ETV Bharat / city

ହୀରକ ଜୟନ୍ତୀ ପାଳିଲା OUAT

author img

By

Published : Aug 24, 2021, 7:13 PM IST

60ତମ ପ୍ରତିଷ୍ଠା ଦିବସ ଅବସରରେ ହୀରକ ଜୟନ୍ତୀ ପାଳିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ । କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗେ ଯୋଡି ହେଲେ ଜୈବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଡକ୍ଟର ରେଣୁ ସ୍ବରୁପ । ଅଧିକ ପଢନ୍ତୁ...

ହୀରକ ଜୟନ୍ତୀ ପାଳିଲା OUAT
ହୀରକ ଜୟନ୍ତୀ ପାଳିଲା OUAT

ଭୁବନେଶ୍ବର: ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର(OUAT) 60ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଓୟୁଏଟି ନିଜର ହୀରକ ଜୟନ୍ତୀ ପାଳନ କରିଛି । କୃଷିମନ୍ତ୍ରୀ ଅରୁଣ ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜୈବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଡକ୍ଟର ରେଣୁ ସ୍ବରୁପ ଭର୍ଚୁଆଲରେ ଯୋଗ ଦେଇଛନ୍ତି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୫୯ ବର୍ଷ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛି । ଆଧୁନିକ ଯୁଗରେ ଉନ୍ନତମାନର ଜ୍ଞାନ କୌଶଳ ବ୍ୟବହାର କରି ଚାଷୀଙ୍କ ପାଇଁ କ୍ବାଲିଟି ବିହନ ଉଦ୍ଭାବନ କରୁଛି । ଏହି ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନ, ପ୍ରାଣୀ ଚିକିତ୍ସା, ପ୍ରାଣୀ ପାଳନ, ମତ୍ସ୍ୟ ବିଜ୍ଞାନ, ବନ ବିଜ୍ଞାନ, କୃଷି ଯାନ୍ତ୍ରିକୀକରଣ, ଗୃହ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ଏଗ୍ରି ବିଜିନେସ୍ ମ୍ୟାନେଜମେଣ୍ଟ ଏବଂ ବାୟୋ-ଉନ୍ଫରମେଟିକ୍ସ ଆଦି ବିଷୟରେ ପ୍ରାୟ ୨୯ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇ ରାଜ୍ୟ, ଦେଶ ଏବଂ ବିଦେଶରେ ସଫଳତାର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି । ବିଶେଷକରି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ହାସଲ ପାଇଁ ଆବଶ୍ୟକ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।

ହୀରକ ଜୟନ୍ତୀ ପାଳିଲା OUAT
ହୀରକ ଜୟନ୍ତୀ ପାଳିଲା OUAT

ସମ୍ପ୍ରତ୍ତି ମରୁଡି ପରିସ୍ଥିତିରେ ମଧ୍ୟ ଓୟୁଏଟିର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷର ବିକାଶ ପାଇଁ କୃଷକଙ୍କୁ ସହଯୋଗ କରୁଛନ୍ତି । ଆଗକୁ ଚାଷ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଓୟୁଏଟିର ବୈଜ୍ଞାନିକ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.