ETV Bharat / state

ସାଧାରଣ ନିର୍ବାଚନ ନେଇ ସରଗରମ ସମ୍ବଲପୁର, ବିଧାନସଭା ଟିକେଟ ରେସରେ BJD ଆଶାୟୀଙ୍କ ଲମ୍ବା ଲାଇନ

author img

By

Published : Jul 4, 2023, 9:54 AM IST

ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁର ବିଧାନସଭା ଆସନରେ ବିଜେଡି ଟିକେଟ ପାଇବା ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି । ଅଧିକ ପଢନ୍ତୁ

sambalpur bjd ticket
ସାଧାରଣ ନିର୍ବାଚନ ନେଇ ସରଗରମ ସମ୍ବଲପୁର

ସାଧାରଣ ନିର୍ବାଚନ ପାଇଁ ସରଗରମ ସମ୍ବଲପୁର

ସମ୍ବଲପୁର: ସାଧାରଣ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ସମ୍ବଲପୁରୁ ରାଜନୀତି ପାଣିପାଗ । ଜିଲ୍ଲାର ସମ୍ବଲପୁର ବିଧାନସଭା ସିଟ୍‌ ଏକ ମର୍ଯ୍ୟାଦା ସମ୍ପନ୍ନ ସିଟ୍‌ । ଏହି ସିଟରେ ପୂର୍ବରୁ କଂଗ୍ରେସର ଦବଦବା ଥିବା ବେଳେ ପରେ ବିଜେପି ଏହି ଆସନକୁ ଅକ୍ତିଆର କରିଥିଲା । ତେବେ ଏଥର ସାଧାରଣ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରେ ବିଜେଡିକୁ କିଏ ପ୍ରାର୍ଥୀ ହେଉଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ଯୁବନେତା ଆଶାୟୀ ରହିଛନ୍ତି । ଟିକେଟ ପାଇବା ଆଶାରେ ଅନେକ ଯୁବ ନେତା ନିଜର ପତିଆରା ଜାହିର କରିଛନ୍ତି ।

90ଦଶକରେ ସମ୍ବଲପୁର ବିଧାନସଭା ସିଟରେ କଂଗ୍ରେସର କବଜା ଥିଲା । 1990 ଓ 1995 ଲଗାତାର 2ଥର ସମ୍ବଲପୁର ବିଧାନସଭା ସିଟରେ କଂଗ୍ରେସ ପ୍ରାର୍ଥୀ ଦୁର୍ଗାଶଙ୍କର ପଟ୍ଟନାୟକ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ 2000 ମସିହାରେ ବିଜେଡି ଓ ବିଜେପି ମେଣ୍ଟ ହେବା ପରେ ସମ୍ବଲପୁର ସିଟ୍‌ଟି ବିଜେପି ପାଇଥିବା ବେଳେ ବିଜେପିର ଜୟ ନାରାୟଣ ମିଶ୍ର 2000, 2004, 2009 ଓ 2019 ମସିହାରେ ବିଜେପିର ଜାୟ ନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି । ଏହି ଭିତରେ 2009ରେ ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ପରେ କେବଳ 2014ରେ ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ତେବେ 2019ରେ ପୁଣି ବିଜେପିର ଜୟ ନାରାୟଣ ମିଶ୍ର ବାଜିମାତ କରିଥିଲେ ।

ଏହା ବି ପଢନ୍ତୁ...ସମ୍ବଲପୁରରେ ବିଜେଡି ଦୁଇ ଫାଳ ! ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଗସ୍ତ ସମୟରେ ପୋଷ୍ଟର ୱାର

ବର୍ତ୍ତମାନ 2024 ସାଧରଣ ନିର୍ବାଚନ ପାଇଁ ମୁଖ୍ୟତଃ ସମ୍ବଲପୁର ବିଧାନସଭା ସିଟ ପାଇଁ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଟିକେଟ ରେସରେ ସମ୍ବଲପୁରର ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ଯୁବନେତା ସଞ୍ଜିତ ମହାନ୍ତି ପରି ଯୁବ ନେତା ଥିବା ଚର୍ଚ୍ଚା ହେଉଛି । ଏହିଯୁବ ନେତାମାନେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗସ୍ତ ସମୟରେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ଏହା ବି ପଢନ୍ତୁ...ମୁରବୀ ବିହୀନ ସମ୍ବଲପୁର ବିଜେଡି, ବ୍ୟାକଫୁଟରେ ପଡି ଯିବକି ଦଳ

ତେବେ ବିଜେଡି ଇତିହାସ ଉପରେ ନଜର ପକେଇଲେ 2014 ରେ ଯେପରି ବିଜେଡି ଜଣେ ଅଣ ରାଜନୈତିକ ଚେହେରା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରି ନୂତନ ଚେହେରାଙ୍କୁ ଟିକେଟ ଦେଇଥିଲା ଠିକ ସେହିପରି ଆଗାମୀ 2024 ବିଧାନସଭା ନିର୍ବାଚନରେ ସମ୍ବଲପୁର ବିଧାନସଭା ସିଟରେ ଜଣେ ନୂତନ ଚେହେରା ଟିକେଟ ପାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳର ସମାଧାନ ନ କରାଗଲେ ଆଗାମୀ ନିର୍ବାଚନରେ ମଧ୍ୟ ସମ୍ବଲପୁର ବିଧାନସଭା ସିଟରେ ବିଜେଡି ପରାଜିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.