ETV Bharat / state

‘ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି, ମାନସିକ ଆସୁସ୍ଥତା ପାଇଁ ବଢୁଛି ଆତ୍ମହତ୍ୟା’

author img

By ETV Bharat Odisha Team

Published : Oct 11, 2023, 6:29 AM IST

ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି
ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି

ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି ଯାହା ଏବେକାର ସମାଜରେ ଦୃତଗତିରେ ବୃଦ୍ଧି ପାଉଛି । ଯୁବକ କିମ୍ବା ବୃଦ୍ଧ ସମସ୍ତ ବୟସର ଲୋକଙ୍କଠାରେ ଏହି ବିକୃତିର ମାମଲା ରିପୋର୍ଟ କରାଯାଉଛି । ଅଧିକ ପଢ଼ନ୍ତୁ

ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି

କୋରାପୁଟ: ମାନସିକ ସ୍ବାସ୍ଥ୍ୟର ସଠିକ୍ ଯତ୍ନ ଜଣେ ବ୍ୟକ୍ତିଙ୍କୁ ସୁଖୀ ଏବଂ ସମୃଦ୍ଧ ଜୀବନଯାପନ କରିବାରେ ସାହାଯ୍ୟ କରେ । ଚାପ ଏକ ପ୍ରକାର ମାନସିକ ସ୍ବାସ୍ଥ୍ୟର ବ୍ୟାଧି ଯାହା ଏବେକାର ସମାଜରେ ଦୃତଗତିରେ ବୃଦ୍ଧି ପାଉଛି । ଯୁବକ କିମ୍ବା ବୃଦ୍ଧ ସମସ୍ତ ବୟସର ଲୋକଙ୍କଠାରେ ଏହି ବିକୃତିର ମାମଲା ରିପୋର୍ଟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଅକ୍ଟୋବର 10 ତାରିଖକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ହିସାବରେ ପାଳନ କରାଯାଉଛି । ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ମାନସିକ ରୋଗ ବିଷୟରେ ସୂଚନା ପ୍ରଦାନ କରିବା ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ ।

ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଲିଙ୍ଗରାଜ ବେହେରା କହିଛନ୍ତି,"ସମସ୍ତ ବ୍ୟକ୍ତି ଶାରୀରିକ ସ୍ୱାସ୍ଥ୍ୟ ପରି ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ଅଟେ । ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉଭୟ ପରସ୍ପର ଉପରେ ନିର୍ଭରଶୀଳ । ଉଦାହରଣ ସ୍ବରୂପ ଯଦି ଆପଣ ଚାପ-ଚିନ୍ତା ପରି ମାନସିକ ସମସ୍ୟାର ଶିକାର ହୁଅନ୍ତି ତେବେ ଏହାର ପ୍ରଭାବ ଶାରୀରିକ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ । ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଘରୋଇ ଗଣ୍ଡଗୋଳ, ଆର୍ଥିକ ସମସ୍ୟା, ମନୋମାଳିନ୍ୟ ଓ ଠିକ ସମୟରେ ପରାମର୍ଶ ଅଭାବରୁ ଲୋକେ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରୁଛନ୍ତି । ଫଳରେ ଏବେ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ଏକାନ୍ତ ଜରୁରୀ ।"

ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ କୋରାପୁଟ କାରାଗାର ପରିସର ମଧ୍ୟରେ ଅନ୍ତେବାସୀଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସେମାନେ କିପରି ନିଜ ଭିତରେ ଆତ୍ମ ସମୀକ୍ଷା କରି ବନ୍ଦୀ ଜୀବନରେ ଆସୁଥିବା ନୈରାଶ୍ୟବାଦକୁ ସାମ୍ନା କରିହେବ ସେ ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ସହିପାରିଲାନି ନିର୍ଯାତନା, ଶାବଳରେ ପିଟି ସ୍ବାମୀକୁ ହତ୍ୟାକଲା ପତ୍ନୀ

ଜେଲ ସୁପରିଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ କରିଛନ୍ତି , "ଅନ୍ତେବାସୀଙ୍କ ମନରେ ଶାନ୍ତି ଆଣିବା ସହ ନୈରାଶ୍ୟ ଭାବକୁ ଦୁରେଇବା ପାଇଁ କାରାଗାର ତରଫରୁ ଅନ୍ତେବାସୀଙ୍କୁ ନେଇ ରେଡ଼ିଓ ମୁକ୍ତି ଭଳି ସାପ୍ତାହିକ ସୃଜନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ବ୍ୟାୟାମ ତଥା ଯୋଗ, ପ୍ରାଣାୟମ କରାଯାଉଛି ।"


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.