ETV Bharat / state

ଭୁବନେଶ୍ୱରରେ ପିପୁଲସ୍ କମିଶନ, ଢ଼ିଙ୍କିଆ ଚାରିପ୍ରଦେଶରେ JSW ପାଇଁ ଜମି ଅଧିଗ୍ରହଣକୁ ନେଇ ଜନଶୁଣାଣୀ

author img

By ETV Bharat Odisha Team

Published : Oct 8, 2023, 6:43 AM IST

ଲୋହିଆ ଏକାଡେମୀରେ ପିପୁଲସ୍ କମିଶନ କରିଛନ୍ତି ଜନଶୁଣାଣୀ
ଲୋହିଆ ଏକାଡେମୀରେ ପିପୁଲସ୍ କମିଶନ କରିଛନ୍ତି ଜନଶୁଣାଣୀ

ଲୋହିଆ ଏକାଡେମୀରେ ପିପୁଲସ୍ କମିଶନ କରିଛନ୍ତି ଜନଶୁଣାଣୀ । ଚାଷ ଓ ସରକାରୀ ଜମି ଅଧିଗ୍ରହଣ ସଂପର୍କରେ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଶୁଣୁଛି କମିଶନ । ଏହା ମଧ୍ୟ ପଢନ୍ତୁ

ଲୋହିଆ ଏକାଡେମୀରେ ପିପୁଲସ୍ କମିଶନ କରିଛନ୍ତି ଜନଶୁଣାଣୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପିପୁଲସ୍ କମିଶନ । ଲୋହିଆ ଏକାଡେମୀରେ ପିପୁଲସ୍ କମିଶନ କରିଛନ୍ତି ଜନ ଶୁଣାଣୀ । ଚାଷ ଓ ସରକାରୀ ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଶୁଣୁଛି କମିଶନ । କମିଶନ ଅଧ୍ୟକ୍ଷ ସୁପ୍ରମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମଦନ ଡି. ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏହି କମିଶନ କମିଟିରେ ଅଛନ୍ତିି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୟ ପାରିଖ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇ ଅବସର ପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମହାନ୍ତି ଏବଂ ନନ୍ଦିନୀ ସୁନ୍ଦର ଓ ସମାଜସେବୀ ମେଧା ପାଟକର ।

ତେବେ ଢ଼ିଙ୍କିଆ ଚାରିପ୍ରଦେଶର ପ୍ରାୟ 4000 ଏକର ଜମିକୁ ଶିଳ୍ପ ପାଇଁ ଅଧିଗ୍ରହଣ କରାଯାଇଛି । ଏହି ଅଧିଗ୍ରହଣକୁ ବିରୋଧ କରିବାରୁ ଚାଷୀଙ୍କ ଉପରେ ଯେଉଁ ଅତ୍ୟାଚାର ସହ କିଛି ଲେକଙ୍କ ନାଁରେ ମିଛ ମାମଲା ହୋଇଥିବା ଅଭିଯୋଗ ହୋଇଥିଲା । ସେ ସମ୍ପର୍କରେ ଅଭିଯୋଗ ଶୁଣୁଛନ୍ତି କମିଶନ । ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆରେ JSW ବା ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟର ପ୍ରକଳ୍ପର କାର୍ଯ୍ୟକୁ ନେଇ ଭିଟାମାଟି ଛାଡ଼ିବେ ନାହିଁ ବୋଲି ସ୍ଥାନୀୟ ଲୋକ ପ୍ରକଳ୍ପକୁ ବିରୋଧ କରିଥିଲେ । ସରକାର ଜବରଦସ୍ତ ସେମାନଙ୍କ ଜମି ଅଧିଗ୍ରହଣ କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ୍ଵ କରିବା ପାଇଁ ପୋଲିସକୁ ଲଗାଇ ସେମାନଙ୍କୁ ଦମନ କରୁଥିବା କମିଶନଙ୍କୁ ସ୍ଥାନୀୟ ବାସିନ୍ଦା ନିଜର ଅଭିଯୋଗ ଶୁଣାଇଛନ୍ତି । ରାଜ୍ୟ ସରକାରଙ୍କ ଶୋଷଣ ଓ ପୋଲିସର ଅତ୍ୟାଚାରରୁ ନ୍ୟାୟ ଦେବା ସହ ଚାଷଜମି ଫେରାଇବା ପାଇଁ କମିଶନଙ୍କୁ ଗୁହାରୀ କରିଛନ୍ତି । ଅନ୍ୟପଟେ ଜନଶୁଣାଣୀର ନିଷ୍ପତ୍ତି ଆସନ୍ତାକାଲି କମିଶନଙ୍କ ସରକାରଙ୍କ ପଖରେ ରଖିବେ ବୋଲି କମିଟି କହିଛି ।

ଏହା ମଧ୍ୟ ପଢନ୍ତୁ..NHRCରେ ପହଞ୍ଚିଲା ଭାରତୀ ସିଂଙ୍କୁ ନିଲମ୍ବନ ଘଟଣା

ସୂଚନା ଅନୁଯାୟୀ, ଢ଼ିଙ୍କିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରଥମେ ପୋସ୍କୋ କମ୍ପାନୀ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ । ହେଲେ ଉକ୍ତ ଅଞ୍ଚଳରେ ଧାନ ଓ ପାନ ଚାଷ କରି ବଞ୍ଚୁଥିବା ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ପୋଲିସ ଓ ସ୍ଥାନୀୟ ଲାକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିପାଇଁ କିଛି ଲୋକ ଜେଲ୍‌ ଯାଇଥିଲେ । ଲୋକଙ୍କ ବିରୋଧ ପରେ ଫେରିଯାଇଥିଲା ପୋସ୍କୋ । କିଛି ବର୍ଷ ବ୍ୟବଧାନ ପରେ ସେହି ସ୍ଥାନରେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ସହିତ ସିମେଣ୍ଟ ଓ ଶକ୍ତି ଉତ୍ପାଦନ ପାଇଁ ତାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଆଉ ଏହାକୁ ନେଇ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ଵରାନ୍ଵିତ୍ୱ କରିଥିବା ବେଳେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଏବେବି କିଛି ଲୋକ ଜେଲ୍‌ରେ ଥିବା ବେଳେ ଆଜିବି ବିରୋଧ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.