ETV Bharat / state

ଆପରେ ବୁକିଂ ସ୍ପାରେ ମିଟିଂ, ଲାଞ୍ଚ ପାଇଁ ଟଙ୍କା ନୁହେଁ ରୂପଜୀବି ଭେଟି

author img

By ETV Bharat Odisha Team

Published : Dec 2, 2023, 10:36 PM IST

Sex Racket busted in Bhubaneswar
Sex Racket busted in Bhubaneswar

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟର ଫିଟୁଛି ଗୁମର । ଲାଞ୍ଚ ପାଇଁ ଟଙ୍କା ନୁହେଁ ରୂପଜୀବି ଭେଟି ନେଉଥିଲେ ବଡ଼ ବଡ଼ିଆ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟର ଫିଟୁଛି ଗୁମର । ସ୍ପା ଆଳରେ ସେକ୍ସ ରାକେଟ ଚଳାଇଥିବା ଶିବାନୀ ଓ୍ବେଲସର ମାଲିକ ଓ ମ୍ୟାନେଜର ଗିରଫ । ସତ୍ୟନଗର ଭଳି ହାଇପ୍ରୋଫାଇଲ ଅଞ୍ଚଳରେ କିଭଳି ଚାଲୁଥିଲା ହାଇଫାଇ ସେକ୍ସ ରାକେଟ ଆଉ ରୂପଜୀବି ଭେଟି ପାଇଁ କିଭଳି ଲାଗୁଥିଲା ତିନି ବର୍ଷ ଧରି ଗହଳି ଚହଳି ଖୋଲିଛି ପେଡ଼ି । ଧୀରେ ଧୀରେ ଏହି ସେକ୍ସ ରାକେଟର ଗୁମର ଫିଟୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ବିହାର ଓ ଝାଡଖଣ୍ଡରୁ ଯୁବତୀ ଆଣି ଚାଲୁଥିଲା କାରବାର । ସାଣ୍ଡଓ୍ବିଇଚ ମସାଜ ଆଳରେ ଚର୍ଚ୍ଚାରେ ଥିଲା ସ୍ପା ସେଣ୍ଟର । ଅନଲାଇନରେ ବୁକି ହେଉଥିଲେ ରୂପଜୀବି ଓ ପ୍ୟାକେଜ୍ ପ୍ଲାନ୍ । ୫ ହଜାରରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ଥିଲା ରେଟ ଚାର୍ଟ । ଆପ ଜରିଆରେ ଚୟନ ହେଉଥିଲେ ଯୁବତୀ ସ୍ପାରେ ଭେଟି । ଲାଞ୍ଚ ପାଇଁ ଟଙ୍କା ନୁହେଁ ରୂପଜୀବି ଭେଟି ନେଉଥିଲେ ଅଫିସର । ଲାଞ୍ଚୁଆ ଅଫିସରଙ୍କ ପାଇଁ ଥିଲା ନିତିଦିନିଆ ରିଫ୍ରେସ ସେଣ୍ଟର । ଭିଜିଲାନ୍ସ ଓ ସିବିଆଇ ଭୟରେ ମସାଜ ନେବାକୁ ଆସୁଥିଲେ ଚାକିରିଆ ଓ ଲାଞ୍ଚୁଆ ଅଧିକାରୀ । ଏନେଇ ହାଇପ୍ରୋଫାଇଲଙ୍କ ଗାଡି ଲାଗୁଥିଲା ପ୍ଲଟ ନମ୍ବର ୧୮ର ଏହି ଘର ବାହାରେ ।

ଏହା ବି ପଢନ୍ତୁ- ରାଜଧାନୀରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍; ସ୍ପା' ସେଣ୍ଟରରୁ ୪ ଯୁବତୀ ଉଦ୍ଧାର, ୨ ଗ୍ରାହକ ଅଟକ

ସ୍ପା ସେଣ୍ଟର ଯୋଗୁଁ ସହଜରେ କେହି ସନ୍ଦେହ ଘେରକୁ ଆସୁନଥିଲେ । କଣ୍ଟ୍ରାକ୍ଟର ଓ ବ୍ୟବସାୟୀଙ୍କ ପାଇଁ ଏହା ଥିଲା ବଡ଼ ବାବୁଙ୍କୁ ଆପ୍ୟାୟିତ କରିବାର ମାଧ୍ୟମ । ପୂର୍ବରୁ ନୟାପଲ୍ଲୀ ଥାନାର‌ ୨୦୧୭ ମସିହା କେସରେ ସେକ୍ସ ରାକେଟରେ ଧରାପଡ଼ିବା ପରେ ସାଧାରଣ ଲୋକଙ୍କ ଅପେକ୍ଷା ହାଇଫାଇ ଲୋକଙ୍କ ପାଇଁ ଏପରି ଗୋଲକଧନ୍ଦା ଆପଣାଇଥିଲା ଏହି ସ୍ପା ସେଣ୍ଟର ମାଲିକ । ମ୍ୟାନେଜର ଜରିଆରେ ବାବୁଙ୍କ ଷ୍ଟାଟସ୍ ଦେଖି ରୁପଜୀବି ଭେଟି ଦିଆଯାଉଥିଲା । ସ୍ପାରେ ସିକ୍ରେଟ ଚାମ୍ବର ରଖି ମସାଜ ସହ ବିଭିନ୍ନ ପ୍ରକାର ସେବା ଯୋଗାଉଥିଲେ ରୂପଜୀବି । ଆଉ ପସନ୍ଦ ଆସୁଥିଲେ ମାଲିକଙ୍କ ରିସ୍କରେ ବାହାରକୁ ନେଇ ଯାଉଥିଲେ ରୂପଜୀବି। ବିଭିନ୍ନ ବଡ଼ବଡ଼ିଆ ହୋଟେଲ ଓ ରିସୋର୍ଟ ବା ଆଉଟହାଉସ ହେଉ ବା କଟେଜରେ ରାତି ବିତାଉଥିଲେ କିଛି ନାମିଦାମି ଅଫିସର।

ଏନେଇ ସେକ୍ସ ରାକେଟର ଖିଅ ଖୋଜୁ ଖୋଜୁ ପୋଲିସ ହାତରେ ଏମିତି କିଛି ରୋଚକ ତଥ୍ୟ ଲାଗିଛି । ତେବେ ପୁରୀ ଅଞ୍ଚଳର ଦୁଇ ଯୁବତୀଙ୍କୁ ସ୍ପା ସେଣ୍ଟରରରେ ନିୟୋଜିତ କରିବା ପଡିଛି ମହଙ୍ଗା । ଯୁବତୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଯୁବତୀଙ୍କୁ ପିଛା କରି କରି ସ୍ପା ସେଣ୍ଟରର ମିଳିଥିଲା ସୁରାକ । ଏନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ଏହି ସେକ୍ସ ରାକେଟର ପର୍ଦ୍ଦାଫାସ ପାଇଁ ତିନିଦିନ ଧରି ଛକିଥିଲେ ପୋଲିସ ଅଣ୍ଡରକଭର । ପୋଲିସ ରେଡ ପୂର୍ବରୁ ମର୍ଣ୍ଣିଂ ସିଫ୍ଟ ସାରି ୧୪ରୁ ୧୫ ଜଣ ରୂପଜୀବିଙ୍କ ସହ ଦାମି ଗ୍ରାହକ ପାଚେରୀ ଡେଇଁ ଖସିଯାଇଥିଲେ । ହେଲେ ଫସିଯାଇଥିଲେ ୪ ରୂପଜୀବିଙ୍କ ସହ ସ୍ପା ମାଲିକ ଓ ମ୍ୟାନେଜର ।

ଏଠାରେ ରୂପଜୀବି ୮ ଘଣ୍ଟା କାମ କରୁଥିଲେ । ସକାଳ ୭ରୁ ଦିନ ୩ଟା ଓ ଦିନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଚାଲୁଥିଲା କାରବାର । ରେଡ୍‌ ଦିନ ପ୍ରଥମ ସିଫ୍ଟ ଯୁବତୀ ପଳାୟନ କରିଥିବା ବେଳେ ଦ୍ବିତୀୟ ସିଫ୍ଟର ୪ଜଣଙ୍କୁ ଉଧାର କରିଛି ପୋଲିସ । ଏହି ସମ୍ପା ସେଣ୍ଟର ନିକଟରେ ଚର୍ଚ୍ଚ, କ୍ଲିନିକ ଓ ସ୍କୁଲ ଥିବାରୁ ଏଭଳି କାରବାର ଇମୁରାଲ ଟ୍ରାଫିକିର ନିୟମ ଆଧାରରେ ସ୍ପାର ଘରକୁ ବେଶ୍ୟାଳୟ ଘୋଷଣା ପାଇଁ କମିସନରଙ୍କୁ ସୁପାରିଶ କରିବ ପୋଲିସ । ତେବେ ଘରର ମାଲିକଙ୍କ ସହ କେଉଁ ଆଧାରରେ ଘର ଭଡା ଦିଆଯାଇଥିଲା ଓ କଣ ଏଗ୍ରିମେଣ୍ଟ ହୋଇଥିଲା ସେ ନେଇ ଯାଞ୍ଚ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.