ETV Bharat / state

ଭୁବନେଶ୍ବର ହେବ ଇଣ୍ଟରନ୍ୟାସନାଲ କନଭେନ୍ସନ ଅନ ମିଲେଟ: କୃଷି ସଚିବ

author img

By

Published : Apr 11, 2023, 5:20 PM IST

କୃଷି ସଚିବ
କୃଷି ସଚିବ

ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି ଯେ, ମିଲେଟକୁ ନେଇ ଭୁବନେଶ୍ୱରରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ନେଇ ନିଷ୍ପତି ନିଆଯାଇଛି । ଏଥିରେ ମିଲେଟ ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରୋମସନ କରାଯିବ । ଯେଉଁ ସଚେତନତା ଚାଲିଛି, ତାହାକୁ ଆଗାମୀ ଦିନରେ ବ୍ୟାପକ କରିବୁ । ଅଧିକ ପଢନ୍ତୁ

ଭୁବନେଶ୍ବର ହେବ ଇଣ୍ଟରନ୍ୟାସନାଲ କନଭେନ୍ସନ ଅନ ମିଲେଟ: କୃଷି ସଚିବ

ଭୁବନେଶ୍ବର: ଚଳିତବର୍ଷ ନଭେମ୍ବର 10 ତାରିଖରେ କୃଷି ବିଭାଗ ପକ୍ଷରୁ ଆୟୋଜନ ହେବ ଇଣ୍ଟରନ୍ୟାସନାଲ କନଭେନ୍ସନ ଅନ ମିଲେଟ । ନଭେମ୍ବର 8 ରୁ 10 ତାରିଖ ଯାଏଁ ମିଲେଟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ, ଚାଷୀ, ମିଲେଟ ଜଗତ ସହିତ ଜଡିତ ବ୍ୟକ୍ତିଙ୍କୁ ସାମିଲ ହେବେ । ମିଲେଟକୁ କେବଳ ଚାଷୀଙ୍କ କ୍ଷେତରେ ନୁହେଁ, ଗ୍ରାହକଙ୍କ ଥାଳିରେ ପହଞ୍ଚାଇବାକୁ ଚାହୁଁଛୁ । ମିଲେଟରେ କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ହେବ ବୋଲି କହିଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡା. ଅରବିନ୍ଦ ପାଢୀ ।

ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି ଯେ, ମିଲେଟକୁ ନେଇ ଭୁବନେଶ୍ୱରରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ନେଇ ନିଷ୍ପତି ନିଆଯାଇଛି । ଏଥିରେ ମିଲେଟ ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରୋମସନ କରାଯିବ । ଯେଉଁ ସଚେତନତା ଚାଲିଛି, ତାହାକୁ ଆଗାମୀ ଦିନରେ ବ୍ୟାପକ କରିବୁ । ମିଳିତ ଜାତିସଂଘ 2023କୁ ବିଶ୍ୱ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ଯେଉଁଥି ପାଇଁ ବିଶ୍ଵବ୍ୟାପୀ ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଉଛି । ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଜାରୀ ରହିଛି । ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ଗୋଟେ ଦିନ ମାଣ୍ଡିଆ ପାଇଁ ଉତ୍ସର୍ଗ କରିଛି । ନଭେମ୍ବର 10 କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଗତ ମାଣ୍ଡିଆ ଦିବସକୁ ରାଜ୍ୟ ସରକାର ବ୍ୟାପକ ଭାବେ ପାଳନ କରିଛନ୍ତି ।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ରୀନା ବୋହିଦାର କହିଛନ୍ତି ଯେ, ମିଲେଟ ଜାତୀୟ ଖାଦ୍ୟର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଛି । ସଚେତନତା ବଢିବା ଯୋଗୁଁ ମିଲେଟ ଜାତୀୟ ଖାଦ୍ୟର ଆବଶ୍ୟକତା କଣ ଲୋକ ଜାଣୁଛନ୍ତି । ଉପକାରିତା ବାବଦରେ ସଚେତନ ହେବା ସହ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ମାଣ୍ଡିଆ, ଲଡୁ, ବିସ୍କୁଟ, କେକ, ବାଦାମ ପକୋଡା, ନିମକୀ, ମିକ୍ସଚରର ବହୁ ପ୍ରକାଶର ସାମଗ୍ରୀ ଉପଲବ୍ଧ ହେଉଛି । ଲୋକଙ୍କ ଆଗ୍ରହ ବଢୁଥିବାରୁ ନୂଆନୂଆ ଫ୍ଲେବରର ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି ।

ରାଜ୍ୟ ସରକାର ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମିଲେଟ ମିଶନ ପାଇଁ ଆଗାମୀ 5 ବର୍ଷରେ ପ୍ରାୟ 2800 କୋଟି ଟଙ୍କା ଖର୍ଚ୍ଚ କରିବେ । ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପ୍ରାୟ 20 ଜିଲ୍ଲାରେ ମିଲେଟ ମିସନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହେବ । ପ୍ରତିବର୍ଷ ନଭେମ୍ବର 10 ତାରିଖକୁ ମାଣ୍ଡିଆ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମାଣ୍ଡିଆ ଚାଷ ବିକାଶ ପାଇ 2017/18 ରେ ଆରମ୍ଭ ହୋଇଛି ମିଲେଟ ମିଶନ । ଭାରତ ସରକାର ଓ ନିତି ଆୟୋଗ ଅନ୍ୟ ରାଜ୍ୟରେ ଏହାକୁ ଆପଣେଇବାକୁ ପରାମର୍ଶ ଦେଇଛନ୍ତି ।

ମାଣ୍ଡିଆ ଚାଷ ପାଇଁ ଅଳ୍ପ ପରିମାଣର ପାଣି, ଖତ ଓ ସାର ଆବଶ୍ୟକ । ପାର୍ବତ୍ୟ ଅଞ୍ଚଳରେ ଏହା ସୁହାଇବ । ମଣ୍ଡିଆରେ ଭରପୁର ପୋଷାକତତ୍ତ୍ଵ ରହିଛି । ଏହି ଚାଷ ପାଇଁ କ୍ଷୁଦ୍ର ଓ ନମପତ୍ର ଚାଷୀ ଓ ମିଶନ ଶକ୍ତିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପ୍ରାୟ 175 ବ୍ଲକରେ ମାଣ୍ଡିଆ ଚାଷ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଓ ପୋଷଣ କାର୍ଯ୍ୟକ୍ରମରେ ସାମିଲ ପାଇଁ ଯୋଜନା କରାଯାଇଛି । ଉନ୍ନତ ମାନର ବିହନ ଯୋଗାଇ ଦେଉଛନ୍ତି ସରକାର । ଓଡ଼ିଶା ସରକାର ମିଲେଟ ମିସନର କାର୍ଯ୍ୟକାଳ 6 ବର୍ଷ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ମହିଳାମାନେ ସ୍ବାବଲମ୍ବୀ ହେଇପାରିଛନ୍ତି । ରାଜ୍ୟରେ ମାଣ୍ଡିଆ ମିଶନ ସହ ପ୍ରାୟ 2 ଲକ୍ଷ ଚାଷୀ, 80ଟି FPO ଓ 1200ରୁ ଉର୍ଦ୍ଧ୍ବ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗ୍ରୁପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଚାଷୀଙ୍କ ଅବସ୍ଥାର ଉନ୍ନତି ଓ ପୃଷ୍ଟିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ମିଲେଟ ମିଲେଟ ମିଶନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.