା ଓ ବନ୍ୟା ସ୍ଥିତି ଗମ୍ଭୀର ଦେଖି ସମସ୍ତ ବିଡିଓ ଓ ତହସିଲଦାର ଓ ଆଇ୍‌ଆଇ୍‌ସିଙ୍କୁ ସଜାଗ ରହିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମାଲକାନଗିରି: ବୁଧବାର ଠାରୁ ମାଲକାନଗିରିରେ ଲଗାଣ ବର୍ଷା ଲାଗି ରାହିଛି । ବଢି ପାଣିରେ ପୁଣି ମାଲକାନଗିରି ଉବୁଟୁବୁ ହେବାର ଭୟ ଦେଖା ଗଲାଣି । ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି, ଫଳରେ ଯାତାୟତ ଏକ ପ୍ରକାର ଠପ୍‌ କହିଲେ ଚଳିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି


ବିପଦ ସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛନ୍ତି ବିଭିନ୍ନ ନଦୀ । ନଦୀର ଦୁଇ ପାର୍ଶ୍ବରେ ଶତାଧିକ ଯାନ ବାହାନ ଅଟକି ରହିଛି । କାଲିମେଳା ଓ ପୋଟେରୁ ଅଞ୍ଚଳର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ସେପଟେ ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘର ଦ୍ବାର ପାଣିରେ ବୁଡି ରହିଛି ।

ମାଲକାନଗିରି ଠାରୁ ବାଲିମେଳା ରାସ୍ତାର କୋରୁକୋଣ୍ଡା ଓ ଏମ.ଭି.୩୭ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ମଧ୍ୟ ଗମନାଗମନା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖା ଦେଇଥିବାରୁ ସମସ୍ତ ବିଡିଓ ଓ ତହସିଲଦାର ଓ ଆଇ୍‌ଆଇ୍‌ସିଙ୍କୁ ସଜାଗ ରହିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରବା ଲାଗି ପୋଲିସ ଓ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ

Intro:ଦିନକ ବର୍ଷାରେ ବେହାଲ ହୋଇଛି ମାଲକାନଗରି ଜିଲ୍ଲା । ଜିଲ୍ଲାର ସମସ୍ତ ନଦୀରେ ଜଳ ସ୍ତର ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । Body:ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କୁରୁକୋଣ୍ଡା ଓ ପୋଟେରୁ ନଦୀ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ଫଳରେ ନଦୀର ଦୁଇ ପାର୍ଶ୍ୟରେ ଶତାଧିକ ଯାନ ବାହାନ ଅଟକି ରହିଛି । କାଲିମେଳା ଓ ପୋଟେରୁ ଅଞ୍ଚଳର ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ସେପଟେ ମାଥିଲି ଓ କୋରୁକୋଣ୍ଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘର ଦ୍ବାର ପାଣିରେ ବୁଡି ରହିଛି । ମାଲକାନଗିରି ଠାରୁ ବାଲିମେଳା ରାସ୍ତାର କୋରୁକୋଣ୍ଡା ଓ ଏମ.ଭି.୩୭ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ମଧ୍ୟ ଗମନା ଗମନା ବାଧା ପ୍ରାପ୍ତ ହୋଇଛି । ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖା ଦେିଥିବାରୁ ସମସ୍ତ ବିଡିଓ ଓ ତହସିଲଦାର ଓ ଆଇ ଆଇସି ଙ୍କୁ ସଜାଗ ରହିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରବା ଲାଗି । ପୋଲିସ ଓ ଫାଇର ଟିମକୁ ମଧ୍ୟ ଆଲର୍ଟ ରଖାଯାଇଛି ପରିସ୍ତିତିର ମୁକାବିଲା କରିବା ଲାଗି । Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.