ETV Bharat / state

ଗୋବର ଗଦାରେ ଫସିଲେ କୁଖ୍ୟାତ ଅପରାଧୀ, କମିଶନରେଟ ପୋଲିସ ହାତରେ ୨ ଅଭିଯୁକ୍ତ

author img

By

Published : Feb 21, 2023, 8:00 PM IST

ରାଜଧାନୀରୁ ଗିରଫ ହେଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ
accused arrested by commiserate police

ରାଜଧାନୀରୁ ଗିରଫ ହେଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ଦୁଇ କୁଖ୍ୟାତ ଅପରାଧୀ ସୁଶାନ୍ତ ମହାରଣା ଓରଫ ସୁଶା ଓ ତ୍ରିଲୋଚନ ନାଥକୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସ ହାତରେ ଦୁଇ କୁଖ୍ୟାତ ଅପରାଧୀ

ଭୁବନେଶ୍ବର: ଭ୍ୟାନିଟି ଝାମ୍ପି ଆତଙ୍କ ରଚିଥିଲେ । ରାସ୍ତା ଘାଟରୁ ଫୋନ ଛଡାଇ ଲୋକଙ୍କ ନିଦ ହଜାଇଥିଲେ । ସହରରେ ଖେଳିଥିଲା ଏମାନଙ୍କ ଆତଙ୍କ । ଶେଷରେ କମିଶନରେଟ ହାତରେ ଧରାପଡ଼ିଲେ ଦୁଇ କୁଖ୍ୟାତ ଅପରାଧୀ । ଭୁବନେଶ୍ବର ସ୍ଥିତ ୬ ନମ୍ବର ନିକଟରୁ ଦୁଇ କୁଖ୍ୟାତ ଅପରାଧୀ ସୁଶାନ୍ତ ମହାରଣା ଓରଫ ସୁଶା ଓ ତ୍ରିଲୋଚନ ନାଥ ଗିରଫ ହୋଇଛି ।

ଗିରଫ ଅଭିଯୁକ୍ତ ସୁଶା ବିରୋଧରେ ୧୮ଟି ମାମଲା ଥିବାବେଳେ ତ୍ରିଲୋଚନ ବିରୋଧରେ ୧୫ଟି ମାମଲା ରହିଛି । ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ୨୦ ଗ୍ରାମ ସୁନା ଗହଣା, ଏଟିଏମ ଓ ଭ୍ୟାନିଟି ବ୍ୟାଗ ଜବତ କରିଛି ପୋଲିସ । କିଛିଦିନ ପୂର୍ବେ ଧିରେନ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ନେଇ ଯିବାବେଳେ ରାଜଭବନ ପାଖ ଫ୍ୟାବ୍ ଇଣ୍ଡିଆ ପାଖରେ ହଠାତ୍ ତାଙ୍କ ପତ୍ନୀଙ୍କ ହାତରୁ ଦୁହେଁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ । ଏନେଇ ଧିରେନ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ । ବ୍ୟାଗରେ ସୁନା, ଏଟିଏମ ଓ ଫୋନ ସହ କିଛି ଟଙ୍କା ଥିଲା । ଏହି ଦୁର୍ଦ୍ଦାନ୍ତ ଅପରାଧୀର ସୂଚନା ମିଳିବା ପରେ ଏସଆଇ ନିରଞ୍ଜନ ବେହେରା ଓ ଉମେଶ ସ୍ବାଇଁ ମିଳିତ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କୁ ଗୋଡ଼ାଇବା ସମୟରେ ଭୁବନେଶ୍ବର ସ୍ଥିତ ୬ ନମ୍ବର ନିକଟରେ ଥିବା ଏକ ଗୋବର ଗଦାରେ ପଡ଼ିଯାଇଥିଲେ । ଫଳରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ଏହି ଘଟଣାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ପୂର୍ବରୁ ଦୁହେଁ ଏୟାରପୋର୍ଟ ମାମଲାରେ ୨୦୧୯ ଓ ୨୦୨୨ରେ ଦଫା ୧୧୦ରେ ପେଷାଦାର ଅପରାଧି ଭାବେ ପ୍ରମାଣିତ ହୋଇଥିଲେ । ଏହାପରେ ଡକାୟତି କାର୍ଯ୍ୟରେ ଲିପ୍ତ ରହି ସହରର ଆତଙ୍କ ମଚାଇଥିଲେ । ଦୁଇ ଅଭିଯୁକ୍ତଙ୍କୁ କ୍ୟାପିଟାଲ ପୋଲିସ କେସ ୧୧୦ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ମୋବାଇଲକୁ ଟ୍ରାକ କରି ତାଙ୍କର ଅପରାଧ ହିଷ୍ଟ୍ରି ଖୋଜୁଛି ପୋଲିସ ।

ସେହିପରି ଲିଙ୍ଗରାଜ ଥାନା ଅଞ୍ଚଳରେ ମଧ୍ୟ ଜଣେ ପେଶାଦାର ଅପରାଧୀ ଶିତୁଲ ଓରଫ ଶାଳିଆ ଓରଫ ଅମିତ ସ୍ବରୂପ ମହାପାତ୍ର ଗିରଫ ହୋଇଛି । ଅଭିଯୁକ୍ତକୁ ଓଡ଼ିଶା ଅର୍ବାନ ଆକ୍ଟ ୨୦୦୩ରେ ଧାରା‌ ୪୬ରେ ତଡିପାର ଜାରି କରିଛି କମିଶନରେଟ ପୋଲିସ । ତେବେ ପେଶାଦାର ଅପରାଧି ପାଇଁ ଏବେ ପୋଲିସ ଜିରୋ ଟଲେରାନ୍ସ ପଲିସି ଆପଣାଇଛି । ଯାହାକୁ ନେଇ ଏଭଳି କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରି ସେମାନଙ୍କ ବିରୋଧରେ ତଡିପାର ଭଳି କଠୋର ପଦକ୍ଷେପ ନେବା ପାଇଁ ପୋଲିସ କଡ଼ା ଆଭିମୁଖ୍ୟ ଆପଣାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.