ETV Bharat / state

Hockey World Cup 2023: ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ 3 କଂଗ୍ରେସ ମୁଖ୍ୟମନ୍ତ୍ରୀ

author img

By

Published : Dec 27, 2022, 5:05 PM IST

hockey world cup 2023
ପୁରୁଷ ହକି ବିଶ୍ୱକପ 2023

ଜାନୁଆରୀ 13ରୁ 19 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପର ଆୟୋଜନ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ 2023ର ଉଦଘାଟନ ସମାରୋହରେ ସାମିଲ ହେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ପ୍ରାଥମିକ ଭାବେ 3 ଟି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ମିଳିଛି ।

ରାଜସ୍ଥାନର ଅଶୋକ ଗେହେଲଟ, ଛତିଶଗଡର ଭୂପେଷ ବାଘେଲ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି । ଆସନ୍ତା 11 ତାରିଖରେ କଟକରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜାନୁ୍ଆରୀ 13ରୁ 19 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପର ଆୟୋଜନ ହେବ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି ।

ଗତ ସପ୍ତାହରେ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷ‌ାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ପୁରୁଷ ହକି ବିଶ୍ବକପରେ ଅତିଥି ଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରିଛନ୍ତି ।

ସୂଚନା ଥାଉକି, ସେହପରି ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହକି ବିଶ୍ବକପ ନେଇ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶିବରାଜ ସିଂ ଚୌହାନଙ୍କୁ ଭୋପାଳରେ ବ୍ୟକ୍ତିଗତ ଭାବେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହା ସହ ଶିବରାଜଙ୍କୁ ହକି ଟି-ସାର୍ଟ ଓ ରୌପ୍ୟ ଅଶୋକ ଚକ୍ର ମଧ୍ୟ ପ୍ରଦାନ କରାଯାଇଛି । ଆମନ୍ତ୍ରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ହକି ବିଶ୍ବକପରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.