ETV Bharat / state

ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଗୁଣିଆ ପରାମର୍ଶ, ଚାଲିଗଲା ଗର୍ଭବତୀଙ୍କ ଜୀବନ !

author img

By

Published : Aug 7, 2022, 7:53 AM IST

Updated : Aug 7, 2022, 9:04 AM IST

ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଗୁଣିଆ ପରାମର୍ଶ, ଚାଲିଗଲା ଗର୍ଭବତୀଙ୍କ ଜୀବନ
ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଗୁଣିଆ ପରାମର୍ଶ, ଚାଲିଗଲା ଗର୍ଭବତୀଙ୍କ ଜୀବନ

ପୁଅ-ଝିଅର ତାରତମ୍ୟ ନେଇଗଲା ଜଣେ ମାଆର ଜୀବନ । ଗୁଣିଆ ସାହାଯ୍ୟ ନେଇ ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣି ସ୍ବାମୀ ଦେଇଥିଲେ ମେଡିସିନ । ଗର୍ଭବତୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ବିଂଶ ଶତାବ୍ଦିରେ ବି ପୁଅ-ଝିଅର ତାରତମ୍ୟ ଦେଖୁଛନ୍ତି କେତେକ ଲୋକ । କୂଳ ଉଦ୍ଧାର ପାଇଁ ପୁଅ ଆଶାରେ ଏବେ ବି ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜୁଛନ୍ତି କନ୍ୟା ସନ୍ତାନ । ପୁତ୍ର ସନ୍ତାନ ପାଇଁ ଆଜିବି ବ୍ୟାକୁଳତା ଦେଖିବକୁ ମିଳିଛି । ଏହି ପୁଅ-ଝିଅର ତାରତମ୍ୟ ପାଇଁ ଯାଇଛି ଆଉ ଜଣେ ମାଆର ଜୀବନ । ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳରେ ।

ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଗୁଣିଆ ପରାମର୍ଶ, ଚାଲିଗଲା ଗର୍ଭବତୀଙ୍କ ଜୀବନ !

ଜଙ୍କିଆ ଅଞ୍ଚଳର ତପନ ବଳବନ୍ତରାୟଙ୍କୁ 14 ବର୍ଷ ତଳେ ବେଗୁନିଆ କୁଶପଲା ଅଞ୍ଚଳର ପୁଷ୍ପାଞ୍ଜଳି ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କର 3ଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି କିନ୍ତୁ ପୁଅଟିଏ ନାହିଁ ବୋଲି ପୁଷ୍ପାଞ୍ଜଳିଙ୍କୁ ସବୁବେଳେ ସହିବାକୁ ପଡୁଥିଲା ନିର୍ଯାତନା । ପରିସ୍ଥିତି ଏମିତି ହେଉଥିଲା ଯେ, ପତି-ପତ୍ନୀଙ୍କ ବିବାଦ ଜଙ୍କିଆ ଏବଂ ବେଗୁନିଆ ଥାନାରେ ଭଦ୍ରଲୋକଙ୍କ ମାଧ୍ୟମରେ ଫଇସଲା ହୋଇଛି । ଶେଷରେ ସ୍ୱାମୀଙ୍କ ବାଧ୍ୟ ବାଧକତାରେ ପୁଷ୍ପାଞ୍ଜଳି ପୁତ୍ର ସନ୍ତାନ ଆଶାରେ ଚତୁର୍ଥ ଗର୍ଭ ଧାରଣ କଲେ ।

ଏଥର କିନ୍ତୁ ଡାକ୍ତର ବଦଳରେ ସ୍ୱାମୀ ନୟାଗଡ଼ର ଏକ ଗୁଣିଆ ନିକଟକୁ ଯାଇ ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣି ନିକଟସ୍ଥ ମେଡ଼ିସିନ ଦୋକାନରୁ ବିନା ପରାମର୍ଶରେ ମେଡ଼ିସିନ ଆଣି ଦେଇ ଗର୍ଭପାତ କଲେ । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଓ ଠିକ ସମୟରେ ଡାକ୍ତର ପରାମର୍ଶ ହୋଇନପାରିବାରୁ ପୁଷ୍ପାଞ୍ଜଳିଙ୍କ ଜୀବନ ଚାଲିଯାଇଛି । ପରେ ପରିବାରର ଲୋକଙ୍କ ଅଭିଯୋଗ ପାଇ ଜଙ୍କିଆ ଥାନା ପୋଲିସ ପୁଷ୍ପାଞ୍ଜଳିଙ୍କ ସ୍ୱାମୀକୁ ଗିରଫ କରିଛି ।



ଇଟିଭି ଭାରତ, ଖୋର୍ଦ୍ଧା

Last Updated :Aug 7, 2022, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.