ETV Bharat / state

କାଳ ହେଲା କାଳବୈଶାଖୀ, ନାଳରେ ଭାସି ମହିଳା ମୃତ

author img

By

Published : Sep 25, 2019, 11:21 AM IST

ମାଲକାନଗିରି ଖଇରପୁଟ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଜଣେ ମହିଳା ମୃତ୍ୟୁ । ନାଳରେ ପାହାଡ ପାଣି ଆସି 35 ବର୍ଷୀୟ ମହିଳା ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବାଦଦାତା

ମାଲକାନଗିରି: ଖଇରପୁଟ ବ୍ଲକ ମୁଦୁଲିଗୁଡାରେ ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ହଠାତ ପାଣି ମାଡି ଆସି ଓରିଙ୍ଗ ଓ ମୁଡୁଲିଗୁଡା ନାଳ ଫୁଲି ଉଠିଛି । ଏହି ସମୟରେ ଜଣେ ମହିଳା ନାଳ ପାର ହେଉଥିବା ବେଳେ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବାଦଦାତା

35 ବର୍ଷୀୟ ଧନେଇ ଖିଲ ଜମିରେ ଚାଷ କାମ ସାରି ଗାଁକୁ ଫେରୁଥିଲେ । ନାଳ ଦେଇ ଗାଁକୁ ଫେରୁଥିବା ବାଟରେ ହଠାତ ନାଳରେ ପାଣି ଆସିଯିବାକୁ ଭସେଇ ନେଇଥିଲେ । ତେବେ ଘରକୁ ମହିଳା ଜଣକ ଆସିବାରେ ବିଳମ୍ବ ହେବାରୁ ସ୍ବାମୀ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ । ଏହାପରେ ନାଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।

ସେପଟେ, ଘଟଣାସ୍ଥଳରେ ଖଇରପୁଟ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ନାଳରେ ଭାସିଯାଇ ମହିଳାଙ୍କ ମୃତ୍ୟୁ।
Body:ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତର ମୁଦୁଲିଗୁଡା ଗାଁରେ ଲଗାଣ ବର୍ଷା ଯୋଗୁଁ ହଠାତ ପାହାଡ଼ରୁ ମାଡି ଆସିଥିବା ପାଣି ଓରିଙ୍ଗି ଓ ମୁଡ଼ିଲିଗୁଡ଼ା ଗାଁ ଦେଇ ପ୍ରବାହିତ ହେଉଥିବା ନାଳରେ ମୁଦୁଲିଗୁଡା ଗ୍ରାମର ଧନେଇ ଖିଲ ନାମକ ଜଣେ ୩୫ ବର୍ଷର ମହିଳା ନାଳ ପାରି ହେଉଥିବା ସମୟରେ ପାଣିରେ ଭାଷି ଯାଇ ମୃତ୍ୟୁ ହୋଇଯାଇଛି । ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟ ରେ ଏହି ଅଘଟଣ ଘଟିଛି । ତାଙ୍କ ସ୍ୱାମୀ ଓ ଗାଁ ଲୋକେ ଖୋଜା ଖୋଜି କରିବା ପରେ ନିକଟସ୍ଥ ନାଳରୁ ମହିଳାଙ୍କ ମୃତ ଦେହ ମିଳିଥିଲା । ହଠାତ ବର୍ଷା ପାଣି ଆସିଥିବାରୁ ସେ ଭାଷି ଯିବା ଜଣାପଡିଛି । ଖୈରପୁଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.