ETV Bharat / state

ସାନପଦରରେ ନିର୍ମାଣ ହେବ ରେଳ ଷ୍ଟେସନ, ସୂଚନା ଦେଲା ରେଳ ବୋର୍ଡ

author img

By

Published : Aug 4, 2023, 1:30 PM IST

ସାନପଦର ରେଲୱେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ଦିଲ୍ଲୀ ରେଳ ବୋର୍ଡ ପକ୍ଷରୁ ଚିଠି । ଅଧିକ ପଢନ୍ତୁ

Railway Passenger Halt constructed at Sanapadar
Railway Passenger Halt constructed at Sanapadar

Railway Passenger Halt constructed at Sanapadar

ଖୋର୍ଦ୍ଧା: ପୂରଣ ହେବ ଦୀର୍ଘ ଦିନର ଦାବି । ସାନପଦରରେ ନିର୍ମାଣ ହେବ ରେଳ ଷ୍ଟେସନ । ଗୁରୁବାର ଦିଲ୍ଲୀ ରେଳ ବୋର୍ଡ ପକ୍ଷରୁ ଏନେଇ ଚିଠି ମିଳିବା ପରେ ଅଞ୍ଚଳବାସୀଙ୍କ ଦାବି ପୂରଣ ହୋଇଛି । ଏହି ଚିଠିକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହର ଖେଳିଯିବା ସହ ସାନପଦର ଓ ପିଚୁକୁଳି ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଠା ବଣ୍ଟନ କରାଯାଇଥିଲା ।

ପ୍ରକାଶ ଥାଉକି ସାନପଦର ଆଞ୍ଚଳିକ କ୍ରିୟାଅନୁଷ୍ଠାନ ତରଫରୁ ୨୦୧୭ ମସିହାରେ ତତ୍କାଳୀନ ସରପଞ୍ଚ ରେଣୁବାଳା ସାହୁଙ୍କ ନେତୃତ୍ୱରେ ପଡୋଶୀ ୧୦ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ସ୍ଥାନୀୟ ନେତୃ ମଣ୍ଡଳୀ ସାନପଦରରେ ରେଳ ଷ୍ଟେସନ ନିର୍ମାଣ ନେଇ ଦାବି ଜଣାଇଥିଲେ । ବହୁ ଦିନ ଧରି ଦାବି ପୂରଣ ନହେବାରୁ ଗତବର୍ଷ ଜୁନ ୩୦ ତାରିଖରେ ନୟାଗଡ଼ ନୂଆଗାଁ ରେଳ ଷ୍ଟେସନ ଉଦଘାଟନ ପାଇଁ ଆସିଥିବା ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ସାନପଦର ଠାରେ ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି ଭେଟିଥିଲେ ।

ଏହା ମଧ୍ୟ ପଢନ୍ତୁ-ଉତ୍ତର ଓଡିଶାକୁ ରେଳ ସଂଯୋଗ ନେଇ ବିକ୍ଷୋଭ ପ୍ରଦର୍ଶନ

ଏହା ମଧ୍ୟ ପଢନ୍ତୁ-ରାୟଗଡାରେ ଡିଆରଏମ ଅନୁପ ଶତପଥୀ, ରେଳ ଷ୍ଟେସନ ନବୀକରଣ ପାଇଁ ଖର୍ଚ୍ଚ ହେବ 230 କୋଟି

ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଜୟ ମଙ୍ଗରାଜ, ପ୍ରମୋଦ ପ୍ରତାପସିଂହ, ଶିବୁ ଦାସ, ରୁଦ୍ରନାରାୟଣ ବାହିନୀପତି, ଅର୍ଜୁନ ପଟ୍ଟନାୟକ ପ୍ରମୁଖ ଦାବିପତ୍ର ଦେଇଥିଲେ । ସେହି ଠାରେ ରେଳମନ୍ତ୍ରୀ ଏକ ମାସ ମଧ୍ୟରେ ପାସେଞ୍ଜର ହଲ୍ଟ ନିର୍ମାଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟଟି ଡେରି ହେବାରୁ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଗତ ଏପ୍ରିଲ ମାସ ୧୦ରେ ଜେନେରାଲ ମ୍ୟାନେଜର ଇଷ୍ଟକୋଷ୍ଟ ରେଳ ବିଭାଗ ଭୁବନେଶ୍ୱରକୁ ପାସେଞ୍ଜର ହଲ୍ଟ ପାଇଁ ଚିଠି ଲେଖିଥିଲେ l ଏହି କ୍ରମରେ ଗତ ମାସ ୧୧ ତାରିଖରେ ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ଭାରତ ସରକାରଙ୍କ ରେଲୱେ ବୋର୍ଡକୁ ସୁପାରିଶ କରିଥିଲେ l ଭାରତ ସରକାରଙ୍କ ରେଳ ବିଭାଗର ଡାଇରେକ୍ଟର ସୁମିତ ସିଂ ଗତକାଲି ପାସେଞ୍ଜର ହଲ୍ଟ କରିବା ପାଇଁ ସାଂସଦଙ୍କ ମାଧ୍ୟମରେ ଚିଠି ପ୍ରଦାନ କରିଛନ୍ତି । ବିଳମ୍ବ ହୋଇଥିଲେ ମଧ୍ୟ ରେଳମନ୍ତ୍ରୀଙ୍କ ସହ ସାଂସଦ ମିଳିତ ଆଲୋଚନାରେ କାର୍ଯ୍ୟ ସାଧିତ ହୋଇଥିବାରୁ କଥା ଦେଇ କଥା ରଖିଲେ ବୋଲି ସାଂସଦଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.