ETV Bharat / state

ଦୁଇଟି ନିର୍ବାଚନ ଏକାସାଙ୍ଗରେ କଲେ ପ୍ରଭାବିତ ହେବ, ସେଥିପାଇଁ ବିଜେଡି ଆଗୁଆ ନିର୍ବାଚନ କରିବାକୁ ଚାହୁଁଛି: ମନମୋହନ

author img

By

Published : Aug 2, 2023, 10:12 PM IST

୨୦୨୪ ନିର୍ବାଚନ ଲାଗି ଆଗୁଆ ପ୍ରସ୍ତୁତ ଥିବା କହିଲା ବିଜେପି । ରାଜ୍ୟ ସରକାର ଯେବେ ବିଧାନସଭା ନିର୍ବାଚନ କଲେ ବି ବିଜେପି ପ୍ରସ୍ତୁତ ଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଅଧିକ ପଢ଼ନ୍ତୁ

2024 assembly election
୨୦୨୪ ନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

୨୦୨୪ ନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ଲୋକସଭା ନିର୍ବାଚନ ଆମ ହାତରେ ଅଛି । ତାହା ସମୟ ଅନୁସାରେ ହେବ । ବିଧାନସଭା ନିର୍ବାଚନ ଓଡ଼ିଶା ସରକାର ଚାହିଁଲେ ହେବ । ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦୨୪ ନିର୍ବାଚନ ପାଇଁ ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ପାଖେଇ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଯାହାକୁ ନେଇ ରାଜନୈତିକ ଦଳ ଏବେଠୁ ସଜେଇ ହେଲେଣି । ରଣନୀତି ପ୍ରସ୍ତୁତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ବିଧାନସଭା ନିର୍ବାଚନ ଲାଗି ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାରଙ୍କ ଗତିବିଧି ଜଣା ପଡୁଛି ଆଗୁଆ ନିର୍ବାଚନ ହେବ । ବିଧାନସଭା ନିର୍ବାଚନ ଅଢେଇରୁ ତିନି ମାସ ଭିତରେ ହୋଇପାରେ । ବିଧାନସଭା ନିର୍ବାଚନ ସେମାନେ କରିବେ । ଲୋକସଭା ନିର୍ବାଚନ ଆମ ହାତରେ ଅଛି । ତାହା ସମୟ ଅନୁସାରେ ହେବ। ବିଧାନସଭା ନିର୍ବାଚନ ଓଡ଼ିଶା ସରକାର ଚାହିଁଲେ ହେବ । ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏହାର କାରଣ ରହିଛି । ବିଭିନ୍ନ ପ୍ରକାର ସର୍ଭେ ଅନୁସାରେ ଓଡ଼ିଶାରେ ମୋଦିଙ୍କ ଯେଭଳି ଭାବେ ଲୋକପ୍ରିୟତା ବଢି ଯାଇଛି । କାଳେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଲେ ପ୍ରଭାବିତ ହେବ । ସେଥିପାଇଁ ସେମାନେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ବିଜେପି ଏହାକୁ ଫୁଲ ଦମରେ ପ୍ରସ୍ତୁତ ହୋଇରହିଛି । ଏଥର ଲୋକ ନିର୍ବାଚନ ଲଢ଼ିବେ ।"

ଏହା ମଧ୍ୟ ପଢ଼ନ୍ତୁ: ନିଜର ସ୍ଥିତି ବଞ୍ଚାଇବାକୁ ବିବେକ ଜଳାଞ୍ଜଳି ଦେଲେ ନବୀନ: କଂଗ୍ରେସ


ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, ବିଜେପି ନେତା ରାଜ୍ୟବ୍ୟାପୀ ଘରକୁ ଘର ବୁଲିବେ । ପଦ୍ମ କ୍ୟାମ୍ପର ଛାମୁଆ ସଙ୍ଗଠନ ନେତୃତ୍ୱ ନେବେ । ଦଳୀୟ ନେତା ଡୋର ଟୁ ଡୋର କ୍ୟାମ୍ପେନ କରି ଲୋକଙ୍କ ସମସ୍ୟା ବୁଝିବେ । ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ କଣ ଯୋଜନା ରହିଛି । ବାସ୍ତବିକ ଭାବରେ ଲୋକଙ୍କ ପାଖରେ ସେହି ସବୁ ଯୋଜନା ପହଞ୍ଚୁଛି କି ନାହିଁ । ଲୋକଙ୍କ ପାଖରେ ଯୋଜନା ପହଞ୍ଚିବାରେ କିଏ ବାଧକ ସାଜୁଛି । ଦଳୀୟ ନେତା ତାର ସୋସିଆଲ ଅଡିଟ ଏବଂ ପଲିଟିକାଲ ଅଡିଟ କରିବେ । ବିଜେପି ଗ୍ରାଉଣ୍ଡରୁ ଲୋକଙ୍କ ପାଖରୁ ଉତ୍ତର ନେବ ଏବଂ ସେମାନଙ୍କ ଅଭିଯୋଗ ଶୁଣିବେ । ରାଜ୍ୟ ସରକାରଙ୍କ ଉପରେ ପଇସାକର ଭରସା ନାହିଁ । ଯାହା ଦେଉଛନ୍ତି ମୋଦି ସରକାର ଦେଉଛନ୍ତି । ରାଜ୍ୟବାସୀଙ୍କ ମନରେ ଏଭଳି ଭାବନା ତିଆରି ହୋଇ ସାରିଛି । ତାର ପ୍ରତିଫଳନ ଆଗାମୀ ଦିନରେ ହେବ । ବିଜେପିର ବିଭିନ୍ନ ମୋର୍ଚ୍ଚା ଏହି କାର୍ଯ୍ୟକ୍ରମ ଆଗକୁ ନେବେ । ସାଢ଼େ ଚାରି କୋଟି ଓଡିଆଙ୍କ ପାଖରେ ବିଜେପିର କାର୍ଯ୍ୟକର୍ତ୍ତା ପହଞ୍ଚିବେ । ସେଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଜନସମ୍ପର୍କ ପଦଯାତ୍ରାରୁ ବେଶ ଫଳପ୍ରଦ ହୋଇଛି । ଏବେ ବିଜେପିର ନେତାମାନେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କ କଥା ବୁଝୁଛନ୍ତି ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.