ETV Bharat / state

ମହିଳାଙ୍କୁ କଚାଡି ମାରିଲା ଦନ୍ତା

author img

By

Published : Jan 18, 2021, 9:51 AM IST

ହାତୀ ଆକ୍ରମଣରେ ମହିଳା ମୃତ
ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଉଛନ୍ତି ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡ଼ା ମୁସଲିସାହିରେ ରହୁଥିବା ଶେଖ୍ ଇନାଙ୍କ ସ୍ତ୍ରୀ ସୟିରୁନ୍ ବିବି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡ଼ା ମୁସଲିସାହିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ । ମୃତ ମହିଳା ଜଣକ ହେଉଛନ୍ତି ଶେଖ୍ ଇନାଙ୍କ ସ୍ତ୍ରୀ ସୟିରୁନ୍ ବିବି । ଇରୁନ୍ ବିବି ଘର ବାଡ଼ିପଟକୁ ଯାଇଥିବାବେଳେ ହଠାତ୍‌ ଏକ ଦନ୍ତା ହାତୀ ସେଠାରେ ପହଞ୍ଚି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ହାତୀ ଆକ୍ରମଣରେ ମହିଳା ମୃତ

ଖବରପାଇ ପୋଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.