ETV Bharat / state

ଜଗଦ୍ଦେବଙ୍କୁ ନେଇ ପୁଣି ଚଳଚଞ୍ଚଳ ବେଗୁନିଆ ରାଜନୀତି

author img

By ETV Bharat Odisha Team

Published : Jan 8, 2024, 7:44 PM IST

ଜଗଦ୍ଦେବଙ୍କୁ ନେଇ ପୁଣି ଚଳଚଞ୍ଚଳ ବେଗୁନିଆ ରାଜନୀତି
ଜଗଦ୍ଦେବଙ୍କୁ ନେଇ ପୁଣି ଚଳଚଞ୍ଚଳ ବେଗୁନିଆ ରାଜନୀତି

MLA Prashant Jagdev: ଦୀର୍ଘ ଦିନ ପରେ ପୁଣି ବେଗୁନିଆରେ ପାଦ ଥାପିଛନ୍ତି ସର୍ବଦା ବିବାଦ ଘେରରେ ରହୁଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ । ଅଧିକ ପଢ଼ନ୍ତୁ

ଜଗଦ୍ଦେବଙ୍କୁ ନେଇ ପୁଣି ଚଳଚଞ୍ଚଳ ବେଗୁନିଆ ରାଜନୀତି

ଖୋର୍ଦ୍ଧା: ପୁଣିଥରେ ବେଗୁନିଆ ଫେରିବେ କି ଜଗଦ୍ଦେବ ? ଦୀର୍ଘ ଦିନ ପରେ ପୁଣି ବେଗୁନିଆରେ ପାଦ ଥାପିଛନ୍ତି ସର୍ବଦା ବିବାଦ ଘେରରେ ରହୁଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ । ଖୋର୍ଦ୍ଧା ଜିଲ୍ଲା କଣ୍ଟାମଳିମ ଗାଁରେ ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ଆଗାମୀ ୨୦୨୪ ନିର୍ବାଚନକୁ ନେଇ ଲୋକମାନଙ୍କୁ ମୁଦ୍ଦା ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ ସରଗରମ ରହିଛି ।

ତେବେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ଅବସରରେ ଜଗଦ୍ଦେବ ତାଙ୍କ ଭାଷଣରେ କହିଛନ୍ତି ଯେ, ଆଗାମୀ ଦିନରେ ତାଙ୍କର ରହିଯାଇଥିବା ଅନେକ ସ୍ବପ୍ନ ସାକାର କରିବେ । ଜିଲ୍ଲାର କଣ୍ଟାମଳିମ ଓ କୁଶପଲ୍ଲା ଠାରେ ଦୁଇଟି ମିନିଷ୍ଟାଡିୟମ ନିର୍ମାଣ କରିବା କଥା କହିବା ସହିତ ବେଗୁନିଆ ବିଧାୟକ ଥିବା ସମୟରେ ତାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା କହିଛନ୍ତି । ଏବେ ଆଗାମୀ ଦିନରେ ଲୋକଙ୍କ ଆଶୀର୍ବାଦ ମିଳିଲେ ବେଗୁନିଆ ପାଇଁ ଅଧୁରା ରହିଥିବା ସ୍ବପ୍ନ ସାକାର କରିବେ ବୋଲି ୨୦୨୪ ସାଧାରଣ ନିର୍ବାଚନ ନେଇ ପ୍ରତିଶୃତିର ମୁଦ୍ଦା ଦେଇଛନ୍ତି । ତେବେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଏପରି ଆବିର୍ଭାବ ଏବଂ ଭାଷଣକୁ ନେଇ ବେଶ ଚର୍ଚ୍ଚା ହେବା ସହ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ସେପଟେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ସେ ନିର୍ବାଚନ ରଣାଙ୍ଗନକୁ ବିଧାୟକ ପ୍ରାର୍ଥୀ ଭାବରେ ଓହ୍ଲାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ପ୍ରଶାନ୍ତ କେଉଁ ଦଳରୁ ପାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ....Odisha Politics: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ; ଖୋର୍ଦ୍ଧାରେ ବିଗାଡିପାରେ ବିଜେଡି ଅଙ୍କ !

ପ୍ରଶାନ୍ତ ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଅଛନ୍ତି । କିନ୍ତୁ ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ତାଙ୍କ ରଣନୀତି ଆରମ୍ଭ କରିଛନ୍ତି । ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଭେଟି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ବେସ ସରଗରମ ହୋଇଛି । ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ସର୍ବଦା ବାଦ ବିବାଦ ଘେରରେ ରହୁଥିବା ପ୍ରଶାନ୍ତ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜୟୀ ହୋଇଥିଲେ । 2014 ରୁ 2019 ପର୍ଯ୍ୟନ୍ତ ସେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳିର ବିଧାୟକ ରହିଥିଲେ । ସେହିପରି 2019 ସାଧାରଣ ନିର୍ବାଚନରେ ସେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ତେବେ ପୁଣିଥରେ ୨୦୨୪ରେ ବେଗୁନିଆକୁ କମବ୍ୟାକ କରବା ନେଇ ପରୋକ୍ଷରେ କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ । ତେବେ ଆଗାମୀ ସାଧାରଣ ନିର୍ବାଚନ 2024ରେ ବେଗୁନିଆବାସୀ କାହାକୁ ସେମାନଙ୍କର ନେତା ବାଛିବେ ତାହା ସମୟ କହିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.