ETV Bharat / state

ରାୟଗଡାରେ ଡିଆରଏମ ଅନୁପ ଶତପଥୀ, ରେଳ ଷ୍ଟେସନ ନବୀକରଣ ପାଇଁ ଖର୍ଚ୍ଚ ହେବ 230 କୋଟି

author img

By

Published : Jul 19, 2023, 11:00 AM IST

ଡିଆରଏମ ଅନୁପ ଶତପଥୀଙ୍କ ରାୟଗଡ଼ା ରେଳ ଷ୍ଟେସନ ପରିଦର୍ଶନ । ଅମୃତ ଭାରତ ଯୋଜନାରେ 230 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ସୂଚନା । ଅଧିକ ପଢନ୍ତୁ

Divisional Railway Manager Anup satapathy
Divisional Railway Manager Anup satapathy

Divisional Railway Manager Anup satapathy

ରାୟଗଡା: ଦିନିକିଆ ରାୟଗଡା ଗସ୍ତରେ ଆସିଥିଲେ ଡିଆରଏମ ଅନୁପ ଶତପଥୀ । ଏନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଶିଶୁ ଉଦ୍ୟାନକୁ ଉଦ୍ଘାଟନ କରିଛନ୍ତି । ସେହିପରି ରାୟଗଡା ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ ବେଗର ଚାଲିଥିବା ବେଳେ ଅମୃତ ଭାରତ ଯୋଜନାରେ ରାୟଗଡା ରେଳ ଷ୍ଟେସନର ଆହୁରି ନବୀକରଣ କାର୍ଯ୍ୟ ଆଗକୁ କରାଯିବା ନେଇ 230 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ଥିବା ଶତପଥି ପ୍ରକାଶ କରିଛନ୍ତି । ଏଥି ସହ ଯେଉଁ ତୃତୀୟ ଲାଇନ୍ କାର୍ଯ୍ୟ ଚାଲିଥିବା ବେଳେ ତାହା ମଧ୍ୟ ଅଗଷ୍ଟ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏହି ଲାଇନ କାର୍ଯ୍ୟକ୍ଷମ ହେଲେ ଆହୁରି ଅଧିକ ଟ୍ରେନ ଏହି ରୁଟରେ ଚଳପ୍ରଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ୱାଲଟିୟର ଡିଭିଜନର ଡିଆରଏମ ଅନୁପ କୁମାର ଶତପଥି ନିଜ ସିନିୟର ଅଫିସରଙ୍କ ସହ ଆସି ଗତକାଲି(ମଙ୍ଗଳବାର) ରାୟଗଡା ନୂତନ ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତା ସହ ଯାତ୍ରୀବାହୀ ଟ୍ରେନ ପାଇଁ ନୂତନ ଭାବେ 4 ଟି ପ୍ଲାଟଫର୍ମ ନିର୍ମାଣ ଚାଲିଥିବା ବେଳେ ଆସନ୍ତା ଅଗଷ୍ଟ ମାସ ଶେଷ ସୁଧା ନିର୍ମାଣ କାମ ସରିବ ବୋଲି ସୂଚନା ଦେଇଛନ୍ତି । 8ଟି ପ୍ଲାଟଫର୍ମ ମାଧ୍ୟମରେ ଯାତ୍ରୀବାହୀ ଟ୍ରେନ ଚଳପ୍ରଚଳ ପାଇଁ ସୁଗମ ହୋଇପାରିବ । ମର୍ଡନାଇଜେସନ ହୋଇ ନୂତନ ଷ୍ଟେସନ ନିର୍ମାଣ ସରିଛି ବୋଲି ଶତପଥୀ ସୂଚନା ଦେଇଥିଲେ ।

ସେହିପରି ସ୍ଥାନୀୟ ଲୋକେ ଗୁଣୁପୁର ରେଳ ଷ୍ଟେସନରେ ଆବଶ୍ୟକ ପଡୁଥିବା ବିଭିନ୍ନ ଜିନିଷ ଉପରେ ଆଲୋକପାତ କରିବା ସହ ଏହି ଅଞ୍ଚଳ ପାଇଁ ତାଙ୍କର ସହଯୋଗକୁ ପ୍ରଶଂସା କରିଥିଲେ । ପରେ ସେ ନୂଆପଡା, ପାରଳାଖେମୁଡି ସହ ବିଜୟନଗର ଏବଂ ରାୟଗଡାର ରେଳ ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ରାୟଗଡା ରେଳ ଷ୍ଟେସନ ନିକଟରେ ଏକ ଶିଶୁ ଉଦ୍ୟାନକୁ ଉଦଘାଟନ କରିଥିଲେ।

ଏହା ମଧ୍ୟ ପଢନ୍ତୁ- ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ: ପୁରନ୍ଦେଶ୍ୱରୀ

ଏଠାରେ ସୂଚନାଯୋଗ୍ୟ ଯେ, ୱାଲଟିୟର ଡିଆରଏମ ଅନୁପ ଶତପଥୀଙ୍କ ଇତି ମଧ୍ୟରେ ବଦଳି ହୋଇ ଯାଇଥିବା ବେଳେ ଏହାଥିଲା ତାଙ୍କର ଶେଷ ଗସ୍ତ । ଡିଆରଏମଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ସହ ଏଡିଆରଏମ୍ ମନୋଜ କୁମାର ସାହୁ, ସିନିୟର ଡିଭିଜନାଲ ଇଞ୍ଜିନିୟର ପି.କେ ମହାରଣା, ବରିଷ୍ଠ ଡିଭିଜନାଲ ମେକାନିକାଲ ଇଞ୍ଜିନିୟର ଏସ.କେ ପାଟ୍ରା, ସିନିୟର ଡିଭିଜନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର କାମେଶ୍ୱରା ରାଓ ଯୋଗ ଦେଇଥିଲେ । ଏହି ଅବସରରେ ମଝି ଘରିଆଣୀ ଜମି ହସ୍ତାନ୍ତର ନେଇ ଦେଖା ଦେଇଥିବା ଅନିଶ୍ଚିତତା ନେଇ ରାୟଗଡ଼ା ନାଗରିକ ମଞ୍ଚ ତରଫରୁ ଏକ ସ୍ଵତନ୍ତ୍ର ଟିମ ଶତପଥୀଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ଆସନ୍ତା ଦିନେ କିମ୍ବା ୨ଦିନ ମଧ୍ୟରେ ଜମି ହସ୍ତାନ୍ତର କାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଅନୁପ ଶତପଥି କହିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.