ETV Bharat / state

Malkangiri Hospital Problem: ଜିଲ୍ଲାପାଳଙ୍କୁ ଭେଟିଲା ସିଟିଜନ ଫୋରମର 7 ଜଣିଆ ଟିମ

author img

By

Published : May 29, 2022, 11:58 AM IST

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟିଜନ ଫୋରମର 7 ଜଣିଆ ଟିମ ଗସ୍ତ କରିଛନ୍ତି । ହସପିଟାଲର ବୁଲି ଦେଖିଲାପରେ ବିଭିନ୍ନ ସମସ୍ୟା ନେଇ ହସପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ହସପିଟାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଭେଟିଥିଲେ । ଅଧିକ ପଢନ୍ତୁ

Malkangiri Hospital Problem: ମେଡିକାଲ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସିଟିଜନ ଫୋରମର 7 ଜଣିଆ ଟିମ
Malkangiri Hospital Problem: ମେଡିକାଲ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସିଟିଜନ ଫୋରମର 7 ଜଣିଆ ଟିମ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟିଜନ୍ ଫୋରମର 7 ଜଣିଆ ଟିମ ଗସ୍ତ କରିଛନ୍ତି । ହସପିଟାଲର ବୁଲି ଦେଖିଲାପରେ ବିଭିନ୍ନ ସମସ୍ୟା ନେଇ ହସପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ହସପିଟାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଭେଟିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି । ହସପିଟାଲ ପାଇଁ ବର୍ଷକ ପୂର୍ବରୁ ଆସିଥିବା ସିଟିସ୍କାନର କାର୍ଯ୍ୟକ୍ଷମ ନ ହେବା ନେଇ ଦେଖାଯାଇଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ସିଟିଜନ୍ ଫୋରମର ସଦସ୍ୟମାନେ । ହସ୍ପିଟାଲ କାଜୁଆଲିଟିରେ 20ଟି ବେଡ୍ ପରିବର୍ତ୍ତେ ଅଛି ମାତ୍ର 3ଟି ବେଡ୍ ଏବଂ ଏହାକୁ ଲାଗି ରହିଥିବା ଅଂଶୁଘାତ କକ୍ଷରେ 20ଟି ବେଡ୍ ପରିବର୍ତ୍ତେ ମାତ୍ର 2ଟି ବେଡ୍ ରହିଛି ।

Malkangiri Hospital Problem: ମେଡିକାଲ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସିଟିଜନ ଫୋରମର 7 ଜଣିଆ ଟିମ

କାଜୁଆଲିଟିର ଏଭଳି ସ୍ଥାନରେ ବେଡ୍ ବଢାଇବା ପରିବର୍ତ୍ତେ ଏହି ସ୍ଥାନରେ ଅସ୍ଥାୟୀ ଭାବେ କିଭଳି ସିଟିସ୍କାନ କାର୍ଯ୍ୟ ଗୃହ ନିର୍ମାଣ କରାଯାଉଛି । ଏବଂ ଏହି ସ୍ଥାନରେ ଛୋଟ ଛୋଟ କୋଠରୀକୁ ଭାଗ କରି ଅଂଶୁଘାତ ଚିକିତ୍ସା କକ୍ଷ କରାଯାଉଛି । ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଏଠାରେ ତରବରିଆ ଭାବ କରାଯାଉଥିବା କମକୁ ତୁରନ୍ତ ବନ୍ଦ କରି ରେଡିଓଲୋଜି ଡିପାର୍ଟମେଣ୍ଟର ସ୍ଥାୟୀ ଗୃହ କରାଯାଉ ବୋଲି ଦାବି ରଖିଛନ୍ତି ସିଟିଜନ ଫୋରମର ସଦସ୍ୟ ।

କେବଳ ସେତିକି ନୁହେଁ, ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଦୈନିକ ଶହ ଶହ ରୋଗୀ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି । ରୋଗୀଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ହସ୍ପିଟାଲ ପରିସର ବାହାରେ ଶୌଚାଳୟଟି ନଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ହସ୍ପିଟାଲ ଠାରୁ ବ୍ଲଡ ବ୍ୟାଙ୍କ 3 କିଲୋମିଟର ଦୂରରେ ଥିବାରୁ ବ୍ଲଡ ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଯଥା ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଏଥିସହ ଏଠାରେ ଓ୍ବାଏରହାଉସ୍ ବି ନ ଥିବାରୁ ଜରୁରୀ ଔଷଧ ଆଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପୁରୁଣା ହସ୍ପିଟାଲକୁ 3 କିଲୋମିଟର ଯିବାକୁ ପଡୁଥିବା କହିଥିବା ଅଭିଯୋଗ ହୋଇଛି ।

ହସ୍ପିଟାଲରେ ସ୍ଥାୟୀ ରେଡିଓଲୋଜି ଗୃହ, ରକ୍ତ ଭଣ୍ଡାର, ସାର୍ବଜନୀକ ଶୌଚାଳୟ ଭଳି ବିଭିନ୍ନ ସମସ୍ୟା ନେଇ ମାଲକାନଗିରି ସିଡିଏମ୍ଓଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କୁ ଦେଖାକରି ସମସ୍ୟା ଜଣାଇଥିଲେ ସିଟିଜନ୍ ଫୋରମର ସଦସ୍ୟ । ସିଟିଜନ ଫୋରମ ଟିମରେ ବରିଷ୍ଠ ଓକିଲ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.