ETV Bharat / state

ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ: ନିଯୁକ୍ତି ପାଇଲେ ୩୭୧୪ ଟିଜିଟି, ୪୫୨ ପିଇଟି

author img

By ETV Bharat Odisha Team

Published : Dec 19, 2023, 10:17 PM IST

CM Distributes Appointment letter: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ଏବଂ ୪୫୨ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ
ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ । ରାଜ୍ୟରେ କିଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଭାବରେ ପଠ ପଢ଼ାଯିବ, ସେନେଇ ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନେଇ ମାର୍ଗଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଷ୍ଠା ହେବ NMIMS ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା

ରାଜ୍ୟ ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ପର୍ଯ୍ୟାୟକ୍ରମେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ହୋଇଛି । ବର୍ତ୍ତମାନ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷକ ନିଯୁକ୍ତି ଉପରେ ସରକାରଙ୍କ ପ୍ରାଥମିକତା ରହିଛି । କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି)ଙ୍କ ନିଯୁକ୍ତି ଦ୍ବାରା ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସହିତ ସେମାନଙ୍କ ମଧ୍ୟରେ କ୍ରୀଡ଼ା ଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ସେହିଭଳି ଶିକ୍ଷକ ନିଯୁକ୍ତି ଦ୍ବାରା ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି ପୂର୍ବ ଅପେକ୍ଷା ଅଧିକ ବିକଶିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ବିକାଶ କନକ୍ଲେଭ, ଶିକ୍ଷା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ଵ ଦେବା ଆବଶ୍ୟକ

ତେବେ ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ ପକ୍ଷରୁ ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇ ଶିକ୍ଷକମାନଙ୍କୁ ଚୟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଢାଞ୍ଚା, ନିୟମାବଳୀ, ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଦିଗଦର୍ଶନ ଦିଆଯାଇଛି । 5T ଅନ୍ତର୍ଗତ ସ୍କୁଲ ସମେତ ରାଜ୍ୟ ସରକାର ହାତକୁ ନେଇଥିବା ଗୁଣାତ୍ମକ ଶିକ୍ଷାଦାନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...‘ଜାତୀୟ ଶିକ୍ଷା ନୀତି ଭାରତୀୟଙ୍କୁ ଭାରତର ଆତ୍ମାର ପରିଚୟ ଦେବ’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.