ETV Bharat / politics

ପାଣ୍ଡିଆନ ରତ୍ନ ଭଣ୍ଡାର ଚାବି ଲୁଚାଇ ରଖିଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ - Assam CM Targets Odisha CM

author img

By ETV Bharat Odisha Team

Published : May 17, 2024, 11:46 AM IST

Assam CM Targets Odisha CM: ଜଟଣୀରେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଶ୍ୱଶର୍ମା । ବିଜେପି ପାତାଳରୁ ଚାବି ଖୋଜି ଆଣିବ ବୋଲି କହିଲେ ଆସାମ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ASSAM CM TARGETS ODISHA CM
ASSAM CM TARGETS ODISHA CM (ETV BHARAT ODISHA)

ASSAM CM TARGETS ODISHA CM (ETV BHARAT ODISHA)

ଖୋର୍ଦ୍ଧା: ନିର୍ବାଚନୀ ସଭାରେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ପାଣ୍ଡିଆନ ରତ୍ନଭଣ୍ଡାର ଚାବି ଲୁଚାଇ ରଖିଥ‌ିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ରତ୍ନ ଭଣ୍ଡାର ଚାବି ପାଉନାହାନ୍ତି, ରତ୍ନ ଭଣ୍ଡାର ଚାବି ନେଇ ଜୁଡ଼ିସିଆଲ ତଦନ୍ତ ସରିଥଲେ ମଧ୍ୟ ରିପୋର୍ଟ ଉପସ୍ଥାପନ କରାଯାଉ ନାହିଁ । ରାଜ୍ୟରେ ବିଜେପି ସରକାରକୁ ଆସିଲେ ପାତାଳରୁ ବି ଚାବି ଖୋଜି ଆଣିବ ବୋଲି କହିଛନ୍ତି ହିମନ୍ତ । ଗତ ସନ୍ଧ୍ୟାରେ ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତାବର ଖେଳ ପଡ଼ିଆରେ ଅନୁଷ୍ଠିତ ପରିବର୍ତ୍ତନ ସମାବେଶରେ ଆସାମ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏପରି କହିଥିଲେ ।

ଏହାସହ ମାଗଣା ଚାଉଳ ପ୍ରସଙ୍ଗରେ ମଧ୍ୟ ସେ ସରକାରଙ୍କୁ ସମାଲୋଚନା କରିଥିଲେ । କେନ୍ଦ୍ରରୁ ମୋଦି ମୋଦି ଚାଉଳ ପଠାଉଥ‌ିବା ବେଳେ ରାଜ୍ୟ ସରକାର ଖାଲି ବ୍ୟାଗ ବାଣ୍ଟୁଛନ୍ତି । ଯଦି ଓଡ଼ିଆ ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ଥିଲା ତେବେ ମୋଦିଙ୍କ ଚାଉଳ ସହ ରାଜ୍ୟ ବାସୀଙ୍କୁ ଅଧା କିଲୋ ଡାଲି କାହିଁକି ପ୍ରଦାନ କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିମନ୍ତ । ଓଡ଼ିଶାରେ ବିଜେପି ସରକାର କଲେ କୃଷକଙ୍କ କଷ୍ଟ ଉପାର୍ଜିତ ଧାନର ସହାୟକ ମୂଲ୍ୟ ତିନି ହଜାର ଶହେ ଟଙ୍କା ହେବ ଓ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାହାଯ୍ୟ ମିଳିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ - Himanta Biswa Sarma in Brajrajnagar

ଆୟୋଜତି ସମାବେଶରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ଓ ବିଜେପି କର୍ମୀଙ୍କ ସମେତ ହଜାର ହଜାର ଜନସାଧାର ଉପସ୍ଥିତ ଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏଭଳି ହାଇ ଭୋଲ୍ଟେଜ ପ୍ରଚାର ଜଟଣୀ ବାସୀଙ୍କ ଉପରେ କି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡିବ ।

ଗୁରୁବାର ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଖୋର୍ଦ୍ଧାରେ ଏକ ଦଳୀୟ ସମାବେଶରେ ସାମିଲ ହୋଇ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । ଆସନ୍ତା ଜୁନ 10 ତାରିଖ ମଧ୍ୟରେ ଯଦି ଚାବି ଦିଆନଯାଏ ତେବେ ବିଜେପି ପାତାଳରୁ ଚାବି ଖୋଜି ଆଣିବ ବୋଲି ସେ କହିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.