ETV Bharat / state

ଖୋର୍ଦ୍ଧା ଏସପି କୋରୋନା ପଜେଟିଭ ପରେ ସାନିଟାଇଜ ହେଲା କାର୍ଯ୍ୟାଳୟ

author img

By

Published : Aug 6, 2020, 1:27 PM IST

Updated : Aug 6, 2020, 7:28 PM IST

Khordha
ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ପୁରା ଏସପି କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି ।

ଖୋର୍ଦ୍ଧା: କୋରୋନା କାୟାରୁ ବାଦ ପଡୁନାହାନ୍ତି କୋରୋନା ଯୋଦ୍ଧା । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ପୁରା ଏସପି କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି ।

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ

ଏସପିଙ୍କ ଠାରେ କୌଣସି ଲକ୍ଷଣ ନଥିବାବେଳେ ତାଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଛି । ରାପିଡ ଟେଷ୍ଟ ପରେ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ । ଏସପିଙ୍କ ରିପୋର୍ଟ କୋଭିଡ ପଜେଟିଭ ଜଣାପଡିବା ପରେ ଏସପିଙ୍କୁ ହୋମ ଆଇସଲୋସନରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।

Khordha
ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କୋରୋନା ପଜେଟିଭ

ତେବେ ପୂର୍ବରୁ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ 4ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ସାମ୍ନାକୁ ଆସିବା ପରେ ଅନ୍ୟମାନଙ୍କର ମଧ୍ୟ ସ୍ବାବ ଟେଷ୍ଟ ପାଇଁ ନିଆଯାଇଥିଲା । ସ୍ବାବ ଟେଷ୍ଟରେ ଏସପିଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି ।

ବୁଧବାର ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏସପି । ସେହିପରି 4 ତାରିଖରେ ନୂଆ ଜିଲ୍ଲାପାଳଙ୍କୁ ସ୍ବାଗତ କରିଥିଲେ ଏସ୍ପି । ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନା ଓ ଜିଲ୍ଲା ମୁଖ୍ୟାଳୟ ସମେତ ପ୍ରାୟ 25 ଜଣ କୋରୋନା ଯୋଦ୍ଧା କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Aug 6, 2020, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.