ETV Bharat / state

ବୟସ୍କଙ୍କ ପାଇଁ ସ୍ମାର୍ଟ ଲାଠି, ଦୈନନ୍ଦିନ ଜୀବନରେ ସାଜିବ ସାହାରା

author img

By ETV Bharat Odisha Team

Published : Nov 16, 2023, 6:10 PM IST

ବୟସ୍କ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ, ଦୈନନ୍ଦିନ ଜୀବନରେ ସାଜିବ ସାହରା
ବୟସ୍କ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ, ଦୈନନ୍ଦିନ ଜୀବନରେ ସାଜିବ ସାହରା

Surabhi 2023: ବୟସ୍କ ଲୋକଙ୍କ ପାଇଁ ମଡର୍ନ ଷ୍ଟିକ( ସ୍ମାର୍ଟ ଲାଠି) । ସେମାନଙ୍କ ଦୈନନ୍ଦିନ ଜୀବନରେ ସାଜିବ ସାହାରା । ଏକା ସାଙ୍ଗରେ ମଲ୍ଟି ଷ୍ଟିକ । ଏଭଳି ଏକ ଷ୍ଟିକକୁ ବନାଇଛନ୍ତି ଜଣେ ୮ମ ଶ୍ରେଣୀର ଛାତ୍ରୀ ସୁଜାତା ପ୍ରଧାନ । ଅଧିକ ପଢନ୍ତୁ

ବୟସ୍କ ଲୋକଙ୍କ ପାଇଁ ସ୍ମାର୍ଟ ଷ୍ଟିକ, ଦୈନନ୍ଦିନ ଜୀବନରେ ସାଜିବ ସାହରା

ଭୁବନେଶ୍ୱର: ବୟସ୍କ ଲୋକଙ୍କ ପାଇଁ ମଡର୍ନ ବା ସ୍ମାର୍ଟ ଲାଠି । ସେମାନଙ୍କ ଦୈନନ୍ଦିନ ଜୀବନରେ ସାଜିବ ସାହାରା । ଏଭଳି ଏକ ଅଭିନବ ଷ୍ଟିକକୁ ବନାଇଛନ୍ତି ଜଣେ ୮ମ ଶ୍ରେଣୀର ଛାତ୍ରୀ । ସେ ହେଉଛନ୍ତି ଭିମତାଳି ୟୁପିଏ ସ୍କୁଲର ସୁଜାତା ପ୍ରଧାନ । ତେବେ ଏହି ପ୍ରୋଜେକ୍ଟକୁ ରାଜ୍ୟସ୍ତରୀୟ ଶିଶୁ କାର୍ଯ୍ୟକ୍ରମ ସୁରଭି ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଛନ୍ତି । ସୁଜାତା ପାଠ ପଢା ସହ କିଛି ଅଲଗା କରିବାକୁ ସବୁବେଳେ ମନ ବଳାଇଥାନ୍ତି । ତେବେ ଏହି ସ୍ମାର୍ଟ ଷ୍ଟିକ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ମଡର୍ନ ଷ୍ଟିକଟି ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ବେଳେ ଏହା ବେଶ୍ ହାଲୁକା ଏବଂ ମଲ୍ଟି ଷ୍ଟିକ ଭାବରେ କାର୍ଯ୍ୟ ମଧ୍ୟ କରିପାରେ ।

ତେବେ ସୁଜାତା କହିଛନ୍ତି ଯେ,"ଏହି ସ୍ମାର୍ଟ ଷ୍ଟିକ ମଲ୍ଟି ଭାବରେ ସମସ୍ତ କାର୍ଯ୍ୟ କରିବ । ଯଦି ବୟସ୍କ ଲୋକମାନେ ଚାଲୁଥିବା ବେଳେ କୌଣସି କାରଣରୁ ଥକି ପଡନ୍ତି, ତେବେ ଏହି ଷ୍ଟିକରେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଭଲ ଭାବରେ ଜଣେ ଏହି ଷ୍ଟିକରେ ବସିପାରିବ । ଅନ୍ୟପଟେ ଏହି ସ୍ମାର୍ଟ ଷ୍ଟିକରେ ରହିଛି ଗୋଟିଏ ଛୋଟିଆ ବାସ୍କ । ଯେଉଁଥିରେ କିଛି ମେଡ଼ିସିନ ରଖାଯାଇପାରିବ । ଗୋଟିଏ ଛୋଟ ପାଣି ବୋତଲ ମଧ୍ୟ ରହିଛି । ଯେଉଁଥିରେ ଓ ଆରଏସ ପାଣି କିମ୍ବା ସାଧାରଣ ଭାବରେ ପିଇବା ପାଣି ରଖାଯାଇପାରିବ । ଏହା ସହ ଏହି ସ୍ମାର୍ଟ ଷ୍ଟିକରେ ଏକ ଡିଭାଇସ ଲାଗିଛି । ଯଦି କୌଣସି ପଦାର୍ଥ କିମ୍ବା କୌଣସି ଜୀବଜନ୍ତୁ ମାନେ ପାଖକୁ ଆସନ୍ତି ତେବେ ଏହି ଡିଭାଇସ ପୂର୍ବରୁ ସତର୍କ କରାଇବ । ଏହି ସ୍ମାର୍ଟ ଷ୍ଟିକ ନିକଟକୁ ଆସିବା ମାତ୍ରେ ଏକ ସାଇରନ କରିବ। ଯାହା ଫଳରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ସଜାଗ ଏବଂ ସତର୍କ ହୋଇପାରିବ । ଯାହା ଫଳରେ ନିଜ ଯିବାକୁ ବଞ୍ଚାଇ ସୁରକ୍ଷିତ ରଖିପାରିବ। "

ଏହା ମଧ୍ୟ ପଢନ୍ତୁ ....‘ସୁରଭି’ର ଦ୍ବିତୀୟ ଦିନ, ଆକର୍ଷଣ ସାଜିଲା 'ଛାୟା ମିଳିତ ଜାତିସଂଘ'

ସେ ଆହୁରି ମଧ୍ୟ ପହିଛନ୍ତି ,"ଯଦି ଏହି ଷ୍ଟିକକୁ ବ୍ୟବହାର କରୁଥିବା ଲୋକ ଜଣଙ୍କ ଯଦି କୌଣସି ସ୍ଥାନରେ କିଛି ଅଘଟଣ ଘଟେ ତେବେ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ଖୁବ ଶିଘ୍ର ଏକ ମେସେଜ ମାଧ୍ୟମରେ ସୂଚନା ପାଇ ପାରିବେ । ଯାହା ଫଳରେ ପରିବାର ଲୋକମାନେ କେଉଁ ଠାରେ ଅଘଟଣ ଘଟିଛି ତାହା ଟ୍ରାକର ମାଧ୍ୟମରେ ଜାଣିପାରିବେ । ଏହା ସତ୍ତ୍ବେ ଏହି ଷ୍ଟିକକୁ ମୋବାଇଲ ଚାର୍ଜର ଦ୍ଵାରା ଚାର୍ଜ କରାଯାଇପାରିବ । "ତେବେ ସୁଜାତା ଭିମତାଳି ୟୁପିଏ ସ୍କୁଲର ଛାତ୍ରୀ ହେଇଥିବା ବେଳେ ସେ ରାଜ୍ୟସ୍ତରୀୟ ଶିଶୁ କାର୍ଯ୍ୟକ୍ରମ ସୁରଭି ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରୋଜେକ୍ଟ ବେଷ୍ଟ ପ୍ରୋଜେକ୍ଟ ଭାବରେ ରଖାଯାଇଛି ।



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.