ETV Bharat / state

ରାଜଧାନୀରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍; ସ୍ପା' ସେଣ୍ଟରରୁ ୪ ଯୁବତୀ ଉଦ୍ଧାର, ୨ ଗ୍ରାହକ ଅଟକ

author img

By ETV Bharat Odisha Team

Published : Dec 1, 2023, 6:07 PM IST

Updated : Dec 2, 2023, 12:54 AM IST

ରାଜଧାନୀରେ ହାଇପ୍ରୋଫାଲ୍‌ ସେକ୍ସ ରାକେଟ୍
ରାଜଧାନୀରେ ହାଇପ୍ରୋଫାଲ୍‌ ସେକ୍ସ ରାକେଟ୍

ରାଜଧାନୀରୁ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ । ଭୁବନେଶ୍ବର ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ଚାଲିଥିବା ଏକ ସ୍ପା' ସେଣ୍ଟରରୁ ଠାବ ହୋଇଛି ଏହି ସେକ୍ସ ରାକେଟ୍‌ । ଅଧିକ ପଢ଼ନ୍ତୁ

ରାଜଧାନୀରେ ହାଇପ୍ରୋଫାଲ୍‌ ସେକ୍ସ ରାକେଟ୍

ଭୁବନେଶ୍ବର: ସ୍ପା' ସେଣ୍ଟରରରେ ବଡ଼ ଧରଣର ଚଢ଼ାଉ । ମିଳିଲା ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ । ୪ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ । ଭୁବନେଶ୍ବର ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରୁ ଠାବ ହୋଇଛି ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ । ପ୍ଲଟ୍‌ ନମ୍ବର ୧୮ରୁ ଏକ କ୍ଲିନିକ୍‌ ପାଖରୁ ଠାବ ହୋଇଛି ଏହି ରାକେଟ୍‌ । ତେବେ ଏକ କ୍ଲିନିକ ଉପରେ ସ୍ପା' ସେଣ୍ଟର ଚଳାଇବା ଆଳରେ କିଛି ଦୁର୍ବୃତ୍ତ ଏଭଳି ରାକେଟ୍‌ ଚାଲାଇଥିଲେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବର ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳର ପ୍ଲଟ୍‌ ନମ୍ବର ୧୮ରେ ଥିବା ଭଡା ଘରେ ଏଭଳି ଦେହ ବ୍ୟବସୀୟ ଚାଲିଥିଲା । ପୋଲିସ ଚଢାଉ ବେଳେ ୪ ଯୁବତୀ ଉଦ୍ଧାର ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ବଙ୍ଗୀୟ ଏବଂ ଜଣେ ଝାଡ଼ଖଣ୍ଡି ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ଓଡିଶାର ଯୁବତୀ ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି । ସେହିଭଳି ଦେହ ବ୍ୟବସାୟରେ ଲିପ୍ତ ୨ ଗ୍ରାହକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ତେବେ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ଚଳାଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଅନ୍ୟପଟେ ଗତ ମାସରେ ବଲାଙ୍ଗୀରରେ ଏକ କଲେଜରେ ସେକ୍ସ ରାକେଟ୍‌ ଚାଲିଥିବା ଅଭିଯୋଗ ହୋଇଥିଲା । ଏହି ରାକେଟରେ ସମ୍ପୃକ୍ତ ଥିବା ରାତ୍ର ଜଗୁଆଳିକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଥିଲା । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଏକ କଲେଜରୁ ଏଭଳି ଆସିଥିଲା । ଅଭିଯୋଗ ଆଧାରରେ ପାଟଣାଗଡ଼ ପୋଲିସ ରାତିରେ ସମ୍ପୃକ୍ତ କଲେଜରେ ଚଢାଉ କରିଥିଲା । କଲେଜର ରାତ୍ରି ଜଗୁଆଳି ଓ ଜଣେ ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ପୋଲିସ ଧରିଥିଲା । ସେହିପରି ରାତିର ଅନ୍ଧାରର ସୁଯୋଗ ନେଇ ଅନ୍ୟ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ହୋଟେଲରେ ଚାଲିଥିଲା ସେକ୍ସ ରାକେଟ: ମ୍ୟାନେଜର ସମେତ ୭ ଗିରଫ

ଅନୁରୂପ ଭାବେ ଅକ୍ଟୋବର ମାସ ୩୦ ତାରିଖରେ ବେଧଡକ ସେକ୍ସ ରାକେଟ ଚାଲିଥିବା ଖବର ପାଇଁ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଆର୍‌ଡି ଫାଣ୍ଡି ଅଞ୍ଚଳର ଏକ ହୋଟେଲ ଉପରେ ଚଢାଉ କରିଥିଲା ଧୁଷୁରୀ ଥାନା ପୋଲିସ । ସେଠାରେ ଯାଞ୍ଚ ପରେ ତିନି ଜଣ ରୂପଜୀବୀ, ତିନି ଜଣ ଯୁବକ ସହ ସେକ୍ସ ରାକେଟ ଚଲାଉଥିବା ହୋଟେଲ ମ୍ୟାନେଜରକୁ ଗିରଫ କରିଥିଲା ପୋଲିସ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 2, 2023, 12:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.