ETV Bharat / state

ଉତ୍ତେଜନା ଆଶଙ୍କାରେ ଜୟପୁରରେ 144 ଧାରା ଜାରି, ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Apr 13, 2023, 9:05 PM IST

ହନୁମାନ ଜୟନ୍ତୀ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ
ହନୁମାନ ଜୟନ୍ତୀ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ

ଜୟପୁର ସହରରେ ୭ ଦିନ ପାଇଁ ଜାରି ହେଲା ୧୪୪ ଧାରା । ଏପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ । ହନୁମାନ ଜୟନ୍ତୀ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କଲେ ଏସଡିପିଓ । ଅଧିକ ପଢ଼ନ୍ତୁ

କୋରାପୁଟ: ଜୟପୁର ସହରରେ ୧୪୪ ଧାରା ଲାଗୁ । ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା । ସହରର ସବ୍‌ଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏସଡିପିଓଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ଆଧାର କରି ଏହି କଟକଣା ଏପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ । ଏହି ୭ ଦିନ ଅପରାହ୍ନ ୩ଟାରୁ ପରିବର୍ତ୍ତୀ ଦିନ ସକାଳ ୯ଟା ଯାଏଁ କଟକଣା ବଳବତ୍ତର ରହିବ । ପରେ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ କଟକଣା କୋହଳ କରାଯିବ । ଆଗକୁ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କଲା ପ୍ରଶାସନ ।

ଏହି ବିଜ୍ଞପ୍ତି ଅନୁଯାୟୀ ଜୟପୁର ସହର ତଥା ଆଖପାଖ ଗ୍ରାମ ଗୁଡିକରେ ଦୁଇଜଣଙ୍କଠାରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଦୁଇଜଣଠାରୁ ଅଧିକ ବ୍ୟକ୍ତି ଏକାଠି ହେବା କିମ୍ବା କୌଣସି ପ୍ରକାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଅପରାଧ ଭାବେ ବିବେଚିତ ହେବ । ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ତେବେ ଜୟପୁରବାସୀ ଏହି ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ।

ଆସନ୍ତା କାଲି ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ ଜୟପୁର ସହରରେ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଏପରି ଏକ ଆଦେଶ ଏହି ଉତ୍ସବ ପାଳନରେ ବାଧା ଉପୁଜିବା ନେଇ ମତ ପ୍ରକାଶ ପାଇଛି । ତେବେ ଏପରି ଏକ କଠିନ ନିଷ୍ପତ୍ତି ପଛରେ କଣ ଯେ ବାସ୍ତବତା ତଥ୍ୟ ଲୁଚି ରହିଛି ସେନେଇ ପ୍ରଶାସନ କିମ୍ବା ପୋଲିସ ତରଫରୁ ସ୍ପଷ୍ଟୀକରଣ କରାଯାଇନାହିଁ ।

ବିନା କାରଣରେ ୧୪୪ ଧାରା ଲଗାଇବା ଫଳରେ ଅଞ୍ଚଳରେ ଅଶାନ୍ତ କରିବାରେ ସହାୟ ହେବ ବୋଲି ଜୟପୁରର ବିଶିଷ୍ଟ ସଙ୍ଗୀତକାର ଧୀରେନ ମୋହନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହ ଭୟଙ୍କର ହିଂସାକାଣ୍ଡ ଘଟିଥିଲା । ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରରେ ଏକ ବାଇକ ଶୋଭାଯାତ୍ରା କରାଯାଉଥିଲା । ତେବେ ଏହି ସମୟରେ ଶୋଭାଯାତ୍ରାରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପଥର ମାଡ଼ ହୋଇଥିଲା । ଏହାପରେ ଏଠାରେ ୧୪୪ ଧାରା ଲାଗିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.