ETV Bharat / state

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣାରେ ଛାନଭିନ୍, ଭୁବନେଶ୍ୱରରେ ବୁର୍ଲା ପୋଲିସର ଖୋଳତାଡ

author img

By

Published : Mar 3, 2023, 4:06 PM IST

chinmayi priyadarishini death case
chinmayi priyadarishini death case

ଭିସୁଟ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ଭୁବନେଶ୍ବରରେ ରହୁଥିବା ଭଡା ଘରେ ଛାନଭିନ କରୁଛି ବୁର୍ଲା ପୋଲିସର 5ଜଣିଆ ଟିମ । ଅଧିକ ପଢନ୍ତୁ

chinmayi priyadarishini death case

ଭୁବନେଶ୍ବର: ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣା। ଭୁବନେଶ୍ବରରେ ରହୁଥିବା ଭଡା ଘରେ ଛାନଭିନ କରୁଛି ବୁର୍ଲା ପୋଲିସର 5ଜଣିଆ ଟିମ । ଭୁବନେଶ୍ବର ବରଗଡ ଥାନା ଅନ୍ତର୍ଗତ ବିଜେବି ନଗରରେ ଥିବା ଭଡା ଘରେ ପଚରାଉଚରା କରିଛି ପୋଲିସ। ତେବେ କେତେ ଦିନ ଧରି ସେଠାରେ ଚିନ୍ମୟୀ ରହୁଥିଲେ ଏବଂ କିଏ କିଏ ରହୁଥିଲେ ଏନେଇ ଘରର ମାଲିକାଣୀ ଙ୍କୁ ପଚରାଉଚରା କରିଛି ପୋଲିସ। ସୂଚନା ମୁତାବକ, ଚିନ୍ମୟୀ ଭୁବନେଶ୍ବରରେ ରହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ । ପୋଲିସ ଭଡା ଘରୁ କିଛି ଜିନିଷ ମଧ୍ୟ ଜବତ କରିଛି। ସବୁ ଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଘର ପାଖରେ ରହୁଥିଲେ ଚିନ୍ମୟୀର ପୁରୁଷ ବନ୍ଧୁ ପ୍ରୀତି କାନ୍ତ ଦେ ଯାହାକୁ ପୋଲିସ ଅଟକ ରଖିଛି ।

ତେବେ ଏନେଇ ପ୍ରତିକାନ୍ତ ମା କହିଛନ୍ତି ଯେ, ପ୍ରିତିକାନ୍ତ ଜଣେ ଭଲ ପିଲା। ଯେହେତୁ ଚିନ୍ମୟୀ ତାର ବାନ୍ଧବୀ ଥିଲା ତେଣୁ ତା ପାଇଁ ରହିବାକୁ ପ୍ରିତିକାନ୍ତ ଏଠି ସାମ୍ନାରେ ଘର ଖୋଜିଥିଲା । ଏପରିକି ପିଲାବେଳୁ ପ୍ରିତିକାନ୍ତ ଯାହାଙ୍କ ପାଖରେ ପାଠ ପଢ଼ିଛନ୍ତି ସେହି ମିସଙ୍କ ଘରେ ହିଁ ସେ ଚିନ୍ମୟୀ ରହିବାର ସୁବିଧା କରାଇଥିଲା । ଘର ସାମ୍ନାରେ ବାପା ମା'ଙ୍କ ଆଗରେ ବାନ୍ଧବୀ ରହିବା କଣ ଖରାପ ଉଦ୍ଦେଶ୍ୟରେ ହୋଇପାରେ ।

ଅର୍ଥାତ୍ ଏକ ପାରିବାରିକ ଦୃଷ୍ଟିକୋଣରୁ ପୁଅ ଝିଅର ଭଲ ବନ୍ଧୁ ହିସାବରେ ପ୍ରିତିକାନ୍ତ ନିଜ ଘରର ସାମ୍ନାରେ ରଖିଥିଲା ଚିନ୍ମୟୀଙ୍କୁ । କୌଣସି ଖରାପ ଉଦେଶ୍ୟ ନଥିଲା। ଏପରିକି ଚିନ୍ମୟୀ ମଧ୍ୟ ଥରେ ଦୁଇଥର ଆମ ଆସି ସରସ୍ବତୀ ପୂଜାରେ ଘରେ ପ୍ରସାଦ ଖାଇଛନ୍ତି। ତେଣୁ ପୁଅ ଯେ ଚିନ୍ମୟୀଙ୍କୁ ହତ୍ୟା କରିବ ମୁଁ ବିଶ୍ବାସ କରୁନାହିଁ ଏବଂ ଏହା ସମ୍ଭବ ମଧ୍ୟ ନୁହେଁ । ତେଣୁ ଝିଅଟିର ଯେତେବେଳେ ମୃତ୍ୟୁ ହୋଇଛି ଆମେ ତ ଚାହୁଁଛୁ ତଦନ୍ତ ସଠିକ ଭାବେ ହେଉ ତଦନ୍ତ ଯେପରି ହେବା କଥା ହେଉ ଏବଂ ଯଦି କିଛି ଅଛି ସାମ୍ନାକୁ ଆସୁ ପୋଲିସ ତଦନ୍ତ ସଠିକ କରାଯାଉ ।

ପ୍ରକାଶ ଥାଉକି, ମଙ୍ଗଳବାର ଦିନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ଥିଲା। ସେହି ଉତ୍ସବରେ ଯୋଗ ଦେବାକୁ ଆସିଥିବା ଚିନ୍ମୟୀ ମଙ୍ଗଳବାର ରାତି 10 ଟା ସମୟରେ ପୁରୁଷ ବନ୍ଧୁ ସହ ପାଓ୍ବାର ଚ୍ୟାନେଲ ଆଡକୁ ବୁଲିବାକୁ ଆସିଥିଲେ। କିନ୍ତୁ କଥା ହେବାର କିଛି ସମୟ ପରେ ଚିନ୍ମୟୀ ପାଣିକୁ ଡେଇଁ ପଡିଥିଲେ। ପରେ ତାଙ୍କର ବନ୍ଧୁ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ହେଲେ କୌଣସି ଖୋଜ ଖବର ମିଳି ନ ଥିଲା l ପୁଣି ବୁଧବାର ଦିନ ସକାଳୁ ଖୋଜା ଖୋଜି ଆରମ୍ଭ କରିବା ପରେ ବୁର୍ଲା ଅଗ୍ନିଶମ ବିଭାଗ ଛାତ୍ରୀଙ୍କ ମୃତ ଦେହ କୁ ଉଦ୍ଧାର କରିଥିଲା l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.