ETV Bharat / state

କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Dec 15, 2022, 9:38 AM IST

ଗତବର୍ଷ ବାତ୍ୟା ଜୱାଦ ଅମଳ ଧାନ ଫସଲକୁ ଉଜାଡି ଦେଇଥିଲା । ଏଥିପାଇଁ ସରକାର ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିଥିଲେ । କିନ୍ତୁ ଏଥିରୁ ବାଦ ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଚାଷୀ । ଅଧିକ ପଢ଼ନ୍ତୁ

କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ
କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା: ଗତବର୍ଷ ବାତ୍ୟା ଜୱାଦ ଅମଳ ଧାନ ଫସଲକୁ ଉଜାଡି ଦେଇଥିଲା । ଏଥିପାଇଁ ସରକାର ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିଥିଲେ । କିନ୍ତୁ ଏଥିରୁ ବାଦ ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଚାଷୀ । ଏହାର ପ୍ରତିବାଦ କରି ଶୀଘ୍ର କ୍ଷତିପୂରଣ ଅର୍ଥ ପାଇବା ଦାବିରେ ଗତକାଲି ଶତାଧିକ ଚାଷୀ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘଦିନ ଧରି ତହସିଲ ଆକାଉଣ୍ଟକୁ ଜୱାଦ କ୍ଷତିପୂରଣ ଅର୍ଥ ଆସିଥିଲେ ମଧ୍ୟ ଏହାକୁ କିଛି ତହସିଲ କର୍ମଚାରୀ ଅଟକାଇ ରଖିଛନ୍ତି । ସରକାର ପ୍ରଦାନ କରିଥିବା ଏହି ଅର୍ଥକୁ ଖୁବଶୀଘ୍ର ପ୍ରଦାନ କରିବା ସହ ଚାଷୀଙ୍କୁ ଇନ୍ସୁରାନ୍ସ, ଇନପୁଟ ସବସିଡ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ।

ସେହିପରି ସରକାର ରାଜସ୍ୱ କର୍ମଚାରୀଙ୍କୁ ପଠାଇ ଚାଷୀ ତା କ୍ଷେତରେ ଧାନ ଫସଲ କରିଛି କି ନାହିଁ ତାହାର ତଦନ୍ତ କରୁଥିବା ବେଳେ ଚାଷୀର ପାଣି ଅଭାବରୁ ହୋଇଥିବା କ୍ଷତି ଆକଳନ କରିବାକୁ ଦାବି କରାଯାଇଛି । ସେହିପରି ଗେଲ ଇଣ୍ଡିଆ ପକ୍ଷରୁ ବୋଲଗଡ଼ ଦେଇ ଯାଉଥିବା ଗ୍ୟାସ ପାଇପ ଲାଇନ ପାଇଁ ଚାଷୀର ବ୍ୟାପକ ଫସଲ କ୍ଷତି ହୋଇଛି । ତଥାପି ପ୍ରାପ୍ୟ ଦେବାରେ ସଂସ୍ଥା ଟାଳଟୁଳ ନୀତି କରୁଛି।

ଏନେଇ ଗତକାଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଚାଷୀଙ୍କ ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ତୁରନ୍ତ ଚାଷୀଙ୍କ କ୍ଷତିପୂରଣ ଅର୍ଥ ପ୍ରଦାନ ନକଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହାପଢ଼ନ୍ତୁ. ବାତ୍ୟା ଜୱାଦକୁ ପୁରିଲା ବର୍ଷେ : କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ବାତ୍ୟା ଜୱାଦକୁ ପୁରିଛି ବର୍ଷେ । ସବୁ କିଛି ଉଜାଡି ଦେଇଛି ବାତ୍ୟା ଜୱାଦ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଇଥିଲା l କିନ୍ତୁ ସବୁ ଉଜାଡି ଦେଇଥିଲା ଏହି ଜୱାଦ। ଜୱାଦ ସିନା ଚାଲିଗଲା ହେଲେ ଏଯାଏଁ ଚାଷୀଙ୍କୁ ମିଳିନି କ୍ଷତିପୂରଣ । ଯେଉଁଥିପାଇଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ । ଧାନ ଅମଳ କରିବା ସମୟରେ ଧାନ ବିଲର ଅବସ୍ଥା ଦେଖି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଥିଲା ଚଷା ପୁଅର । ଇତି ମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି । ସରକାର ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଚାଷୀ ଏହି କ୍ଷତିପୂରଣ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଭାଙ୍ଗି ପଡ଼ିଛି ଚାଷୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.