ETV Bharat / state

ବ୍ରାଉନସୁଗାର ମାଫିଆକୁ ରିମାଣ୍ଡରେ ଆଣିଲା ପୋଲିସ, ଟଙ୍କା ଓ ଗହଣା ଜବତ

author img

By ETV Bharat Odisha Team

Published : Jan 6, 2024, 8:49 PM IST

ବ୍ରାଉନସୁଗାର ମାଫିଆ
brown sugar peddler

Brown sugar peddler: ଖୋର୍ଦ୍ଧା ବ୍ରାଉନସୁଗାର ମାଫିଆକୁ ରିମାଣ୍ଡରେ ଆମିଲା ପୋଲିସ । ବ୍ୟାଙ୍କ ଲକରରୁ ବିଡା ବିଡ଼ା ଟଙ୍କା ଓ ସୁନା ଗହଣା ଜବତ । ଅଧିକ ପଢନ୍ତୁ

brown sugar peddler

ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ ପରମଗୁରୁକୁ ଗିରଫ ପରେ ରିମାଣ୍ଡରେ ଆଣିଛି ପୋଲିସ । ଦୁଇ ଦିନିଆ ରିମାଣ୍ଡରେ ଆଣି ନିଶା ବେପାର ସମ୍ବନ୍ଧରେ ଯାଞ୍ଚ କରୁଛି ପୋଲିସ । ନିଶା ବେପାରର କଳା ସାମ୍ରାଜ୍ୟ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ତାର ଖୋଲ ତାଡ଼ ଆରମ୍ଭ ହୋଇଛି । ଘରୋଇ ବ୍ୟାଙ୍କ ଲକରରୁ ଶ୍ରୀବତ୍ସ ପରମଗୁରୁର ବିଡା ବିଡ଼ା ଟଙ୍କା ଓ ସୁନା ଗହଣା ପୋଲିସ ଜବତ କରିଛି । ଅଭିଯୁକ୍ତର ସ୍ତ୍ରୀ ଅନିତା ପରମଗୁରୁ ବନ୍ଧୁକ ଧରି ଫେରାର ଅଛନ୍ତି । ଶିଳ୍ପାଞ୍ଚଳ ଥାନା ବରୁଣେଇ ନଗରରୁ ବ୍ରାଉନସୁଗାର ମାଫିଆକୁ ଗିରଫ ପରେ ତାଠାରୁ ଦୁଇଟି ଅଫୁଟା ଗୁଳି ଓ ମାଗାଜିନ ଜବତ କରିଥିଲା ପୋଲିସ ।

ବ୍ରାଉନସୁଗାର କାରବାର ଘଟଣାରେ ଶ୍ରୀବତ୍ସ ୪ ଥର ଓ ତାର ସ୍ତ୍ରୀ ୨ ଥର ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି। ଶ୍ରୀବତ୍ସ ନାମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏନେଇ ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି । ବାଂଲାଦେଶ ଓ କଲିକତାରୁ ଭାୟା ବାଲେଶ୍ୱର ଦେଇ ବିପୁଳ ପରିମାଣର ବ୍ରାଉନସୁଗାର ଖୋର୍ଦ୍ଧାରେ ପହଞ୍ଚୁଥିଲା । ଏହାକୁ ବିବିକ୍ରୟ କରି ମାଲେ ମାଲ ହେଉଥିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ । ପ୍ରକାଶ ଥାଉ ଯେ, ପୋଲିସ ତାଙ୍କୁ ଗିରଫ ପରେ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି । ବେଆଇନ ବନ୍ଧୁକ କେଉଁଠୁ ଆଣିଲା, ବ୍ରାଉନସୁଗାର କରବାରରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ଖୋଳତାଡ କରୁଛି । ପୂର୍ବରୁ ଧଳାଜହାର କାରବାର କରି ବେଆଇନି ସମ୍ପତ୍ତି ଠୁଳ କରିଥିବା ମାଫିଆଙ୍କ ସମ୍ପତ୍ତି ଜବତ କରିଥିଲା ପୋଲିସ । ଏପରି ସେମାନଙ୍କ ଘରକୁ ଭାଙ୍ଗିଥିଲା ଜିଲ୍ଲା ପ୍ରଶାସନ । ପୋଲିସର ନିଶାମାଫିଆଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଜିଲ୍ଲାର ଅନ୍ୟ ନିଶା ମାଫିଆଙ୍କ ଉପରେ କଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକିରହିଲା ।

ଏହା ମଧ୍ୟ ପଢନ୍ତୁ- ବ୍ରାଉନସୁଗାର ମାଫିଆକୁ 10ବର୍ଷ ଜେଲ: ଏକ ଲକ୍ଷ ଜରିମନା

ଗତ ଡିସେମ୍ବର 22 ତାରିଖରେ ଓ ଖୋର୍ଦ୍ଧା ଏକ ବ୍ରାଉନସୁଗାର ଜବତ ମାମଲା ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ରାଜେନ୍ଦ୍ର କୁମାର ପୃଷ୍ଟିକୁ 10 ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିଥିଲେ । ଏଥିସହ ଏକ ଲକ୍ଷ ଟଙ୍କା ଜରିମନା ଆଦେଶ ଦେଇଥିଲେ କୋର୍ଟ । ଜରିମନା ଅନାଦେୟ ହେଲେ ଅଭିଯୁକ୍ତକୁ ଅତିରିକ୍ତ ଏକ ବର୍ଷ କାରଗାରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 2022 ଫେବୃଆରୀ ମାସ 25 ତାରିଖରେ ଫରେଷ୍ଟ କଲୋନୀ ନିକଟରେ ଏକ ପରିବା ଦୋକାନରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲା । ଏ ସମୟରେ ଅଭିଯୁକ୍ତ ରାଜେନ୍ଦ୍ର ନିକଟରୁ 279 ଗ୍ରାମ ଏବଂ 1 ଲକ୍ଷ 13 ହଜାର ଟଙ୍କା ଜବତ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.