ETV Bharat / state

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା: 6 ଗିରଫ

author img

By

Published : Jun 10, 2020, 11:06 AM IST

Updated : Jun 10, 2020, 11:21 AM IST

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା: 6 ଗିରଫ
ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା: 6 ଗିରଫ

ମାଲକାନଗିରି ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ 6 ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ମାଲକାନଗିରି: ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ 6 ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା: 6 ଗିରଫ

ସୂଚନାନୁଯାୟୀ, ମାଲକାନଗିରି ଅନ୍ତର୍ଗତ କେନ୍ଦୁଗୁଡାରେ ଗତ 3 ମାସ ମଧ୍ୟରେ 17 ଜଣ ଗ୍ରାମବାସୀଙ୍କର ଆଜମା ରୋଗରେ ମୃତ୍ୟୁ ହୋଇଥିଲା । ଏପରିକି 10 ଗ୍ରାମବାସୀ ଆଜମା ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ଗୁଣିଗାରେଡି ହେତୁ ଏପରି ହେଉଥିବା ନେଇ ପ୍ରଥମେ ଗ୍ରାମବାସୀ ସନ୍ଦେହ କରିଥିଲେ । ପରେ କିଛି ଯୁବକ ଗାଁର ସମରା ମାଡକାମି ଗୁଣି ଗାରେଡି କରି ଲୋକଙ୍କୁ ମାରୁଥିବା ସନ୍ଦେହ କରି ଅତି ନିର୍ମମ ଭାବରେ ତାଙ୍କର ହତ୍ୟା କରିଦେଇଥିଲେ ।

ଏହାପରେ ଉକ୍ତ ଯୁବକକୁ ଜଙ୍ଗଲ ଭିତରେ ପୋତି ଦେଇଥିଲେ । ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହାସହ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପୋଲିସ କେନ୍ଦୁଗୁଡାର 6 ଜଣ ଯଥା ଦେବ ମାଡକାମି, ଶୁକ୍ରା କବସି, ଆଡମା ମାଢି, ବୁଦ୍ରା ମୁସକି, ଆଇତା କବସି ଏବଂ ରାମ ମଧିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jun 10, 2020, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.