ETV Bharat / state

ଚନ୍ଦକାରେ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ", ରାତିରେ ବୁଲିବାର ମଜା ନେବେ ଲୋକେ

author img

By ETV Bharat Odisha Team

Published : Jan 19, 2024, 5:42 PM IST

Chandaka Sanctuary: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ରାତିରେ ଖୋଲିବ ଚନ୍ଦକା ଭରତପୁର ସଫାରୀ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ" । ଉପକୃତ ହେବେ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ।

ଚନ୍ଦକାରେ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ"
ଚନ୍ଦକାରେ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ"

ଚନ୍ଦକାରେ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ"

ଭୁବନେଶ୍ୱର: ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ସନ୍ଧ୍ୟାରେ ସମୟ କାଟିବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ । ଏନେଇ ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ରାତି ସାଢ଼େ ୯ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍ । ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ । ଏହା ଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ ।

ଏଠାରେ ଛାତ୍ରଛାତ୍ରୀ ଆଉ ଲୋକମାନେ ହରିଣ, ବାରହା, ସମ୍ବର ଏବଂ ହାତୀ ସମେତ ଅନ୍ୟ ରାତ୍ରିଚର ପ୍ରାଣୀଙ୍କୁ ଦେଖିପାରିବେ । ସେମାନଙ୍କ ବିଶେଷ ଭାବରେ ସମ୍ପର୍କରେ ଜାଣିପାରିବେ । ରାତି ସାଢ଼େ ୯ଟା ରୁ ସକାଳ ସାଢ଼େ ୯ଟା ଯାଏଁ ବନ୍ଦ ରହିବ ସଫାରୀ । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଚନ୍ଦକା ଏବ ଡମପଡ଼ା ଜଙ୍ଗଲରେ ଥିବା ଭରତପୁର ପାର୍ଶ୍ଵରୁ ଏକ ଅଭିନବ ପଦକ୍ଷେପ ଆରମ୍ଭ କରାଯିବ । ଆସନ୍ତା ୨୯ ତାରିଖରେ ଏହାର ଶୁଭାରମ୍ଭ ହେବ ।

ତେବେ ରାତିରେ ସଫାରୀ ବୁଲିବାର ମଜା ନେଇପାରିବେ ଛୋଟ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ । ଏହା ଭାରତର ବିଭିନ୍ନ ଅଭ୍ୟାୟାରଣ୍ୟରେ ଏହି ପରି ଯୋଜନା ହୋଇସାରିଛି । ଏଥିରେ ବିଶେଷ ଭାବରେ ଦୁଇ ପ୍ରକାରର ସୁବିଧା ପାଇବେ । ଛାତ୍ରଛାତ୍ରୀ ଏବଂ ସ୍କଲାର ପିଲାମାନେ ସେଠାରେ ମଧ୍ୟ ରିସର୍ଚ୍ଚ କରିପାରିବେ । ଏହା ସହ ମଧ୍ୟ ସାଧାରଣ ଲୋକମାନେ ମଧ୍ୟ ରାତିରେ ବୁଲିବାର ମଜା ଉଠାଇ ପାରିବେ । ଚନ୍ଦକା ଜଙ୍ଗଲରେ ଅନେକ ଜୀବଜନ୍ତୁ ରହିଥିବା ବେଳେ ସମ୍ବରଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଚେଷ୍ଟା ଚାଲିଛି ।

ଏହା ମଧ୍ୟ ପଢନ୍ତୁ .....ହାତୀ ମୃତ୍ୟୁ ପାଇଁ ବନ ବିଭାଗକୁ ଦାୟୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନ୍ୟପଟେ ସପ୍ତପାଣିରୁ ଅନେକ ସମ୍ବର ଆସିବା ନେଇ ମଧ୍ୟ ଚେଷ୍ଟା ଚାଲିଛି । ପ୍ରତ୍ୟେକ ଦିନ ଦୁଇଟି ଗାଡି ଭରତପୁର ପାର୍ଶ୍ଵରେ ବାହାରିବ । ଯାହା ରାତି ୯ ଟା ୩୦ ପର୍ଯ୍ୟନ୍ତ ଏହାର ମଜା ନେଇପାରିବେ । ସଫାରୀ ଆରମ୍ଭ ହେଉଛି ସକାଳ ୯ ଟା ୩୦ ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ । ଏହାରି ମଧ୍ୟରେ ୧ ଘଣ୍ଟା ବୁଲିବା ପାଇଁ ୮ ସିଟର ଗାଡ଼ିରେ ୧୦୦୦ ଟଙ୍କା ମୂଲ୍ୟ ରହିଛି । ସେହିପରି ଦେଢ଼ ଘଣ୍ଟା ପାଇଁ ୮ ସିଟରରେ ମୂଲ୍ୟ ରହିଛି ୧୫ ଶହ ଟଙ୍କା ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.