ETV Bharat / state

ଝଲସିବ ମନ୍ଦିର ମାଳିନୀ ସହର, ଉନ୍ନତିକରଣ ପାଇଁ ୧୫.୨୦ କୋଟି ମଞ୍ଜୁର

author img

By ETV Bharat Odisha Team

Published : Dec 20, 2023, 4:13 PM IST

ଐତିହ୍ୟପୂର୍ଣ୍ଣ ମନ୍ଦିରର ଉନ୍ନତିକରଣ
ଐତିହ୍ୟପୂର୍ଣ୍ଣ ମନ୍ଦିରର ଉନ୍ନତିକରଣ

Temple Improvement Project: ଝଲସିବ ମନ୍ଦିର ମାଳିନୀ ଭୁବନେଶ୍ୱର । ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀ ଗୁଡ଼ିକର ହେବ ରୂପାନ୍ତୀକରଣ । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କାର ମଞ୍ଜୁରୀ । ଆଗକୁ ପଢ଼ନ୍ତୁ

ଭୁବନେଶ୍ୱର: ଝଲସିବ ମନ୍ଦିର ମାଳିନୀ ଭୁବନେଶ୍ୱର । ଆବଶ୍ୟକ ରହିଛି ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିରର ଉନ୍ନତିକରଣ । ସେନେଇ ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀ ଗୁଡ଼ିକର ରୂପାନ୍ତୀକରଣ । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କାର ମଞ୍ଜୁରୀ । ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ ।

ଭୁବନେଶ୍ୱରର ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତୀକରଣ । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ନିକଟରେ 5T ଅଧ୍ୟକ୍ଷଙ୍କ ସହ ଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍ୟମାନେ ଆଲୋଚନା କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ଗୁଡିକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ: ନିଯୁକ୍ତି ପାଇଲେ ୩୭୧୪ ଟିଜିଟି, ୪୫୨ ପିଇଟି

ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା । ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏ ସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ । ୭୦୦ରୁ ଊର୍ଦ୍ଧ୍ବ ମନ୍ଦିର ଏଠାରେ ରହିଛି । ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ଏଠାରେ ଅଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି । ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତି କରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି । ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପ ଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.