ETV Bharat / state

ଡାକ୍ତରଙ୍କୁ ମଦ୍ୟପଙ୍କ ଦୁର୍ବ୍ୟବହାର, ଥାନାରେ ମାମଲା

author img

By

Published : Jun 5, 2021, 11:48 AM IST

Updated : Jun 5, 2021, 12:13 PM IST

ଡାକ୍ତରଙ୍କୁ ମଦ୍ୟପଙ୍କ ଦୁର୍ବବ୍ୟହାର, ଥାନାରେ ମାମଲା
ଡାକ୍ତରଙ୍କୁ ମଦ୍ୟପଙ୍କ ଦୁର୍ବବ୍ୟହାର, ଥାନାରେ ମାମଲା

ମେଡିକାଲ ପରିସରରେ ଶୁକ୍ରବାର ସନ୍ଧ୍ୟା ସମୟରେ ଡାକ୍ତରଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି କିଛି ମଦ୍ୟପ । ଓପିଡି ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ମାଲକାନଗିରି: ମେଡିକାଲ ପରିସରରେ ଶୁକ୍ରବାର ସନ୍ଧ୍ୟା ସମୟରେ ଡାକ୍ତରଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି କିଛି ମଦ୍ୟପ । ଓପିଡି ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି। କୋଭିଡ ପରୀକ୍ଷା କରିବା କଥା କହିବାରୁ ହାତ ମଧ୍ୟ ଉଠେଇଥିଲେ ମଦ୍ୟପ ଯୁବକ।

ଡାକ୍ତରଙ୍କୁ ମଦ୍ୟପଙ୍କ ଦୁର୍ବ୍ୟବହାର, ଥାନାରେ ମାମଲା

ଜୀବନରୁ ମାରିଦେବା ନେଇ ମଧ୍ୟ ଧମକ ଦେଇଛନ୍ତି ଏମଭି-79 ର ମଦ୍ୟପ ଯୁବକ ବୁଲେନ୍ କୁଣ୍ଡୁ ଓ ତାଙ୍କର କିଛି ସାଥୀ। ଅସହ୍ୟ ହେବାରୁ ଥାନାକୁ ଅଭିଯୋଗ କରିବା ପରେ ମଧ୍ୟ ଥାନା କର୍ମଚାରୀଙ୍କ ଉପସ୍ଥିତିରେ ମେଡିକାଲ ପରିସରରେ ଧମକ ଚମକ ଦେବା ସହ ଉତ୍ତେଜନା ସୃଷ୍ଟି କରିଥିଲେ। ଉକ୍ତ ମଦ୍ୟପକୁ ନେଇ ଥାନାରେ ଅଟକ ରଖିଥିବା ବେଳେ ଜୀବନ ନେଇ ଚିନ୍ତାରେ ଥିବା ପ୍ରତିକ୍ରିୟା ରଖିଛନ୍ତି ଏମଭି-79 ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସମସ୍ତ କର୍ମଚାରୀ ଓ ଡାକ୍ତର।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated :Jun 5, 2021, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.