ETV Bharat / state

ମହାନଗରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି, ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ

author img

By ETV Bharat Odisha Team

Published : Oct 8, 2023, 7:50 PM IST

Etv Bharat
Etv Bharat

କଟକ ମହାନଗରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି । ଚଳିତ ବର୍ଷ ସିଲଭର ସିଟିରେ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ । ଅଧିକ ପଢନ୍ତୁ

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ସିଲଭର ସିଟି କଟକ । ଦୁର୍ଗତି ନାଶିନୀ ଜଗତ ଜନନୀ ମା' ଦୁର୍ଗାଙ୍କ ପାଇଁ ସଜେଇ ହେଉଛି କଟକ ସହର । ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । କଟକ ମହାନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୂଜା ଭେଟି ଦେଇଛନ୍ତି ।

ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ ।

ଏହା ବି ପଢନ୍ତୁ- ପ୍ରକୃତି ସ୍ବରୂପିଣୀ ଯୋଗମାୟାଙ୍କ ଧରାବତାରଣ ପାଇଁ ଉଠିଲା ମାଟି, ଗଢା ହେବ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି

ଚଳିତ ବର୍ଷ ଆଗାମୀ ଦିନରେ ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ବର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି । ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ କଟକ ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ । ସେପଟେ ଶାରଦୀୟ ଦୁର୍ଗା ପୂଜା ପାଇଁ କଟକ ସହରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ମା‘ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିବା ପାଇଁ ମାଟି ଉଠାଣ ଉତ୍ସବ ଆରମ୍ଭ ହୋଇଥିଲା । ପବିତ୍ର ନନ୍ଦ ଉତ୍ସବରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମହାନଦୀ, କାଠ ଯୋଡ଼ି ଉଭୟ ନଦୀରୁ ମା’ ଦୁର୍ଗାଙ୍କର ପ୍ରତିମା ଗଢ଼ିବା ପାଇଁ ମାଟି ଉଠାଣ କରାଯାଇଥିଲା ।

ଏହା ବି ପଢନ୍ତୁ- ଆସୁଛି ଦୁର୍ଗା ପୂଜା: ଅଧାପନ୍ତରା ପଡି ରହିଛି ନିର୍ମାଣ କାର୍ଯ୍ୟ, କ୍ଷୋଭ ଝାଡିଲେ କର୍ପୋରେଟର

ହୋମଯଜ୍ଞରେ ନଦୀ କୂଳ ପୁରି ଉଠିଥିବା ବେଳେ ସାତ୍ତ୍ବିକ ପରିବେଶରେ ଶାନ୍ତି ଶୃଙ୍ଖଳିତ ଭାବେ ମା’ଙ୍କ ମାଟି ଉଠାଯାଇଥିଲା । କଟକର ଚୋଧୁରୀ ବଜାର, ଖାନନଗର, ବିନୋଦବିହାରୀ, ଚାନ୍ଦିନୀ ଚୌକ, ଶେଖ୍ ବଜାର, ବିଦ୍ୟାଧରପୁର, ଚାଉଳିଆଗଞ୍ଜ, ପୋଟପୋଖରି, ଅଲିଶା ବଜାର, ଫିରୀଙ୍ଗ ବଜାର, ବୁଢ଼ୀ ଠାକୁରାଣୀ, ଦରଖା ପାଟଣା, ହରିପୁର ଦୋଳ ମୁଣ୍ଡାଇ, ଯୋବ୍ରା, ଶିଖରପୁର ପ୍ରମୁଖ ପୂଜା ମଣ୍ଡପ ପକ୍ଷରୁ ମାଟି ଅନୁକୂଳ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.