ETV Bharat / state

ସହିପାରିଲାନି ନିର୍ଯାତନା, ଶାବଳରେ ପିଟି ସ୍ବାମୀକୁ ହତ୍ୟାକଲା ପତ୍ନୀ

author img

By ETV Bharat Odisha Team

Published : Oct 10, 2023, 10:11 PM IST

ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ । ସହି ପାରିଲାନି ସ୍ବାମୀର ନିର୍ଯାତନା, ଶାବଳରେ ପିଟି ସ୍ବାମୀକୁ ହତ୍ୟା କଲା ପତ୍ନୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢ଼ନ୍ତୁ

ଶାବଳରେ ପିଟି ସ୍ବାମୀକୁ ହତ୍ୟାକଲା ପତ୍ନୀ
ଶାବଳରେ ପିଟି ସ୍ବାମୀକୁ ହତ୍ୟାକଲା ପତ୍ନୀ

ଶାବଳରେ ପିଟି ସ୍ବାମୀକୁ ହତ୍ୟାକଲା ପତ୍ନୀ

କେନ୍ଦୁଝର: ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତ ଛିଟା । ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ । ସହି ପାରିଲାନି ସ୍ବାମୀର ନିର୍ଯାତନା ଶାବଳରେ ପିଟି ସ୍ବାମୀକୁ ହତ୍ୟା କଲା ପତ୍ନୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୋଡିପଶା ଗ୍ରାମର ସ୍ୱାମୀ ଟୁରା ତାର ପତ୍ନୀ ସୁନୀତା ଜୁଆଙ୍ଗ ଓ 4 ଛୁଆଙ୍କ ସହ ରହୁଥିଲେ । ଟୁରା ପ୍ରତିଦିନ ମଦ ପିଇ ବାରମ୍ବାର ପତ୍ନୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲା । ତେବେ ଗତ ରବିବାର ରାତିରେ ସ୍ବାମୀର ନିର୍ଯାତନାରେ ଅସହ୍ୟ ହୋଇ ଘରେ ଥିବା ଶାବଳରେ ସ୍ବାମୀକୁ ଆକ୍ରମଣ କରିଥିଲା ସ୍ତ୍ରୀ । ଫଳରେ ଘଟଣାସ୍ଥଳରେ ହିଁ ଟୁରାର ମୃତ୍ୟୁ ହୋଇଥିଲା । ତେବେ ଗତ ରବିବାର ରାତିରୁ ଏହି ଘଟଣା ଘଟିଥିବା ବେଳେ ଦୀର୍ଘ ତିନି ଦିନ ଧରି ଟୁରାର ମୃତଦେହ ଘରେ ପଡିରହିଥିଲା । ସେପଟେ ଚାରି ଛୁଆଙ୍କୁ ଧରି ସୁନୀତା ସେହି ଘରେ ରହି ଆସୁଥିଲା। ଖବର ପାଇ ଘଟଣାସ୍ଥଳରେ ଟାଉନ IIC, ସଦର SDPO ପହଞ୍ଚି ମୃତଦେହକୁ ଜବତ କରି ସୁନୀତାକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଶାରିରୀକ ସମ୍ପର୍କ ପାଇଁ ମନା କଲା ସ୍ତ୍ରୀ, ଜୀବନ ହାରିଲେ ଦାଦନ ଶ୍ରମିକ: ହାଇଦ୍ରାବାଦରୁ ଆସିଲା ମୃତଦେହ

ପୂର୍ବରୁ ମଧ୍ୟ ବରଗଡ଼ ସହର ସ୍ଥିତ 16 ନମ୍ବର ୱାର୍ଡ଼ ଡେମ କଲୋନୀଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମଦ ନିଶାରେ ମାତାଲ ହୋଇ ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିଥିଲା । ମଦ ପିଇ ନିଶା ଚଢିବା ପରେ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ନିଶାସକ୍ତ ଅବସ୍ଥାରେ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ମୃତ ବ୍ୟକ୍ତି ଜଣକ 55 ବର୍ଷୀୟ ବୁଲୁ ବାରିକ ଜଣା ପଡ଼ିଥିଲା । ବରଗଡ଼ ଡ୍ୟାମ୍‌ କଲୋନୀ ଠାରେ ବୁଲୁ ବାରିକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହାପରେ ଘଟଣାସ୍ଥଳର ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଜ୍ୟୋତି ବାରିକଙ୍କୁ ପଚରାଉଚରା କରିଥିଲା ପୋଲିସ । ମୃତକଙ୍କ ସ୍ତ୍ରୀ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଶୋଇ ପଡିଥିଲେ । ମାତ୍ର ହତ୍ୟା ବିଷୟରେ ସେ କିଛି ଜାଣିନଥିବା ପୋଲିସକୁ ମହିଳା ଜଣକ କହିଥିଲେ । ତେବେ ଅଧିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ସମୟରେ ସ୍ତ୍ରୀର ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରି ଜ୍ୟୋତି ବାରିକକୁ ଅଟକ ରଖି ଜେରା କରିଥିଲା । ପରେ ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ମାଡ଼ ମାରିଥିବା ଜଣାଇଥିଲା । ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଥିବାରୁ ମହିଳା ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.