ETV Bharat / state

ଗୁଲାବ ଗଲା ପରେ ଖୋଲିଲା ସୁଙ୍କି ଘାଟି, ସ୍ବାଭାବିକ ହେଲା ଆନ୍ଧ୍ର-ଓଡିଶା ଯୋଗାଯୋଗ

author img

By

Published : Sep 28, 2021, 10:50 PM IST

Updated : Sep 29, 2021, 6:31 AM IST

sunki ghat road opened after cyclone gulab
ଗୁଲାବ ପ୍ରଭାବରେ ବନ୍ଦ ଥିବା ସୁଙ୍କି ଘାଟି ଖୋଲିଲା

ସାମୁଦ୍ରିକ ଝଡ଼ ଗୁଲାବର ପ୍ରଭାବରେ ସୋମବାରଠାରୁ ବନ୍ଦ ପଡିଥିବା ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ସୁଙ୍କି ଘାଟି ଯାନବାହନ ଯାତାୟତ ପାଇଁ ଖୋଲିଛି । ଅଧିକ ପଢନ୍ତୁ...

କୋରାପୁଟ : ଭୂସ୍ଖଳନ ଯୋଗୁଁ ବନ୍ଧ ଥିବା ସୁଙ୍କି ଘାଟି ଆଜି ଖୋଲିଲା । ସ୍ବାଭାବିକ ହୋଇଛି ଓଡିଶା-ଆନ୍ଧ୍ର ଯୋଗାଯୋଗ । ସାମୁଦ୍ରିକ ଝଡ଼ ଗୁଲାବ ର ପ୍ରଭାବରେ ଗତକାଲିଠାରୁ ବନ୍ଦ ପଡିଥିବା ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ସୁଙ୍କି ଘାଟି ଆଜି ଯାନବାହନ ଯାତାୟତ ପାଇଁ ଖୋଲିଛି ।

ଗୁଲାବ ପ୍ରଭାବରେ ବନ୍ଦ ଥିବା ସୁଙ୍କି ଘାଟି ଖୋଲିଲା

ବାତ୍ୟା ଗୁଲାବର ପ୍ରଭାବରେ ଗତକାଲି (ସୋମବାର) ସୁଙ୍କି ଓ ରାଲେଗଡା ଠାରେ ଭୂସ୍ଖଳନ ହୋଇଥିଲା । ଏହା ସହ ଚାରୋଟି ସ୍ଥାନରେ ପାହାଡ ଉପରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିଲା । ତେବେ ଗତକାଲି ଜରୁରୀକାଳୀନ ଭିତ୍ତିରେ NDRF,ODRAF ଓ ଅଗ୍ନିଶମ ବିଭାଗ ଦ୍ଵାରା ତିନୋଟି ଭୁସ୍ଖଳନ ସ୍ଥାନରେ ରାସ୍ତା ଉପରୁ ମାଟି ଓ ପଥରକୁ ସଫା କରିଥିଲେ ।

ଆଜି ସୁଙ୍କି ଘାଟି ନିକଟରେ ହୋଇଥିବା ଭୁସ୍ଖଳନକୁ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ବାରା ଜେସିବି ଲଗାଇ ସଫା କରାଯାଇ ରାସ୍ତାକୁ ଖୋଲି ଦିଆଯାଇଛି । ତେବେ ଭୁସ୍ଖଳନ ହୋଇଥିବା ସ୍ଥାନରେ ଜରୁରୀକାଳୀନ କାର୍ଯ୍ୟ ଭାବେ ଗାତକୁ ମାଟିରେ ଭରିଦିଆଯାଇଛି । ପରେ ଭଲଭାବେ ମରାମତି କରାଯିବ ବୋଲି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର କହିଛନ୍ତି ।

ସୂଚନାଥାଉକି କୋରାପୁଟରେ ବାତ୍ୟା ଗୁଲାବର ତାଣ୍ଡବରେ ଜିଲ୍ଲାର ଚାରିଟି ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଯାହା ଫଳରେ ଓଡିଶା ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିଲା । ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଛତିଶଗଡବାସୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯିବା ପାଇଁ ସୁଙ୍କି ରାସ୍ତା ଉପରେ ନିର୍ଭରଶୀଳ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated :Sep 29, 2021, 6:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.