ETV Bharat / state

୬୨ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ

author img

By ETV Bharat Odisha Team

Published : Aug 24, 2023, 10:28 PM IST

୬୨ ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ
୬୨ ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ

ଓୟୁଏଟିର ୬୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ଓୟୁଏଟି ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ସାରା ରାଜ୍ୟରେ ଚାଷୀଙ୍କୁ ବିଭିନ୍ନ ଦିଗରେ ସାହାଯ୍ୟ ସହଯୋଗ କରିବା ଦିଗରେ ଓୟୁଏଟିର ସଫଳତାକୁ କୃଷିମନ୍ତ୍ରୀ ପ୍ରଶଂସା କରିଛନ୍ତି। ଅଧିକ ପଢନ୍ତୁ

ଭୁବନେଶ୍ବର: ଓୟୁଟିର ୬୨ତମ ପ୍ରତିଷ୍ଠା ଦିବସ । କୃଷକଙ୍କ ପରିଶ୍ରମ, ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୃଷି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କିଭଳି ଚାଷ କରାଯାଇପାରିବ ସେ ନେଇ କୃଷି ବୈଜ୍ଞାନିକମାନେ ଜ୍ଞାନକୌଶଳର ବିକାଶ କରିବାକୁ ପଡିବ।

ଏହାବି ପଢନ୍ତୁ- OUAT ପରିଦର୍ଶନ କଲେ 5T ସଚିବ, ନିର୍ମାଣଧୀନ ଅତ୍ୟାଧୁନିକ ଅଡିଟୋରିୟମ ଦେଶର ସବୁଠୁ ବଡ ହେବ

ଓୟୁଏଟିର ୬୨ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ଓୟୁଏଟି ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ସାରା ରାଜ୍ୟରେ ଚାଷୀଙ୍କୁ ବିଭିନ୍ନ ଦିଗରେ ସାହାଯ୍ୟ ସହଯୋଗ କରିବା ଦିଗରେ ଓୟୁଏଟିର ସଫଳତାକୁ କୃଷିମନ୍ତ୍ରୀ ପ୍ରଶଂସା କରିଛନ୍ତି।

୬୨ ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ
୬୨ ତମ ପ୍ରତିଷ୍ଠା ଦିବସ, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ଓୟୁଏଟି: ମନ୍ତ୍ରୀ

ଏହାବି ପଢନ୍ତୁ- ହୀରକ ଜୟନ୍ତୀ ପାଳିଲା OUAT

ରାଜ୍ୟରେ ଅଦିନିଆ ପନିପରିବା ଚାଷ ଓ ଫସଲ ପରିବର୍ତ୍ତନ ଉପରେ ସେ ଗୁରୁତ୍ବ ଦେବା ସହ କ୍ଷୁଦ୍ର ଶସ୍ୟ ଫସଲ ଚାଷକୁ କିପରି ବୃଦ୍ଧି କରାଯାଇପାରିବ ସେ ଦିଗରେ ଧ୍ୟାନ ଦେବାକୁ କହିଛନ୍ତି। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଏହାକୁ ଦୃଷ୍ଟିରେ ରଖି କିଭଳି ଚାଷ କରାଯାଇପାରିବ। ସେ ନେଇ କୃଷି ବୈଜ୍ଞାନିକମାନେ ଜ୍ଞାନକୌଶଳର ବିକାଶ କରିବାକୁ ମନ୍ତ୍ରୀ କହିଛନ୍ତି। ଏହା ସହ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଦ୍ବାରା କୃଷି ଉତ୍ପାଦନ ବୃଦ୍ଧ ହୋଇପାରିବ। ବିଶ୍ବବିଦ୍ୟାଳୟର କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି। ବିଶ୍ବବିଦ୍ୟାଳୟର ନୂତନ ୱେବ୍‌ସାଇଟ୍, ବିଶ୍ବବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ, ଚାଷୀର ସଂସାର ଆଦିକୁ ଉନ୍ମୋଚନ କରାଯାଇଛି। ଏହାସହ ଓମ୍ବାଡସି ଦ୍ବାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ବର୍ଷିକିଆ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ୫୦,୦୦୦ ବର୍ଗ ଫୁଟ ବିଶିଷ୍ଟ କୃଷି ମହାବିଦ୍ୟାଳୟର ତୃତୀୟ ମହଲା ଉଦ୍‌ଘାଟିତ ହୋଇଛି।

ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିଅନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ ଆଦି ଉନ୍ମୋଚନ ହୋଇଛି ।

ଏହି ଉତ୍ସବରେ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ଦିଗରେ ଆଲୋଚନା କରାଯିବ। ଏହି ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ତଥା ବିଶ୍ବବିଦ୍ୟାଳୟର ଉପକୁଳାଧପତି ରଣେନ୍ଦ୍ର ପ୍ରତାପ ସାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହୋଇଛି । ଏଥି ସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକ ଛାତ୍ର/ଛାତ୍ରୀ ପୁରସ୍କୃତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.