ETV Bharat / state

ନୂଆ ଭାରିଆଣ୍ଟକୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଆସିପାରେ ନୂଆ ଗାଇଡଲାଇନ

author img

By

Published : Dec 23, 2022, 9:19 AM IST

ନୂଆ ଭାରିଆଣ୍ଟକୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
state health department meeting on COVID

କୋରୋନା ମହାମାରୀ ନୂଆ ଭାରିଆଣ୍ଟକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ 9 state health department meeting on COVID ) । ମଧ୍ୟାହ୍ନରେ ଲୋକସେବା ଭବନରେ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

ଭୁବନେଶ୍ବର: କିଛି ମାସର ବିରାମ ପରେ ପୁଣି କୋରୋନା ସଂକ୍ରମଣ ଭୟ ଘାରିଛି । ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢିଛି । ବିଦେଶରେ ବଢୁଛି ସଂକ୍ରମଣ, ଓଡ଼ିଶାରେ ଏହାକୁ ନେଇ ଆଜି (ଶୁକ୍ରବାର) ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ( health department COVID meeting )। ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସ୍ବାସ୍ଥ୍ୟ ବିଭାଗ ସହ ଆରଏମଆରସି , ILS ଏବଂ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ଏବଂ ଅନାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।

ଆଗକୁ ଆଛି ଖ୍ରୀଷ୍ଟମାସ ଏବଂ ନୂଆବର୍ଷ । ଜନଗହଳି ହେବାର ସମ୍ଭାବନା ଅଧିକ ରହିଛି । ତେବେ ଜନଗହଳି ଠାରୁ ଦୂରେଇ ରହିବା ସହ ଜନଗହଳି ସ୍ଥାନରେ ମାକ୍ସ ପିନ୍ଧିବାକୁ ଅପିଲ କରିଛି ସ୍ଵାସ୍ଥ୍ୟ ବିଭାଗ । ତେବେ କୋଭିଡ ସ୍ଥିତିକୁ ନେଇ ରାଜ୍ୟରେ କଣ କଟକଣା କରାଯିବ ସେନେଇ ବୈଠକରେ ଆଲୋଚନା ହେବ । ଆଗକୁ ଯଦି ସ୍ଥିତି ସାଙ୍ଘାତିକ ତାର ମୁକାବିଲା ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଦିନରେ ଆଲୋଚନା ହେବ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୁଣି କଟକଣା ଲାଗୁ କରାଯିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ କିଛି ମାସ ତଳୁ ରାଜ୍ୟ ସରକାର କୋଭିଡର ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ତେବେ ବର୍ତ୍ତମାନ ସର୍ବ ସାଧାରଣ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିପାରନ୍ତି ସରକାର ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...ନୂଆ ଭାରିଆଣ୍ଟ ଭୟ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିୟ

ସେପ୍ଟେମ୍ବର ୩୦ରେ ଜଣେ ମହିଳାଙ୍କ ଶରୀରରେ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହା ପରେ 3 ମାସ ମଧ୍ୟରେ ଏହି BF.7 ଭାରିଆଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଭୟଭୀତ ହେବାର ଆବଶ୍ୟକ ନାହିଁ । ଚୀନରେ ଏହା ବ୍ୟାପୁଛି ତାହା ନୁହେଁ ଯେ ଭାରତରେ ଏହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ । ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ । ସମସ୍ତଙ୍କୁ ସଚେତନ ହେବାକୁ ହେବାକୁ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା ଗହଳି କରି ଗହଳିକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ଜାରି ରହିଛି । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.