ETV Bharat / state

ଚାଇନା ଭାରିଏଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା, ସର୍ଭିଲାନ୍ସ ବଢ଼ାଇବାକୁ ସ୍ଵାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

author img

By

Published : Dec 21, 2022, 10:53 PM IST

ରାଜ୍ୟରେ ଚାଇନା ଭାରିଏଣ୍ଟ ଚିହ୍ନଟ
ରାଜ୍ୟରେ ଚାଇନା ଭାରିଏଣ୍ଟ ଚିହ୍ନଟ

ଦୀର୍ଘ ଦିନ ପରେ ପୁଣିଥରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ରାଜ୍ୟରେ ଚାଇନା ଭାରିଏଣ୍ଟ ଚିହ୍ନଟ ହେବାପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସି ବଢ଼ାଇବାକୁ ସ୍ଵାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁଣିଥରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ଚୀନ, ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଭଳି ଭାରତରେ ମଧ୍ୟ କୋଭିଡ କେସ୍‌ରେ ବୃଦ୍ଧି ଘଟିଛି । ଅନ୍ୟପଟେ ରାଜ୍ୟରେ ଚାଇନା ଭାରିଏଣ୍ଟ ମିଳିଥିବା ସୂଚନା ମିଳିବା ପରେ ଓଡ଼ିଶାରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସି ବଢ଼ାଇବାକୁ ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।

ପୁଣିଥରେ ବିଭିନ୍ନ ଦେଶରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା । ନୂଆ ରୂପରେ ଦ୍ରୁତଗତିରେ ସଂକ୍ରମିତ ହୋଉଛି ଏହି ମହାମାରୀ । ତେବେ ବୁଧବାର ରାଜ୍ୟରେ ମଧ୍ୟ ଏହି ଚାଇନା ଭାରିଏଣ୍ଟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସି ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ । ଏହା ସହିତ ଟେଷ୍ଟିଂ, ଟ୍ରାକିଂ, କଣ୍ଟାକ୍ଟ ଟ୍ରେସିଂ ସହ ଟୀକାକରଣକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ, ସରକାରୀ ମେଡିକାଲ କଲେଜର ଡିନ ଏବଂ ଅଧିକ୍ଷକଙ୍କୁ ଚିଠି କରିଛନ୍ତି ସ୍ବାସ୍ଥ୍ୟ ସଚିବ ।

ସୂଚନା ଅନୁଯାୟୀ, ବିଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଯେପରିକି ଚୀନ, ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଭଳି ଦେଶରେ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି । ଦୀର୍ଘ ଦିନ ଧରି କୋଭିଡ ସଂକ୍ରମଣ ଚିହ୍ନଟ ହୋଇନଥିବା ବେଳେ ହଠାତ୍ ଚୀନ ସହ ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ଘଟିବା ଏବେ ସମସ୍ତଙ୍କୁ ଡରାଇଲାଣି । ଏହି ଚୀନ ସଂକ୍ରମଣରେ ଅନେକ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଚୀନର ଭାଇରସକୁ ନେଇ ବିଶ୍ବରେ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.