ETV Bharat / state

ରାଜ୍ୟକୁ ଫେରିଲା କୋରୋନା, ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

author img

By ETV Bharat Odisha Team

Published : Dec 23, 2023, 8:19 PM IST

Odisha health department
Odisha health department

State health department on JN1 variant: ରାଜ୍ୟକୁ ଫେରିଲା କୋରୋନା । ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । କୋରୋନା କଡ଼ ଲେଉଟାଇବା ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଜଣେ ପୁଣି ଥରେ କୋଭିଡରେ ଆକ୍ରାନ୍ତ ହୋଇଥିବା ନଜର ଆସିଛି । ତେବେ କୋରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ । ରାଜ୍ୟ ସରକାର ବୃଦ୍ଧ ଲୋକଙ୍କୁ ଏବଂ ରୋଗାଗ୍ରସ୍ତ ଲୋକଙ୍କୁ ବାହାରକୁ ଯିବା ସମୟରେ ଫେସମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ।

ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ସୂଚନା ଅନୁଯାୟୀ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ତେବେ ରାଜ୍ୟରେ ପ୍ରାୟ ୨୦ ଦିନର ବ୍ୟବଧାନ ପାରେ ପୁଣି ଥରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ଜେଏନ.୧ ଚିନ୍ତା ବଢ଼ାଇଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର ।

ଏହା ବି ପଢନ୍ତୁ- ଡିଜିଟାଲ ଡାଏଲଗ: ଚିନ୍ତା ବଢାଉଛି କୋରୋନା, ଟ୍ରାକିଂ ଟ୍ରେସିଂ ସହ ସତର୍କତା ଜରୁରୀ

ସେପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ମଧ୍ୟ କୋଭିଡ-୧୯ର ନୂଆ ଭାରିଏଣ୍ଟ ଜେଏନ.୧ ଚିହ୍ନଟ ହୋଇଛି । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ତେବେ ଯେଉଁ ନୂଆ ଭାରିଏଣ୍ଟ ନ୍ୟାଚୁରାଲ ବୋଲି କୁହାଯାଉଛି ଅର୍ଥାତ ମ୍ୟୁଟେସନ ପରେ ଏହି ନୂଆ ଭାରିଏଣ୍ଟ ଆସିଛି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ଆବଶ୍ୟକ ପଡିଲେ, ରାଜ୍ୟ ସାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଜାରି ହୋଇପାରେ କୋଭିଡ ଗାଇଡଲାଇନ । ଏବେ ବି ସର୍ଭେଲାନ୍ସ ଜାରି ରହିଛି । ଯେଉଁମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା, ସେପରି କରାଯିବ। ଏବେ ବି କରାଯାଉଛି। ତଥାପି ସର୍ଭେଲାନ୍ସ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି । ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ଲକ୍ଷଣ ରହୁଛି, ସେମାନେ ଟେଷ୍ଟ କରାଇନେବାକୁ ଅପିଲ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି । ତେବେ ଥଣ୍ଡା, ଜ୍ବର ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.