ETV Bharat / state

ଭୁବନେଶ୍ୱର ଧାନବାଦ ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ରିମାଣ୍ଡରେ ଆସିବ ହତ୍ୟାକାରୀ ସ୍ୱାମୀ

author img

By ETV Bharat Odisha Team

Published : Oct 26, 2023, 7:57 PM IST

6 ମାସ ପରେ ଗିରଫ କଲା ଜିଆରପି ପୋଲିସ
6 ମାସ ପରେ ଗିରଫ କଲା ଜିଆରପି ପୋଲିସ

ଭୁବନେଶ୍ବର ରେଳ ଷ୍ଟେସନର ଧାନବାଦ ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । 6 ମାସ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାରେ ସଫଳ ହେଲା ଜିଆରପି ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଭୁବନେଶ୍ବର ରେଳ ଷ୍ଟେସନର ଧାନବାଦ ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । 6 ମାସ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାରେ ସଫଳ ହେଲା ଜିଆରପି ପୋଲିସ । ଷ୍ଟେସନରେ ପ୍ରଥମେ ମହିଳାଙ୍କ ତଣ୍ଟି ଚିପିବା ଓ ପରେ ଗଳାକୁ ଛୁରରେ କାଟି ହତ୍ୟା କରିଥିଲା ସ୍ବାମୀ ସୁଧାଂଶୁ ବୋଲି ସୂଚନା ଦେଇଛି ଜିଆରପି । ଘଟଣାର ୬ ମାସ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ତେବେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ତଦନ୍ତକାରୀ ଟିମ୍ ସୂଚନା ଦେଇଛନ୍ତି । ହତ୍ୟାରେ ବ୍ୟବହୃତ ଛୁରି, ମୃତ ମହିଳାଙ୍କ ମୋବାଇଲ ଫୋନ୍ ଓ ସାମଗ୍ରୀକୁ ସୁଧାଂଶୁ କେଉଁଠି ଲୁଚାଇଛି ତାହା ଜାଣିବା ଲାଗି ରିମାଣ୍ଡରେ ଆଣିବ ତଦନ୍ତକାରୀ ଟିମ୍ । ଗୁରୁବାର ଏନେଇ ରିମାଣ୍ଡ ଆବେଦନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Khandagiri Triple Murder Case: 27 ବର୍ଷ ପରେ ଆସିଲା ଚୂଡାନ୍ତ ରାୟ, ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଜିଆରିପି ପୋଲିସ ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ହେଲେ ରାଞ୍ଚିର ସୁମନ କୁମାରି । ତେବେ ସୁମନଙ୍କ ସହ ସୁଧାଂଶୁଙ୍କ ପ୍ରେମ ଇନଷ୍ଟାଗ୍ରାମରୁ ଆରମ୍ଭ ହେଇଥିଲା ପରେ ବିବାହ କରିଥିଲେ ଦୁହେଁ । ସୁମନଙ୍କ ସହ ସୁଧାଂଶୁଙ୍କ ୨୦୨୨ ଅକ୍ଟୋବରରେ ବିବାହ କରିଥିଲେ । କିନ୍ତୁ ସୁଧାଂଶୁ ପୂର୍ବରୁ ବିବାହ କରିଥିବାରୁ ସୁମନଙ୍କୁ ଦ୍ୱିତୀୟ ବିବାହ ପାଇଁ ରାଜି ନଥିଲେ ସୁଧାଂଶୁ । ସୁମନ ପରିବାର ଯିଦି ପାଇଁ ସୁଧାଂଶୁ ରାଞ୍ଚିର ଏକ ମନ୍ଦିରରେ ବିବାହ କରିଥିଲେ । ତା ପରଠୁ ଦୁଇ ଜଣଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା ।

ଏହା ମଧ୍ୟ ପଢନ୍ତୁ...Real life 'Judaai': ବଲିଉଡ କାହାଣୀ ନୁହେଁ ସତ, ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ !

ସୁଧାଂଶୁ ଘର ଗଞ୍ଜାମ ଆସ୍କାରେ ହେଇଥିବାରୁ ପ୍ରଥମେ ପରିବାର ସହ ଭେଟିବା ପାଇଁ କହିଥିଲେ । ପରେ ସୁରଟ ଯିବା ପାଇଁ ଯୋଜନା କରିଥିଲେ ସୁଧାଂଶୁ ଓ ସୁମନ । କିନ୍ତୁ ପୂର୍ବରୁ ସୁମନକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ହତ୍ୟାକାରୀ ସ୍ଵାମୀ । ଭୁବନେଶ୍ୱରରେ ଟ୍ରେନ୍ ପହଁଞ୍ଚିବା ପରେ ଟଏଲେଟରେ ହତ୍ୟା କରାଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ କରି ଅଭିଯୁକ୍ତ ସୁରଟ ପଳେଇ ଯାଇଥିଲା । ପୋଲିସର ବହୁ ଛାନଭିନ ପରେ ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ଜିଆରପି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.