ETV Bharat / state

ଧାନମଣ୍ଡି ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ

author img

By

Published : Nov 25, 2019, 8:24 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ରାଜ୍ୟ ସରକାରଙ୍କ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମାଲକାନଗିରି ଚାଷୀ । ନିଜ ଜମିର ପରିମାଣ ଅନୁଯାୟୀ ମଣ୍ଡିରେ କେତେ ଧାନ ବିକିପାରିବେ ତାହାର ତାଲିକା ନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା ।

ମାଲକାନଗିରି: ରାଜ୍ୟ ସରକାରଙ୍କ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଜିଲ୍ଲାରେ ଚାଷୀ ଆନ୍ଦୋଳନ । ନିଜ ଜମିର ପରିମାଣ ଅନୁଯାୟୀ ଚାଷୀ ମଣ୍ଡିରେ କେତେ ଧାନ ବିକିପାରିବେ ତାହାର ତାଲିକା ନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ସୋମବାର ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ଶହ ଶହ ଚାଷୀ ଆସିଥିଲେ । ହେଲେ ନିଜ ଜମିର ପରିମାଣ ଅନୁଯାୟୀ ସେମାନେ କେତେ ଧାନ ବିକ୍ରି କରିପାରିବେ ତାହାର କୌଣସି ତାଲିକା ସେଠାରେ ନଥିବାରୁ ସମସ୍ତ ଚାଷୀ ଆରଏମସି କାର୍ଯ୍ୟାଳୟ ବନ୍ଦ କରିଥିଲେ । ଏଥିସହିତ ରାସ୍ତାରେ ଧାନ ବୋଝେଇ ଗାଡି ରଖି ଆନ୍ଦୋଳନ କରିଛନ୍ତି ।

ଯଦି ସରକାର ତୁରନ୍ତ ଚାଷୀଙ୍କ ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ 28 ତାରିଖରେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଜିଲ୍ଲା କୃଷକ ମହାସଂଘ ଧମକ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ଟୋକେନ ବ୍ୟବସ୍ତାକୁ ବିରୋଧ କରି ମାଲକାନଗିରି ଜିଲ୍ଲାରେ ଦେଖା ଯାଇଛି ଚାଷି ଆନ୍ଦୋଳନ ।Body:ମାଲକାନଗିରି ନିୟନ୍ତ୍ରୀତ ବଜାର କମିଟି ଅଧିନରେ ଥିବା ଧାନ ମଣ୍ଡିରେ ଆଜି ଧାନ ବିକ୍ରି କରିବାକୁ ଆସିଥିଲେ ଶହ ଶହ ଚାଷି । ହେଲେ ସେମାନଙ୍କ ଜମିର ପରିମାଣ ଅନୁଯାଇ ସେମାନେ କେତେ ଧାନ ବିକ୍ରି କରି ପାରିବେ ତାହାର କୌଣସି ତାଲିକା ସେଠାରେ ନଥିବାରୁ ଚାଷି ମାନେ ଆର.ଏମ.ସି କାର୍ଯ୍ୟାଳୟ ବନ୍ଦ କରି ରାସ୍ତାରେ ଧାନ ବୋଝେଇ ଗାଡି ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି । ସରକାର ତୁରନ୍ତ ଚାଷିଙ୍କ ସମସ୍ୟାର ସମାଧାନ ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଜିଲ୍ଲା କୃଷକ ମହା ସଂଘ ଧମକ ଦେଇଛି ।

ବଇଟ – ସମ୍ୟ ରଞ୍ଜନ ପାଣିଗ୍ରାହୀ, ଚାଷି
(ଦୁଇ ହାତ ଫୋଲଡ଼ କରିଛନ୍ତି)

ବାଇଟ - ବୁଦ୍ରା ମାଡକାମୀ, ଚାଷି
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.