ETV Bharat / state

Union Minister Odisha Visit: ଚଳିତ ମାସ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ

author img

By

Published : Jan 11, 2023, 8:12 PM IST

Union Minister Visit Odisha: ଚଳିତ ମାସ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ
Union Minister Visit Odisha: ଚଳିତ ମାସ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ

କେନ୍ଦ୍ରମନ୍ତ୍ରୀ କହିଛନ୍ତି,‘‘ଆସନ୍ତା 13 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଓଡିଶାରେ ହକି ବିଶ୍ଵକପ ଆୟୋଜିତ ହେଉଛି । ଭୁବନେଶ୍ୱର ସମେତ ରାଉରକେଲାରେ ମ୍ୟାଚ ଆୟୋଜନ ହେବ । ସାରା ବିଶ୍ୱରୁ 16 ଟି ଦଳ ଆସିଛନ୍ତି । ଭାରତରେ ବାରମ୍ବାର ବିଶ୍ୱକପ ଆୟୋଜନ ହେବା ବହୁତ କିଛି ସୂଚନା ଦେଉଛି । ଭାରତ ଗୋଟିଏ ଥର ନୁହେଁ 6 ଥର ଅଲମ୍ପିକରେ ଗୋଲ୍ଡ଼ ମେଡାଲ ଜିତିଛି ।" ଅଧିକ ପଢନ୍ତୁ

Union Minister Visit Odisha: ଚଳିତ ମାସ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ

ଭୁବନେଶ୍ବର: ପୁରୁଷ ହକି ବିଶ୍ୱକପ 2023 ଉଦଘାଟନ ଉତ୍ସବରେ ସାମିଲ ହେବା ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ରମନ୍ତ୍ରୀଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ହକି କ୍ଷେତ୍ରରେ ଓଡିଶା ଭଲ କାର୍ଯ୍ୟ କରିଥିବାବେଳେ ବିଶ୍ୱକପ ସୁରୁଖୁରୁରେ ଆୟୋଜନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ରଖିଛନ୍ତି । ସେହିପରି ଜାନୁଆରୀ 18 ଓ 19 ତାରିଖରେ ଓଡିଶାରେ ମିଶନ ଅଲମ୍ପିକ ସେଲ ବୈଠକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘‘ଆସନ୍ତା 13 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଓଡିଶାରେ ହକି ବିଶ୍ଵକପ ଆୟୋଜିତ ହେଉଛି । ଭୁବନେଶ୍ୱର ସମେତ ରାଉରକେଲାରେ ମ୍ୟାଚ ଆୟୋଜନ ହେବ । ସାରା ବିଶ୍ୱରୁ 16 ଟି ଦଳ ଆସିଛନ୍ତି । ଭାରତରେ ବାରମ୍ବାର ବିଶ୍ୱକପ ଆୟୋଜନ ହେବା ବହୁତ କିଛି ସୂଚନା ଦେଉଛି । ଭାରତ ଗୋଟିଏ ଥର ନୁହେଁ 6 ଥର ଅଲମ୍ପିକରେ ଗୋଲ୍ଡ଼ ମେଡାଲ ଜିତିଛି । ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ କୋପରେଟିଭ ଫେଡ଼େରାଲିଜିମ କଥା କୁହନ୍ତି । କେନ୍ଦ୍ର ସହ ରାଜ୍ୟ ମାନଙ୍କର ମଧ୍ୟ ଭୂମିକା ଅଛି ।"

କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଆହୁରି କହିଛନ୍ତି ହକି କ୍ଷେତ୍ରରେ ଓଡିଶା ମଧ୍ୟ ବହୁତ କାମ କରିଛି । ନୂଆ ଷ୍ଟାଡିଅମ ତିଆରି କରିଛି ଓଡିଶା ଏବଂ ବିଶ୍ଵକପ ଆୟୋଜନ କରିଛି । ଦୁନିଆର କୋଣ ଅନୁକୋଣରୁ ଯେଉଁ ଟିମ ଆସିଛନ୍ତି ସେମାନଙ୍କୁ ସ୍ୱାଗତ କରୁଛି । ଆଶା ଅଛି ଭଲ ଖେଳ ସହ ଭଲ ପ୍ରଦର୍ଶନ କରିବେ । ଓଡିଶାର ଦର୍ଶକ ଏହି ଅବସରକୁ ଆହୁରି ଭବ୍ୟ କରି ଦିଅନ୍ତି । ଅନେକ ସଂଖ୍ୟାରେ ଦର୍ଶକ ଷ୍ଟାଡିଅମକୁ ଆସିବେ । ବିଶ୍ୱାସ ଅଛି ଯେ ଏଥର ମଧ୍ୟ ଭବ୍ୟ ଆୟୋଜନ ହେବ । ଭାରତର ଏକ ଭଲ ସନ୍ଦେଶ ସାରା ବିଶ୍ଵକୁ ଯିବ ବୋଲି କହିଛନ୍ତି ।

ସେହିପରି ମନ୍ତ୍ରୀ କହିଛନ୍ତି ଜାନୁଆରୀ 18 ଓ 19 ତାରିଖରେ ଓଡିଶାରେ ହେବ ମିଶନ ଅଲମ୍ପିକ ସେଲ ବୈଠକ । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ, ଓଡିଶାରେ ଏହି ମିଶନ ଅଲମ୍ପିକ ସେଲ ଚୟନ ବୈଠକ ହେବ । ମିଶନ ଅଲମ୍ପିକ ସେଲ, ଯାହା ଅଲମ୍ପିକ ପୋଡିଅମ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖେଳାଳୀ ମାନଙ୍କୁ ସହାୟକ ହୁଏ । ଏହା ସହ ଚୟନ ଓ ସୁବିଧା ମଧ୍ୟ ଦିଏ । ଲଗାତାର କେନ୍ଦ୍ର ସରକାର ଖେଳକୁ ଆଗକୁ ନେବା ପାଇଁ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.