ETV Bharat / state

କୋଟିଆ ପଞ୍ଚାୟତରେ ଲାଗିଲା ତେଲୁଗୁ ନାମ ଫଳକ

author img

By

Published : Sep 27, 2021, 7:17 PM IST

Updated : Sep 27, 2021, 7:50 PM IST

କୋଟିଆ ପଞ୍ଚାୟତରେ ଲାଗିଲା ତେଲୁଗୁ ନାମ ଫଳକ
କୋଟିଆ ପଞ୍ଚାୟତରେ ଲାଗିଲା ତେଲୁଗୁ ନାମ ଫଳକ

ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତେଲୁୁଗୁ ନାମ ଫଳକ ଲଗାଇଲେ ଆନ୍ଧ୍ର ସରକାର । କେବଳ ତେଲୁଗୁ ନାମ ଫଳକ ନୁହେଁ ଏହି ସବୁ ଗାଁର ନାମ ମଧ୍ୟ ବଦଳାଯାଉଥିବା ଦେଖା ଯାଇଛି । ଅଧିକ ପଢ଼ନ୍ତୁ...

କୋରାପୁଟ: ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ତେଲୁୁଗୁ ନାମ ଫଳକ ଲଗାଇଲେ ଆନ୍ଧ୍ର ସରକାର । ଫାଟୁସିନେରୀ ଓ ଅନ୍ୟାନ୍ୟ ଗାଁରେ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନାମ ଫଳକ ଲଗାଇଯାଇଥିଲା । ବର୍ତ୍ତମାନ ସେହି ସବୁ ଗ୍ରାମଗୁଡିକରେ ତେଲୁଗୁ ନାମ ଫଳକ ଲଗାଇବା ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର । କେବଳ ତେଲୁଗୁ ନାମ ଫଳକ ନୁହେଁ ଏହି ସବୁ ଗାଁର ନାମ ମଧ୍ୟ ବଦଳାଯାଉଥିବା ଦେଖା ଯାଇଛି ।

କୋଟିଆ ପଞ୍ଚାୟତରେ ଲାଗିଲା ତେଲୁଗୁ ନାମ ଫଳକ
କୋଟିଆ ପଞ୍ଚାୟତରେ ଲାଗିଲା ତେଲୁଗୁ ନାମ ଫଳକ

କୋଟିଆ ପଞ୍ଚାୟତର ଫାଟୁସିନେରୀ ଗାଁରେ ତେଲୁଗୁରେ ନାମ ବଦଳଯାଇ ପଟ୍ଟୁଚେନେରୁ କରାଯାଇଛି । ଏଭଳି ଅନ୍ୟ କେତେକ ଗାଁର ନାମ ମଧ୍ୟ ବଦଳିଛି । ଏହି ସବୁ ଗାଁରେ ଏବେ ଓଡ଼ିଆ ସହ ତେଲୁଗୁ ନାମ ଫଳକ ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ପ୍ରତିନିଧିମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଏକ ରାଜନୈତିକ ଦଳ ଜନସତ୍ତାର ପ୍ରତିନଧିମାନେ କୋଟିଆ ଗସ୍ତ କରି ଫେରିଥିଲେ । ଏହାକୁ ନେଇ ସ୍ଥାନୀୟ ପ୍ରତିନଧିମାନେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ସେପଟେ କୋଟିଆର ପଞ୍ଚାୟତର ସମସ୍ତ ଗାଁରେ ତେଲୁଗୁ ନାମ ଫଳକ ଲାଗିନଥିବାରୁ ଆନ୍ଧ୍ର ସରକାରଙ୍କୁ ଜନସତ୍ତା ଦଳର ପ୍ରତିନଧିମାନେ ଟାର୍ଗେଟ କରିଥିଲେ । ଏହାପରେ ବର୍ତ୍ତମାନ ଆନ୍ଧ୍ର ସରକାର ଏହି ପଦକ୍ଷେପ ନେଇଥିବା ଆଲୋଚୋନା ହେଉଛି ।

ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବିତ ପଟ୍ଟାଙ୍ଗୀ ବ୍ଲକକୁ ସହାୟତା ଦେବାକୁ ପ୍ରଶାସନ ଚିନ୍ତା କରୁଛି । ସେପଟେ ଆନ୍ଧ୍ର ସରକାର କୋଟିଆକୁ ନେଇ ଭାଷା ରାଜନୀତି ଆରମ୍ଭ କରିଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated :Sep 27, 2021, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.