ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମୋତେ ଗୋଇଠା-ଚାପୁଡା ମାରିଛନ୍ତି:ସ୍ବାତୀ ମାଲିୱାଲ - Swati Maliwal Assault case

author img

By ETV Bharat Odisha Team

Published : May 17, 2024, 11:51 AM IST

Swati Maliwal Assault case: ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ସେ ତାଙ୍କୁ ଚାପୁଡା ଓ ଗୋଇଠା ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ସ୍ବାତୀ । ଅଧିକ ପଢନ୍ତୁ

Swati Maliwal
Swati Maliwal (ETV BHARAT ODISHA)

ନୂଆଦିଲ୍ଲୀ: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ସ୍ବାତୀଙ୍କୁ ଗୋଇଠା ଓ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ ସ୍ବାତୀଙ୍କୁ ଚାପୁଡା ମାରିବା ସହ ଠେଲା ପେଲା କରି ଗୋଇଠା ମାରିଥିବା ସେ କହିଛନ୍ତି । ଏହି ଆକ୍ରମଣ ଘଟଣାରେ ଦିଲ୍ଲୀ ପୋଲିସ ଗୁରୁବାର ଦିନ ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଆଇପିସିର ଧାରା 354, 506, 509, ଏବଂ 323 ଅନୁଯାୟୀ ଏଫଆଇଆର ପଞ୍ଜୀକୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲା; ଦିଲ୍ଲୀ ସିଏମଙ୍କ ବ୍ୟକ୍ତିଗତ ସଚିବଙ୍କୁ ସମନ - Swati Maliwal Assault case

ଗୁରୁବାର ଦିଲ୍ଲୀ ପୋଲିସ ନିକଟରେ ସ୍ବାତୀ ଅଭିଯୋଗ କରିବା ପରେ ଏକ ପୋଷ୍ଟରେ ଭାରତୀୟ ଜନତା ପାର୍ଟିକୁ ଏହି ଘଟଣାରେ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ। ପୋଲିସକୁ ଘଟଣା ବିଷୟରେ କହିବା ସମୟରେ ମୋ ସହ ଅତ୍ୟନ୍ତ ଖରାପ ହୋଇଛି ବୋଲି କହିଥିଲେ ମାଲିୱାଲ । ସେ କହିଥିଲେ ଯେ, "ମୋ ସହ ଯାହା ଘଟିଥିଲା ତାହା ଅତ୍ୟନ୍ତ ଖରାପ ଥିଲା। ମୋ ସହ ଯାହାବି ଘଟିଛି ମୁଁ ପୋଲିସକୁ କହିଛି। ଆଶା କରୁଛି ଯେ ପୋଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ଯେଉଁମାନେ ମୋର ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଥିଲେ ଓ କହୁଥିଲେ ମୁଁ ଅନ୍ୟ ଦଳର ନିର୍ଦ୍ଦେଶରେ ଏହା କରୁଛି, ଭଗବାନ ସେମାନଙ୍କୁ ମଧ୍ୟ ଖୁସିରେ ରଖନ୍ତୁ। ଦେଶରେ ଲୋକସଭା ନିର୍ବାଚନ ଚାଲିଛି, ସ୍ବାତୀ ମାଲିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶର ପ୍ରସଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣାରେ ରାଜନୀତି ନକରିବାକୁ ବିଜେପି ନେତାଙ୍କୁ ବିଶେଷ ଅନୁରୋଧ କରୁ ।''

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଆରଏସଏସ ସାଂସଦ ଏବେ ପୂର୍ବତନ ଡିସିଡବ୍ଲୁ ମୁଖ୍ୟ ସ୍ବାତୀ ମଲିୱାଲ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ତାଙ୍କର ବ୍ୟକ୍ତିଗତ ସଚିବ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ତାଙ୍କୁ ମାରପିଟ ମଧ୍ୟ କରିଛନ୍ତି । ଗତ 13 ତାରିଖ ଦିନ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଜାତୀୟ ମହିଳା ଆୟୋଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସିଚବ ବିଭବ କୁମାରଙ୍କୁ ଗତକାଲି ସମନ ଜାରି କରିଥିଲା । ଆଜି ଦିନ 11ଟା ସୁଦ୍ଧା କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଗତକାଲି ସ୍ବାତୀ ମାଲିୱାଲଙ୍କ ବାସଭବନରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ । ଘଟଣା ସମ୍ପର୍କରେ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.