ETV Bharat / bharat

Real life 'Judaai': ବଲିଉଡ କାହାଣୀ ନୁହେଁ ସତ, ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ !

author img

By ETV Bharat Odisha Team

Published : Oct 21, 2023, 8:37 PM IST

ରିଅଲ ଲାଇଫରେ ବଲିଉଡ ଫିଲ୍ମ 'ଜୁଦାଇ'ର ରିମେକ୍‌ । କର୍ଣ୍ଣାଟକରେ ସ୍ବାମୀକୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ । ଅଧିକ ପଢନ୍ତୁ

Woman sells her husband
Woman sells her husband

ବେଙ୍ଗାଲୁରୁ: ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ । ବଲିଉଡ ଫିଲ୍ମ 'ଜୁଦାଇ'ରେ ଯେପରି ଅଭିନେତ୍ରୀ ଶ୍ରୀଦେବୀ ନିଜ ସ୍ବାମୀ( ଅନିଲ କପୁର)ଙ୍କୁ ଅନ୍ୟ ଜଣେ ମହିଳା (ଉର୍ମିଳା ମାତୋଣ୍ଡକର)ଙ୍କୁ ବିକ୍ରି କରିଥିଲେ, ଠିକ ସେହିପରି ରିଅଲ ଲାଇଫରେ ମଧ୍ୟ ଏଭଳି ଘଟଣା ଘଟିଛି । କର୍ଣ୍ଣାଟକରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ସ୍ବାମୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଫିଲ୍ମରେ ଅଭିନେତ୍ରୀ ଶ୍ରୀଦେବୀ ୨ କୋଟି ଟଙ୍କା ଅନ୍ୟ ମହିଳାଙ୍କୁ ନିଜ ସ୍ବାମୀକୁ ବିକ୍ରି କରିଥିଲେ । କର୍ଣ୍ଣାଟକ ମାଣ୍ଡ୍ୟାର ଏକ ଗ୍ରାମରେ ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ନିଜ ସ୍ବାମୀଙ୍କୁ ବିକ୍ରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କ ଅନ୍ୟ ଜଣେ ମହିଳା ସହ ସମ୍ପର୍କ ଥିବା ଜାଣିବା ପରେ ପତ୍ନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଅନ୍ୟ ଜଣେ ମହିଳା ସହ ସ୍ବାମୀକୁ ଅସଂଯତ ଅବସ୍ଥାରେ ଦେଖିଥିଲା ପତ୍ନୀ । ଏହାପରେ ୨ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ୨ ଜଣ ମହିଳା ଘଟଣାକୁ ପଞ୍ଚାୟତରେ ଉଠାଇଥିଲେ ।

ଏହା ବି ପଢନ୍ତୁ- Mother Sold Daughter For Lover: ଝିଅକୁ ବିକି ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ମାଆ

ପର ପୁରୁଷ ସହ ସମ୍ପର୍କ ଥିବା ମହିଳା ଜଣକ କହିଥିଲେ ଯେ ସ୍ବାମୀକୁ ବିକ୍ରି କରିବା ଲାଗି ପତ୍ନୀ ତାଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ । '୫ ଲକ୍ଷ ଟଙ୍କା ଦେ ଓ ସ୍ବାମୀଙ୍କୁ ନେ' ଭଳି ଅଫର ଦେଇଥିଲେ । ପତ୍ନୀ କହିଥିଲେ, "ମୋତେ ଏଭଳି ସ୍ବାମୀ ଦରକାର ନାହିଁ । ୫ ଲକ୍ଷ ଟଙ୍କା ଦେ ଓ ମୋ ସ୍ବାମୀଙ୍କୁ ନେ ।" ଏହି ଅର୍ଥକୁ ୧ ମାସ ମଧ୍ୟରେ ଦେବାକୁ ଅନ୍ୟ ଜଣେ ମହିଳା ଜଣକ କହିବା ପରେ ବିକ୍ରି ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ରାଜି ହୋଇଯାଇଥିଲେ ।

ଏହା ବି ପଢନ୍ତୁ- ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

ଉଭୟ ମହିଳାଙ୍କ ମଧ୍ୟରେ ଏଭଳି ବୁଝାମଣା ଦେଖିବା ପରେ ପଞ୍ଚାୟତର ମୁଖିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏଠାରେ ବାସ୍ତବରେ ମହିଳା ଜଣକ ଉକ୍ତ ବଲିଉଡ ଫିଲ୍ମରୁ ପ୍ରେରିତ ହୋଇଛନ୍ତି କି ନାହିଁ, ତାହା ତ ଜଣାନାହିଁ । ହେଲେ ସମ୍ପର୍କ ମଧ୍ୟରେ ଅର୍ଥକୁ ଆଣିବା ତାହା ସ୍ପଷ୍ଟ ହୋଇଛି । ଏହି ଦମ୍ପତିଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.