ETV Bharat / state

Panchayat Election: ବାଜିଲା ବିଗୁଲ, BJD କାର୍ଯ୍ୟକାରିଣୀ ବୈଠକରେ ପ୍ରବଳ ଭିଡ଼

author img

By

Published : Jan 11, 2022, 5:04 PM IST

Panchayat Election: ବାଜିଲା ବିଗୁଲ, BJD କାର୍ଯ୍ୟକାରିଣୀ ବୈଠକରେ ପ୍ରବଳ ଭିଡ଼
Panchayat Election: ବାଜିଲା ବିଗୁଲ, BJD କାର୍ଯ୍ୟକାରିଣୀ ବୈଠକରେ ପ୍ରବଳ ଭିଡ଼

ପଞ୍ଚାୟତ ନିର୍ବାଚନ ପାଇଁ ଆଜି(ମଙ୍ଗଳବାର)ଠୁ ବାଜିଛି ବିଗୁଲ । ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକରେ ଦଳର କର୍ମୀ କୋଭିଡ଼ ନିୟମକୁ ଫୁ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କୋରାପୁଟ: ଆଜି(ମଙ୍ଗଳବାର)ଠୁ ରାଜ୍ୟରେ ବାଜିଛି ପଞ୍ଚାୟତ ନିର୍ବାଚନର ବିଗୁଲ । ଜନ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଚାୟତରେ ସଭା ସମିତି ଓ ଶୋଭାଯାତ୍ରାକୁ ବାରଣ କରାଯାଇଥିବାବେଳେ କୋରାପୁଟ ଜିଲ୍ଲା ସଦରମହକୁମାରେ ଶାସକ ଦଳର କର୍ମୀମାନେ କୋରୋନା କଟକଣାକୁ ଫୁ କରିଥିବା ଦେଖିବାକୁ ମିଳିଛି । ଏହି ଭିଡ଼କୁ ଦେଖିଲେ ପଞ୍ଚାୟତ ସ୍ତରରେ ସରକାର ଲଗାଇଥିବା କଟକଣା କେତେ ଦୂର ସଫଳ ହେବ ସେ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

Panchayat Election: ବାଜିଲା ବିଗୁଲ, BJD କାର୍ଯ୍ୟକାରିଣୀ ବୈଠକରେ ପ୍ରବଳ ଭିଡ଼

ସଦରମହକୁମାରେ ମହିଳା ବିଜେଡି଼ର କାର୍ଯ୍ୟକାରିଣୀ ବୈଠକରେ ନେତା, ନେତ୍ରୀ ଓ କର୍ମୀ ପ୍ରବଳ ଭିଡ଼ ଲଗାଇଥିଲେ । ସଭାସ୍ଥଳକୁ ଚାରିଆଡୁ ବନ୍ଦ କରାଯାଇଥିବାବେଳେ ଭିତରେ ସାମାଜିକ ଦୂରତାକୁ ନେତୃବୃନ୍ଦ ପରିହାସ କରିଥିଲେ । ରାଜନୈତିକ ଦଳ ଗୁଡିକ ଦ୍ବାରା ଆୟୋଜିତ ହେଉଥିବା ସଭା ସମିତି ଉପରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଦୃଢତାର ସହ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ରହିଛି ।

Panchayat Election: ବାଜିଲା ବିଗୁଲ, କୋରାପୁଟରେ ଶାସକ ଦଳର କଟକଣାକୁ ଫୁ
Panchayat Election: ବାଜିଲା ବିଗୁଲ, କୋରାପୁଟରେ ଶାସକ ଦଳର କଟକଣାକୁ ଫୁ

କିନ୍ତୁ ଏହି ଭିଡ଼କୁ ଦେଖି ଆସନ୍ତା ଦିନରେ ପଞ୍ଚାୟତ ନିର୍ବାଚନର ପ୍ରଚାର ସମୟରେ ସରକାରୀ ନିୟମକୁ ଫୁ କରିବାର ସମ୍ଭାବନା ଅଧିକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ରାଜନୈତିକ ନେତୃବୃନ୍ଦ ବିପକ୍ଷ ଦଳର ଗହଳିକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ଫଳରେ କୋଭିଡ଼ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.