ETV Bharat / state

କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ

author img

By

Published : Mar 16, 2022, 6:32 PM IST

କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ
କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ

କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଓଡିଶା ରାଜ୍ୟ, ଆଜି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଟୀକାକରଣ । ଅଧିକ ପଢନ୍ତୁ

କୋରାପୁଟ: ଆଜିଠୁ (ବୁଧବାର) ସାରା ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଆରମ୍ଭ ହୋଇଛି କୋଭିଡ ପ୍ରତିଷେଧକ ଟିକା ଦେବା କାର୍ଯ୍ୟକ୍ରମ। ଏହି କ୍ରମରେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ତେବେ ଆସନ୍ତା ଦିନରେ ଜିଲ୍ଲା ତମାମ ଏହି ଟୀକାକରଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ ଆଜି ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀର 150ରୁ ଊର୍ଦ୍ଧ୍ବ ସଂଖ୍ୟକ ପିଲାଙ୍କୁ ଟୀକାକରଣ କରିବାର ଲକ୍ଷ୍ୟ ରଖାଯାଇଛି । ତେବେ ଆଗକୁ ଏହି ବର୍ଗର ସମସ୍ତ ପିଲା ଟିକା ପାଇପାରିବେ ତାହାର ତାଲିକା ପ୍ରସ୍ତୁତ ସହ ଜିଲ୍ଲା ତମାମ ପ୍ରତେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବା ନେଇ ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.