ETV Bharat / state

୨୫ ବର୍ଷରେ ବିଜେଡି କିଛି କରିନି, ୫ ବର୍ଷ ବିଜେପି ସରକାରରେ ଆସିଲେ ତାହାଠୁ ଅଧିକ କରିବ: ମନମୋହନ ସାମଲ

author img

By

Published : Jul 4, 2023, 9:03 PM IST

୨୦୨୪ ପ୍ରସ୍ତୁତି ନେଇ ମନମୋହନଙ୍କ ପ୍ରତିକ୍ରିୟା
୨୦୨୪ ପ୍ରସ୍ତୁତି ନେଇ ମନମୋହନଙ୍କ ପ୍ରତିକ୍ରିୟା

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସରକାର ଗଢ଼ିବ ଓ ୨୫ ବର୍ଷରେ ବିଜେଡି ସରକାର ଯାହା କରିପାରିନି, ତାହାଠାରୁ ଢେର ଅଧିକ କାମ ବିଜେପି ୫ ବର୍ଷରେ କରିବ । ଏପରି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

୨୦୨୪ ପ୍ରସ୍ତୁତି ନେଇ ମନମୋହନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୨୫ ବର୍ଷରେ ବିଜେଡି ଯାହା କରିନାହିଁ, ବିଜେପି ସରକାରରେ ଆସିଲେ ୫ ବର୍ଷରେ ତାହାଠୁ ଢେର ଅଧିକ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ । ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସଂଗଠନର କାର୍ଯ୍ୟସୂଚୀ ବୈଠକ ଥିଲା । ଏଥିରେ ଓଡିଶା ରାଜ୍ୟର ବିଭିନ୍ନ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଛି । ସେପଟେ ଗୌହାଟିରେ ମଧ୍ୟ ଅଞ୍ଚଳର ସ୍ଥିତି ଉପରେ ଆଲୋଚନା ହେଉଛି । ସବୁ ରାଜ୍ୟରେ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ପରେ କେନ୍ଦ୍ର ରଣନୀତି ପ୍ରସ୍ତୁତ କରିବ । ଆସନ୍ତା ୬ ତାରିଖରେ ଗୌହାଟିରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସବୁ ରାଜ୍ୟର ସଭାପତି, ପ୍ରଭାରୀ, ସହପ୍ରଭାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଏହାପରେ ଓଡ଼ିଶାରେ ବିଜେପିର ଫୋକସ କଣ ରହିବ ବୋଲି ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ମନମୋହନ କହିଛନ୍ତି, "କେନ୍ଦ୍ରରେ ତୃତୀୟ ଥର ୨୧-୨୧ ପାର୍ଲାମେଣ୍ଟ ଜିତିବା ଓ ଓଡ଼ିଶାରେ ସରକାର ଗଠନ କରିବା, ଡବଲ ଇଞ୍ଜିନ୍ ସରକାର ଗଢିବା । କେନ୍ଦ୍ରରୁ ଆସୁଥିବା ପଇସା ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁ, ତାଙ୍କ ବିକାଶ କାମରେ ଲାଗୁ । ୨୫ ବର୍ଷରେ ଓଡ଼ିଶାର କୌଣସି ପରିବର୍ତ୍ତନ ନାହିଁ । କିନ୍ତୁ ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରହିଲେ, ଗୁଜୁରାଟ ରାଜ୍ୟକୁ ୧ ନମ୍ବର କରି ଆସିଲେ । ଏଠି ରାଜ୍ୟରେ ବିକାଶ ହୋଇଥିବା କାର୍ଯ୍ୟର ଶ୍ଵେତପତ୍ର ବି ସାମ୍ନାକୁ ଆସୁନାହିଁ । ୫ ବର୍ଷ ବିଜେପି ସରକାର ହେଲେ ୨୯ ମସିହା ପର୍ଯ୍ୟନ୍ତ ବିଜେପି ସରକାର ଓଡ଼ିଶାର ଏକ ପରିବର୍ତ୍ତନ କରିବ । ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଅଛି, ସମ୍ଭାବନା ଅଛି । ଓଡ଼ିଶାର ଯେଉଁ କାମ ହୋଇପାରିନି, ତାହା ଲାଗି ସରକାର ଦାୟୀ ।

ଏହା ମଧ୍ୟ ପଢ଼ନ୍ତୁ...ସାଧାରଣ ନିର୍ବାଚନ ନେଇ ସରଗରମ ସମ୍ବଲପୁର, ବିଧାନସଭା ଟିକେଟ ରେସରେ BJD ଆଶାୟୀଙ୍କ ଲମ୍ବା ଲାଇନ

ସେହିପରି 5T ସଚିବଙ୍କ ଗସ୍ତ ନେଇ ପ୍ରଶ୍ନରେ କହିଛନ୍ତି, "ବିଜେଡି ପାଖରେ ଇଲେକ୍ସନ ଲଢ଼ିବା ଛଡା ଦ୍ବିତୀୟ କାମ ନାହିଁ । ଗ୍ରୀଭାନ୍ସ ଯିବା ପାଇଁ କେହି ମନା କରୁନାହାନ୍ତି । ନବୀନ ବାବୁ ଯଦି ଅସୁସ୍ଥତା ଅନୁଭବ କରୁଛନ୍ତି, କାହାକୁ ଗୋଟେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଅନ୍ତୁ । ଓଡିଶା ଭାଗ୍ୟ ସହ ଖେଳିବାର ଅଧିକାର ନାହିଁ । କାମଚଳା ସରକାର ଏଠି ଚାଲିବା ଉଚିତ ନୁହେଁ । ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ବିଶ୍ବାସ ସହ ଖେଳିବାର କାହାର ଅଧିକାର ନାହିଁ ।

ବାହାନଗା ଟ୍ରାଜେଡି ଉପରେ ମନମୋହନ କହିଛନ୍ତି, "ବାହାନଗା ରେଳ ଦୁର୍ଘଟଣା ରିପୋର୍ଟ ଆସିଲା । କଂଗ୍ରେସ କହୁଛି ରେଳ ବିଭାଗର କାର୍ଯ୍ୟ ଠିକ୍‌ ହେଉ ନାହିଁ । ବାଜପେୟୀ ସରକାର ଯେଉଁ ସେଫ୍‌ଟି ସିକ୍ୟୁରିଟି ପାଇଁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ, ସେ ନୀତିଶ କୁମାର ସରକାର ଥିବା ବେଳେ କାମ କରିଛି । କଂଗ୍ରେସ ସରକାର ଥିବା ବେଳେ ଷ୍ଟ୍ରେନ୍‌ଦେନ କାମ କରିଛି । ମୋଦି ସରକାର ଆସିବା ପରେ ଲକ୍ଷାଧିକ କୋଟି ଟଙ୍କା ଦିଆଯାଇଛି । କାମରେ ରେଳ ବିଭାଗ ବହୁତ ଆଗକୁ ଯାଇଛି । ରେଳ ଦୁର୍ଘଟଣା ପାଇଁ ଦୁଃଖିତ । ରିପୋର୍ଟ ଆସିଛି । CBIତଦନ୍ତ କରୁଛି । ଦୋଷୀକୁ ଦଣ୍ଡ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.