ETV Bharat / state

ବାଇକକୁ ଧକ୍କା ଦେଲା କାର, ୨ ମୃତ

author img

By

Published : Mar 27, 2023, 7:40 AM IST

road accident
road accident

ମାଲକାନଗିରି-କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ଗତକାଲି ଏକ କାର୍ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣା କାରଣରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

road accident

ମାଲକାନଗିରି: କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ସହ କାର୍ ଧକ୍କା ହେବା ଫଳରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ବାଇକ୍ ଆରୋହୀ ହେଲେ ଗଙ୍ଗା କବାସୀ ଓ ଲଚ୍ଛା ମାଢି ବୋଲି ଜଣା ପଡିଛି ।

ତେବେ ସୂଚନା ଅନୁସାରେ ଗଙ୍ଗା ଓ ଲଚ୍ଛା ନିଜ ସମ୍ପର୍କୀୟ ଘରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡି ନମ୍ବର CG 04 LL1341 ହୋଣ୍ଡା ବ୍ରିଓ କାରଟି ଦ୍ରୁତ ଗତିରେ କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିଲା । ସେହିଭଳି ହିରୋ ସିଡି ଡିଲକ୍ସ ବାଇକ ନମ୍ବର OD30C9507 ବାଇକଟି ମାଲକାନଗିରିରୁ କାଲିମେଳା ଆଡେ ଯାଉଥିଲା । ସେହି ସମୟରେ ଧକ୍କା ଏତେ ଜୋରରେ ହୋଇଥିଲା ଯେ ବାଇକଟି କାରର ଇଂଜିନ ଭିତରେ ପଶି ଯାଇଥିଲା । ବାଇକରେ ଥିବା ଦୁଇଜଣ ଛିଟିକି ପଡିଥିଲେ । ଏନେଇ ଘଟଣାସ୍ଥଳରେ ହିଁ ୨ ଜଣ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ନିୟମିତ ଭାବରେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଅନେକ ମୃତ୍ୟୁ ଘଟିବା ସହ ବହୁ ଧନଜୀବନ ନଷ୍ଟ ହେଉଥିବା ଦେଖାଯାଇଛି । ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ଓ ପରିବହନ ବିଭାଗ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ ଦୁର୍ଘଟଣା ରୋକିବା କ୍ଷେତ୍ରରେ ସେତେଟା ସଫଳତା ମିଳୁନାହିଁ । ଯାହାକି ଚିନ୍ତାର ବିଷୟ ପାଲଟିଛି ।

ରାଜ୍ୟ ଓ କେନ୍ଦ୍ର ସରକାର ଟ୍ରାଫିକ ପାଇଁ ଯେତେ ନିୟମ ଲାଗୁକଲେ ଓ ସଚେତନତା ଜାରି କଲେ ମଧ୍ୟ ଅମାନିଆଙ୍କ ଉପରେ ରୋକ ଲାଗିପାରୁନି । ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ତେଣୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ବିଭିନ୍ନ ସମୟରେ ସ୍ବତନ୍ତ୍ର ଏସଓପି ଜାରି କରାଯାଉଛି । ଗତ ୨୦୨୧ ବର୍ଷ ଅପେକ୍ଷା ୨୦୨୨ ରେ ଦୁର୍ଘଟଣା ହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୨୦୨୨ରେ ରାଜ୍ୟର ୧୧ ହଜାରରୁ ଅଧିକ ସଡ଼କ ଦୁର୍ଘଟଣା ଘଟି ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ପରିବହନ କର୍ତ୍ତୃପକ୍ଷ ନିୟମକୁ ବିଭିନ୍ନ ସମୟରେ କଡାକଡି ଭାବେ ପାଳନ କରୁନଥିବା ଯୋଗୁଁ ଏପରି ଦୁର୍ଘଟଣା ବୃଦ୍ଧି ପାଉଛି । ଗାଡ଼ି ଚାଳକମାନେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.